Bridge Collapse: ଭୁଶୁଡ଼ିଲା ପଟିଆଲା-ସଙ୍ଗରୁର ବାଇପାସ୍ ଭାକ୍ରା କେନାଲ ବ୍ରିଜ୍: ନଦୀକୁ ଖସିଲା ୨ ଟ୍ରକ୍

Nov 19, 2026 - 12:25
Bridge Collapse: ଭୁଶୁଡ଼ିଲା ପଟିଆଲା-ସଙ୍ଗରୁର ବାଇପାସ୍ ଭାକ୍ରା କେନାଲ ବ୍ରିଜ୍: ନଦୀକୁ ଖସିଲା ୨ ଟ୍ରକ୍

ଚଣ୍ଡିଗଡ଼: ପଞ୍ଜାବର ପଟିଆଲା-ସଙ୍ଗରୁର ବାଇପାସ୍‌ରେ ପାସିଆନା ଗାଁ ନିକଟରେ ଭାକ୍ରା କେନାଲ ଉପରେ ଥିବା ବ୍ରିଜ୍ ହଠାତ୍ ଭୁଶୁଡ଼ି ପଡ଼ିଛି।

ଫଳରେ ଦୁଇଟି ଟ୍ରକ୍ ନଦୀ ରେ ଖସି ପଡ଼ିଛି।

ଘଟଣାର କିଛି ସମୟ ପରେ, ଗୋଟିଏ ଟ୍ରକରେ ନିଆଁ ଲାଗିଯାଇଥିବା ସ୍ଥାନୀୟ ପ୍ରଶାସନ କହିଛି।

ଟ୍ରକ୍ ଦୁଇଟି ବ୍ରିଜ୍ ପାର ହେଉଥିବା ସମୟରେ ଭୋର୍ ୫ଟା ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଥିଲା।

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ବ୍ରିଜ୍ ଭୁଶୁଡ଼ିବାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

Advertisment ପୂର୍ବରୁ ଉଠିଛି ପ୍ରଶ୍ନ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେଇଛି।

ଏହି ଘଟଣା ଯୋଗୁଁ ପଟିଆଲା-ସଙ୍ଗରୁର ବାଇପାସରେ ଯାତାୟାତ ପ୍ରଭାବିତ ହୋଇଛି।

ବ୍ରିଜ୍‌ ଅବସ୍ଥା ବିଷୟରେ ପୂର୍ବରୁ ପ୍ରଶ୍ନ ଉଠିଛି।

ପ୍ରାୟ ଦୁଇ ବର୍ଷ ପୂର୍ବେ ସମସ୍ୟାଗୁଡ଼ିକ ଜଣାପଡ଼ିଥିଲା ଏବଂ ଏହାର ମରାମତି କରାଯାଇଥିଲା।

କିନ୍ତୁ, ସେତୁର ଏକ ଅଂଶ ଭୁଶୁଡ଼ି ପଡ଼ିବା ପୁଣି ଥରେ ନିର୍ମାଣ ଏବଂ ମରାମତିର ଗୁଣବତ୍ତା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି।

ପ୍ୟୁ ରିସର୍ଚ୍ଚ ସେଣ୍ଟରର ଅଧ୍ୟୟନ ରିପୋର୍ଟ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ବ୍ରିଜ୍ ଭୁଶୁଡ଼ିବାର କାରଣ କ'ଣ?

ଏହା କ'ଣ ଠିକାଦାରଙ୍କ ଅବହେଳା ଯୋଗୁଁ ହୋଇଛି, ନା ଅନ୍ୟ କୌଣସି ସ୍ତରରେ କୌଣସି ତ୍ରୁଟି ରହିଛି?

ବ୍ରିଜ୍‌ ଯେଭଳି ଭାବରେ ଭୁଶୁଡ଼ି ପଡ଼ିଛି ତାହା ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ)ର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)