Brown Sugar Seized ୧୪ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ

Sep 10, 2026 - 17:49
Brown Sugar Seized ୧୪ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ

"ରଣପୁର: ଆଜି (ଗୁରୁବାର) ମଧ୍ୟାହ୍‌ଣରେ ରଣପୁର କଲେଜ ରୋଡ୍‌ରେ ଚଢ଼ାଉ କରି ଅବକାରୀ ବିଭାଗ ୧୪୫ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କରିଛି।

ଜବତ ବ୍ରାଉନ୍‌ସୁଗାରର ଆନୁମାନିକ ମୂଲ୍ୟ ୧୪ଲକ୍ଷ ଟଙ୍କାହେବ।

ଏହି ମାମଲରେ ଜଣକୁ ଗିରଫକରି କୋର୍ଟ ଚାଲାଣ କରାଯାଇଛି।

Advertisment Eating brown sugar: ବ୍ରାଉନ୍‌ସୁଗାର୍‌ ଖାଇ ଝାରପଡ଼ା ଜେଲ୍‌ର ୭ କଏଦୀ ଅସୁସ୍ଥ: ଏମ୍‌ସ, କ୍ୟାପିଟାଲ୍‌ ଆଇସିୟୁରେ ୩ ସୂଚନାନୁସାରେ, ଗୁଇନ୍ଦା ସୂଚନାଧାରରେ ଅବକାରୀ ବିଭାଗର ଏକ ଟିମ୍‌ ଯୋଜନାବଦ୍ଧ ଭାବେ ରଣପୁର କଲେଜ ରୋଡ୍‌ ପାମ୍ପଡ଼ା ପ୍ରାଥମିକ ବିଦ୍ୟାଳୟ ନିକଟରେ ଛକି ରହିଥିଲେ।

ଏହି ସମୟରେ ବିକ୍ରି କରିବାକୁ ରଣପୁର ଏନ୍‌ଏସି ୧୧ ନଂ ୱାର୍ଡ‌ର ମୀର ସାହିଲ (୨୪) ମୋଟରସାଇକଲ୍‌ (ଓଡି୦୨ଏଏସ୍‌ ୭୧୩୫)ରେ ଯାଉଥିଲା।

ଅବକାରୀ ଟିମ୍‌ ଘେରାବନ୍ଦୀ କରି ଯାଞ୍ଚ କରିଥିଳେ।

ମୀର ନିକଟରୁ ୧୪୫ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ ହୋଇଥିଲା।

Alcohol Seized:  ରଣପୁରରେ ଅବକାରୀର କଡ଼ା କାର୍ଯ୍ୟାନୁଷ୍ଠାନ, ୪୨୦ ଲିଟର ହାତରନ୍ଧା ଦେଶୀ ମଦ ଜବତ ଏହି ଧର ପଗଡ଼ରେ ନିର୍ମଳ କୁମାର ବେହେରା , ବିକାଶ ଜେନା, ସଂଜୀବ ମହାପାତ୍ର ଓ ରମ୍ଭା ରାଉତ ସାମିଲ ହୋଇଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)