Brave Mumbai Woman Stops Police Van: ଛାତ୍ରଙ୍କ ସମର୍ଥନରେ ପୋଲିସ ଭ୍ୟାନ୍ ଆଗରେ ଠିଆ ହୋଇଗଲେ ଯୁବତୀ, ପରେ ଯାହା ହେଲା...

Jul 23, 2026 - 16:15
Brave Mumbai Woman Stops Police Van: ଛାତ୍ରଙ୍କ ସମର୍ଥନରେ ପୋଲିସ ଭ୍ୟାନ୍ ଆଗରେ ଠିଆ ହୋଇଗଲେ ଯୁବତୀ, ପରେ ଯାହା ହେଲା...

ମୁମ୍ବାଇର ଶିବାଜୀ ପାର୍କ ନିକଟରେ ଦେଖିବାକୁ ମିଳିଛି ସାହସ ଓ ପ୍ରତିବାଦର ଏକ ନିଆରା ଦୃଶ୍ୟ। ନିଟ୍ ପ୍ରଶ୍ନପତ୍ର ପ୍ରଘଟକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଦେଶବ୍ୟାପୀ ଚାଲିଛି ଛାତ୍ର ଆନ୍ଦୋଳନ। ଏହି ସମୟରେ ପୋଲିସ ଗିରଫ କରି ନେଉଥିବା ଛାତ୍ରମାନଙ୍କୁ ବଞ୍ଚାଇବା ପାଇଁ ୨୭ ବର୍ଷୀୟା ଯୁବତୀ ରିୟା ଆହିର ସିଧାସଳଖ ପୋଲିସ ଭ୍ୟାନ ଆଗରେ ଠିଆ ହୋଇଯାଇଥିଲେ। ତାଙ୍କର ଏହି ନିର୍ଭୀକ ପଦକ୍ଷେପ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।

ବର୍ଷା ମଧ୍ୟରେ ହୁଡି ଓ କ୍ୟାପ୍ ପିନ୍ଧି ରିୟା ଆହିର ଚଳନ୍ତା ପୋଲିସ ଭ୍ୟାନ ଆଗରେ ଠିଆ ହୋଇ ଗାଡ଼ି ଅଟକାଇଥିଲେ। ରିୟାଙ୍କ ଦୃଢ଼ ଆଭିମୁଖ୍ୟ ଓ ସ୍ଲୋଗାନବାଜି ଯୋଗୁଁ ଶେଷରେ ପୋଲିସ ଅଟକ ଛାତ୍ରମାନଙ୍କୁ ଛାଡ଼ିବାକୁ ବାଧ୍ୟ ହୋଇଥିଲା।

ରିୟା ପୋଲିସକୁ ଗିରଫ ୱାରେଣ୍ଟ ମାଗିଥିଲେ। ସେ କହିଛନ୍ତି, "ଜଣେ ସଚେତନ ନାଗରିକ ଭାବେ ନିଜ ଅଧିକାର ଜାଣିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଦାୟିତ୍ୱ।" ‘ଇନକିଲାବ ଜିନ୍ଦାବାଦ’ ସ୍ଲୋଗାନ ଦେଉଥିବା ରିୟାଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।

ପେଶାରେ ରିୟା ଆହିର ଜଣେ ଅଭିନେତ୍ରୀ, ମୋଡେଲ ଏବଂ ଉଦ୍ୟୋଗୀ। ସୋସିଆଲ ମିଡିଆରେ ତାଙ୍କର ପ୍ରାୟ ୧ ଲକ୍ଷ ଫଲୋଅର୍ସ ଅଛନ୍ତି। ସେ ନିକଟରେ ‘ଦିଲବାରା’ ଗୀତର ମ୍ୟୁଜିକ୍ ଭିଡିଓରେ ନଜର ଆସିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।