BRICS Summit: ବ୍ରିକ୍ସ ସମ୍ମିଳନୀ ନିମନ୍ତ୍ରଣର ଏଯାଏଁ ଉତ୍ତର ଦେଇନି ବାଂଲାଦେଶ

Aug 12, 2026 - 19:28
BRICS Summit: ବ୍ରିକ୍ସ ସମ୍ମିଳନୀ ନିମନ୍ତ୍ରଣର ଏଯାଏଁ ଉତ୍ତର ଦେଇନି ବାଂଲାଦେଶ

"ନୂଆଦିଲ୍ଲୀ: ଆସନ୍ତା ମାସରେ ନୂଆଦିଲ୍ଲୀରେ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ଭାରତ ପକ୍ଷରୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ୍‌ ରହମାନଙ୍କୁ ଦିଆଯାଇଥିବା ନିମନ୍ତ୍ରଣର ଔପଚାରିକ ଉତ୍ତର ଢାକା ଏଯାଏଁ ଦେଇନାହିଁ।

ବିମ୍‌ଷ୍ଟେକ୍‌ର ବର୍ତ୍ତମାନର ଅଧ୍ୟକ୍ଷ ଭାବେ ତାରିକ୍‌ଙ୍କୁ ବ୍ରିକ୍ସର ଆଉଟ୍‌ରିଚ୍‌ ଅଧିବେଶନ ପାଇଁ ଭାରତ ନିମନ୍ତ୍ରଣ କରିଛି।

ନୂଆଦିଲ୍ଲୀରେ ସେପ୍ଟେମ୍ବର ୧୨ ଓ ୧୩ରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ।Advertisment ଅଗଷ୍ଟ ୧୦ରେ ଢାକାରେ ତାରିକ୍‌ ରହମାନଙ୍କ ସହ ଭାରତୀୟ ହାଇକମିସନର ଦିନେଶ ତ୍ରିବେଦୀଙ୍କ ବୈଠକ ହୋଇଥିଲା।

ଏହି ବୈଠକରେ ତ୍ରିବେଦୀ ପୁଣିଥରେ ବ୍ରିକ୍ସ ସମ୍ମିଳନୀର ନିମନ୍ତ୍ରଣ ଜଣାଇଥିବା ଜଣାପଡ଼ିଛି।

ତେବେ ସମ୍ମିଳନୀକୁ ଆଉ ମାତ୍ର ଏକ ମାସ ଥିବା ସତ୍ତ୍ବେ ନିମନ୍ତ୍ରଣ ଗ୍ରହଣ କରିବା ନେଇ ବାଂଲାଦେଶ ଭାରତକୁ କୌଣସି ସୂଚନା ଦେଇନାହିଁ।

ତାରିକ୍‌ଙ୍କ ବ୍ୟତୀତ ଗଲ୍ଫ କୋଅପରେସନ୍‌ କାଉନସିଲ୍‌ର ଅଧ୍ୟକ୍ଷ ବାହାରିନ୍‌; ଆଫ୍ରିକୀୟ ସଂଘର ଅଧ୍ୟକ୍ଷ ବୁରୁଣ୍ଡି; ଆସିଆନ୍‌ର ଅଧ୍ୟକ୍ଷ ଫିଲିପାଇନ୍ସ ଏବଂ କମ୍ୟୁନିଟି ଅଫ୍‌ ଲାଟିନ୍‌ ଆମେରିକାନ୍‌ ଆଣ୍ଡ୍‌ କାରିବିଆନ୍‌ ଷ୍ଟେଟ୍‌ସର ଅଧ୍ୟକ୍ଷ ଉରୁଗୁଏ ବ୍ରିକ୍ସ ସମ୍ମିଳନୀ ପାଇଁ ନିମନ୍ତ୍ରଣ ପାଇଛନ୍ତି।

