Bribery Case: ଲାଞ୍ଚ ମାମଲାରେ ପୂର୍ବତନ ଓପ୍ରସେ ଅଧିକାରୀଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ
"ଭୁବନେଶ୍ବର: ଲାଞ୍ଚ ନେବା ମାମଲାରେ ପୂର୍ବତନ ଓଡ଼ିଶା ପ୍ରାଶାସନିକ ସେବା (ଓପ୍ରସେ) ଅଧିକାରୀ ତଥା ବରଗଡ଼ଜିଲ୍ଲା ବିଜେପୁରର ପୂର୍ବତନ ଅତିରିକ୍ତ ତହସିଲଦାର ଗୋବିନ୍ଦ ଦଣ୍ଡସେନାଙ୍କୁ ସ୍ବତନ୍ତ୍ର ଦୁର୍ନୀତି ନିବାରଣ କୋର୍ଟ (ଭିଜିଲାନ୍ସ କୋର୍ଟ) ୩ ବର୍ଷ କାରାଦଣ୍ଡ ଓ ଅର୍ଥଦଣ୍ଡରେ ଦଣ୍ଡିତ କରିଛି।Advertisment Land of Kapilaswar Mahadev: ମାଡ଼ି ବସିଲେଣି କପିଳେଶ୍ବର ମହାଦେବଙ୍କ ଜମି: ୮ ମାସ ତଳୁ ଚିଠି କଲେଣି ଉପଜିଲ୍ଲାପାଳ, ଶୁଣୁନାହାନ୍ତି ତହସିଲଦାର ଉକ୍ତ ଅଧିକାରୀ ଜଣକ ବର୍ତ୍ତମାନ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ପୌରପରିଷଦର ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି।
ସେ ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟ କରୁଥିବା ବେଳେ ଲାଞ୍ଚ ନେଇ ଭିଜିଲାନ୍ସ ଟିମ୍ ହାତରେ ରଙ୍ଗେହାତ ଧରାପଡ଼ିଥିଲେ।
ଏନେଇ ଦୁର୍ନୀତି ନିବାରଣଆଇନର ଧାରା ୧୩(୨), ୧୩(୧) (ଡି) ଓ ୭ରେ ଏକ ମାମଲା ରୁଜୁ କରାଯାଇଥିଲା।
Flood: ବନ୍ୟା ବିପନ୍ନଙ୍କୁ ମିଳୁନି ପାଲ, ତହସିଲ କାର୍ଯ୍ୟାଳୟ ଘେରିଲେ ଲୋକେଏହି ମାମଲାରେ ସମସ୍ତ ସାକ୍ଷ୍ୟ, ପ୍ରମାଣ ଓ ଅଭିଯୋଗଫର୍ଦ୍ଦ ଆଧାରରରେ କୋର୍ଟ ଅଭିଯୁକ୍ତ ଅଧିକାରୀଙ୍କୁ ଦୋଷୀ ସାବସ୍ତ୍ୟ କରିବା ସହ ଦଣ୍ଡାଦେଶ ଶୁଣାଇଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
