Boy Found Dead ଜଙ୍ଗଲରୁ ନାବାଳକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

Jul 17, 2026 - 18:16
Boy Found Dead ଜଙ୍ଗଲରୁ ନାବାଳକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

"ଯୋଡ଼ା: କେନ୍ଦୁଝର ଜିଲ୍ଲା ଯୋଡ଼ାସ୍ଥିତ ଖୁଣ୍ଟପାଣି ଜଙ୍ଗଲରୁ ଆଜି (ଶୁକ୍ରବାର)  ପୁଲିସ ଏକ ନାବାଳକ (୯ବର୍ଷ)ଙ୍କ ମୃତଦେହ ଉଦ୍ଧାର କରିଛି ।

ନାବାଳକଙ୍କୁ ଚିହ୍ନଟ କରାଯାଇଛି।

ସେ ନିକଟସ୍ଥ ଗାଁର କ୍ରିଷ୍ଣା କାଳନ୍ଦୀ ବୋଲି ଜଣାଯାଇଛି।

Advertisment Murder: ମା"ଙ୍କ ପ୍ରତି ଖରାପ ନଜର ପକାଇବାରୁ ହତ୍ୟା: ୨ ଅଭିଯୁକ୍ତ ଗିରଫ, ନାବାଳକ ଅଟକ ପୁଲିସ ଠାରୁ ମିଳିଥିବା ସୂଚନାନୁସାରେ, ୧୫ ତାରିଖ ରାତିରେ କ୍ରିଷ୍ଣା କାଳନ୍ଦୀ (୯) ତାଙ୍କ ମଝିଆଁ ଭଉଣୀ ଓ ଭିଣୋଇଙ୍କ ସହ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ।

ସେଠାରୁ ଭଉଣୀ ଓ ଭିଣେଇ ଦୁହେଁ ସେଠାରୁ ଘରକୁ ଫେରିଥିଲେ ମଧ୍ୟ କ୍ରିଷ୍ଣା ଫେରିନଥିଲେ।

ଶୁକ୍ରବାର ସ୍ଥାନୀୟ ଲୋକେ ମୃତ ଦେହ ଦେଖି ପୁଲିସକୁ ଖବର ଦେଇଥିଲେ।

Missing: ଘର ସାମ୍ନାରୁ ନାବାଳକ ନିଖୋଜ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ମୃତ ନାବାଳକଙ୍କ ବଡ଼ ଭଉଣୀ ଓ ପରିବାର ବର୍ଗ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପୁଲିସ କୁ ଅଭିଯୋଗ କରିଛନ୍ତି।

ଏ ନେଇ ଯୋଡ଼ା ଥାନାରେ ଏକ ଅପମୃତ୍ୟୁ ମାମଲା ନଂ୧୮/୨୦୨୬ ରୁଜୁ କରାଯାଇଛି।

ମୃତ୍ୟୁର କାରଣ ଏବେ ମଧ୍ୟ ଅସ୍ପଷ୍ଟ ରହିଛି।

ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ମୃତ୍ୟୁର କାରଣ ଜଣା ପଡିବ ବୋଲି ପୁଲିସ କହିଛି ।

ଅନ୍ୟ ପକ୍ଷରେ ମୃତ  ନାବାଳକ ଙ୍କ ମାମୁ ରାଜୁ ମୁଣ୍ଡା ଗଣ ମାଧ୍ୟମ ଆଗରେ ଅଭିଯୋଗ କରି କହିଛନ୍ତି ଯେ,  ପୁଲିସ ଘଟଣାକୁ ଚାପିବାକୁ  ଉଦ୍ୟମ କରୁଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।