ଏହା ସହ ତାରିକ୍‌ ରହମାନଙ୍କୁ ଭାରତରେ ଦ୍ବିପାକ୍ଷିକ ଗସ୍ତ ପାଇଁ ମଧ୍ୟ ନିମନ୍ତ୍ରଣ ଦିଆଯାଇଛି।

ଫେବ୍ରୁଆରିରେ ତାଙ୍କ ଶପଥ ଗ୍ରହଣ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚିଠି ମାଧ୍ୟମରେ ଏହି ନିମନ୍ତ୍ରଣ ପଠାଇଥିଲେ।

ଏହି ନିମନ୍ତ୍ରଣର ମଧ୍ୟ ଢାକା ପକ୍ଷରୁ ଏଯାଏଁ କୌଣସି ଜବାବ ମିଳିନାହିଁ।

ଭାରତ-ବାଂଲାଦେଶ ସମ୍ପର୍କରେ ସାମ୍ପ୍ରତିକ ତିକ୍ତତା ମଧ୍ୟରେ ବ୍ରିକ୍ସ ସମ୍ମିଳନୀରେ ତାରିକ୍‌ଙ୍କ ଯୋଗଦାନକୁ ନେଇ ଅନିଶ୍ଚିତତା ବଢ଼ିଛି।

ଅଗଷ୍ଟ ୫ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ନୂଆଦିଲ୍ଲୀରୁ ଭର୍ଚୁଆଲ୍‌ ସାମ୍ବାଦିକ ସମ୍ମିଳନୀ କରିବା ପରେ ଦୁଇ ଦେଶର ସମ୍ପର୍କରେ ପୁଣି ତିକ୍ତତା ବଢ଼ିଥିବା ବାଂଲାଦେଶୀ ଗଣମାଧ୍ୟମର ଖବରରେ କୁହାଯାଇଥିଲା।

Oath: ଦିନକ ପରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ତାରିକ୍‌ ରହମାନ ଅଗଷ୍ଟ ୧୦ର ବୈଠକରେ ମଧ୍ୟ ତାରିକ୍‌ ରହମାନ ହସିନାଙ୍କ ପ୍ରତ୍ୟର୍ପଣ ପ୍ରସଙ୍ଗ ଉଠାଇଥିଲେ।

ଭାରତ ପକ୍ଷରୁ କୁହାଯାଇଥିଲା ଯେ ୨୦୨୪ ଶେଷ ଭାଗରେ ମିଳିଥିବା ପ୍ରତ୍ୟର୍ପଣ ଅନୁରୋଧକୁ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁସାରେ ଯାଞ୍ଚ କରାଯାଉଛି।

ହସିନାଙ୍କ ପ୍ରସଙ୍ଗ ବ୍ୟତୀତ ସୀମାରେ ବିଏସ୍‌ଏଫ୍‌ ଗୁଳିରେ ବାଂଲାଦେଶୀ ନାଗରିକଙ୍କ ମୃତ୍ୟୁ ଅଭିଯୋଗ, ଆସାମ ଓ ପଶ୍ଚିମବଙ୍ଗରୁ ବେଆଇନ ପ୍ରବାସୀଙ୍କୁ "ପୁସ୍‌ବ୍ୟାକ୍‌" କରାଯିବା ଏବଂ ଗଙ୍ଗା ଜଳ ଚୁକ୍ତିର ନବୀକରଣ ଭଳି ପ୍ରସଙ୍ଗ ମଧ୍ୟ ଦୁଇ ଦେଶ ମଧ୍ୟରେ ରହିଛି।

ଏଭଳି ସ୍ଥିତିରେ ବ୍ରିକ୍ସ ସମ୍ମିଳନୀ ଅପେକ୍ଷା ପୃଥକ୍‌ ଦ୍ବିପାକ୍ଷିକ ଗସ୍ତ ଦୁଇ ପ୍ରଧାନମନ୍ତ୍ରୀଙ୍କୁ ଅଧିକ ବିସ୍ତୃତ ଆଲୋଚନାର ସୁଯୋଗ ଦେଇପାରେ ବୋଲି କୂଟନୈତିକ ମହଲରେ ମତ ପ୍ରକାଶ ପାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media