09 NOVEMBER 2026

Welcome!

Unlock your personalized experience.
Sign Up

Box Office Collection: ଦୀପାବଳିରେ ‘ରାମାୟଣ’ର ରେକର୍ଡ, ୪ ଦିନରେ ବିଶ୍ୱବ୍ୟାପୀ ଆୟ ୪୯୯ କୋଟି

Nov 09, 2026 - 08:06
Box Office Collection: ଦୀପାବଳିରେ ‘ରାମାୟଣ’ର ରେକର୍ଡ, ୪ ଦିନରେ ବିଶ୍ୱବ୍ୟାପୀ ଆୟ ୪୯୯ କୋଟି

ନୂଆଦିଲ୍ଲୀ:ବକ୍ସ ଅଫିସ୍‌ରେ ଧମାକା କରୁଛି ରଣବୀର କପୁର, ସାଇ ପଲ୍ଲବୀ ଓ ୟଶଙ୍କ ଅଭିନୀତ ଫିଲ୍ମ ‘ରାମାୟଣ’। ଦୀପାବଳି ଅବସରରେ ଚଳଚ୍ଚିତ୍ରଟି ନୂଆ ରେକର୍ଡ ସୃଷ୍ଟି କରିଛି। ମାତ୍ର ଚାରି ଦିନରେ ଏହାର ବିଶ୍ୱବ୍ୟାପୀ ଗ୍ରସ୍ ଆୟ ୪୯୯.୨୦ କୋଟି ଟଙ୍କାରେ ପହଞ୍ଚିଛି। ଏଥିସହ ୨୦୨୬ର ସର୍ବାଧିକ ଆୟ କରିଥିବା ଫିଲ୍ମ ତାଲିକାର ଟପ୍-୪ରେ ସାମିଲ ହୋଇଛି।

ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ପ୍ରଥମ ଦିନରେ ଭାରତରେ ୬୪.୮୫ କୋଟି ଟଙ୍କା ନେଟ୍ ଆୟ କରିଥିଲା। ଦ୍ୱିତୀୟ ଦିନରେ ଆୟ ୪୮ କୋଟିକୁ ହ୍ରାସ ପାଇଥିବା ବେଳେ ତୃତୀୟ ଦିନରେ ପୁଣି ବୃଦ୍ଧି ପାଇ ପ୍ରାୟ ୭୦ କୋଟି ଟଙ୍କା ହୋଇଥିଲା। ଚତୁର୍ଥ ଦିନ ଅର୍ଥାତ୍ ଦୀପାବଳିରେ ଫିଲ୍ମଟି ୫୬.୧୫ କୋଟି ଟଙ୍କା ନେଟ୍ ଆୟ କରିଛି। ଫଳରେ ଏହାର ମୋଟ ଘରୋଇ ନେଟ୍ ଆୟ ୨୩୮.୮୫ କୋଟି ଏବଂ ଗ୍ରସ୍ ଆୟ ୨୮୫.୨୦ କୋଟି ଟଙ୍କାରେ ପହଞ୍ଚିଛି।

କନ୍ନଡ଼ ସଂସ୍କରଣର ପ୍ରଦର୍ଶନ ଧୀମା
ଦୀପାବଳିରେ ଆୟ କ୍ଷେତ୍ରରେ ଫିଲ୍ମଟି ସଲମାନ ଖାନ୍‌ଙ୍କ ‘ଟାଇଗର ୩’ର ରେକର୍ଡ ଭାଙ୍ଗିଛି। ୨୦୨୩ରେ ଦୀପାବଳି ଦିନ ‘ଟାଇଗର ୩’ ୪୪.୫୦ କୋଟି ଟଙ୍କା ନେଟ୍ ଆୟ କରିଥିଲା। ସେହିପରି ଚାରି ଦିନର ଘରୋଇ ଆୟ ଆଧାରରେ ‘ରାମାୟଣ’ ୨୩୭ କୋଟି ଟଙ୍କା ଆୟ କରିଥିବା ‘ଆଦିପୁରୁଷ’କୁ ମଧ୍ୟ ପଛରେ ପକାଇଛି। ବିଦେଶରେ ଚତୁର୍ଥ ଦିନରେ ଫିଲ୍ମଟି ୪୫ କୋଟି ଟଙ୍କା ଆୟ କରିଛି। ଫଳରେ ବିଦେଶରେ ଏହାର ମୋଟ ଗ୍ରସ୍ ଆୟ ୨୧୪ କୋଟି ଟଙ୍କା ହୋଇଛି। ତେବେ ଭାଷାଭିତ୍ତିକ ଆୟରେ ହିନ୍ଦୀ ସଂସ୍କରଣ ଆଗରେ ରହିଥିବା ବେଳେ କନ୍ନଡ଼ ସଂସ୍କରଣର ପ୍ରଦର୍ଶନ ଧୀମା ରହିଛି।

The World of Jatra: ଯାତ୍ରା ଦୁନିଆ: ଯାଜ୍ଞସେନୀର ମହାପୁରୁଷ

ଫିଲ୍ମରେ ରଣବୀର କପୁର ରାମ, ସାଇ ପଲ୍ଲବୀ ସୀତା, ୟଶ ରାବଣ ଏବଂ ରବି ଦୁବେ ଲକ୍ଷ୍ମଣଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଏହାର ପ୍ରଥମ ଭାଗ ୫ ନଭେମ୍ବର ୨୦୨୬ରେ ମୁକ୍ତିଲାଭ କରିଥିବା ବେଳେ ଦ୍ୱିତୀୟ ଭାଗ ୨୦୨୮ ଦୀପାବଳିରେ ରିଲିଜ୍ ହେବାକୁ ଯୋଜନା ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)