Border: ଶୋପିଆନରୁ ୬ ଆତଙ୍କବାଦୀ ଗିରଫ : ସୀମାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
"ଶ୍ରୀନଗର: ଜମ୍ମୁ-କାଶ୍ମୀରର ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି।
ସୀମାନ୍ତ ଶୋପିଆନ ଜିଲ୍ଲାରୁ ୬ ଜଣ ଆତଙ୍କବାଦୀଙ୍କୁ ପୁଲିସ ଏବଂ ସେନାରମିଳିତ ବାହିନୀ ଗିରଫ କରିଛି।
ଗିରଫ ହୋଇଥିବା ଏହି ଆତଙ୍କୀଙ୍କ ନିକଟରୁ ବିପୁଳ ପରିମାଣର ମାରାତ୍ମକ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ, ଶକ୍ତିଶାଳୀ ହ୍ୟାଣ୍ଡ ଗ୍ରେନେଡ୍ ଏବଂ ପ୍ରତିବନ୍ଧିତ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର ଅନେକ ପୋଷ୍ଟର ବ୍ୟାନର ଜବତ କରାଯାଇଛି।
ସ୍ଥାନୀୟ ଅଞ୍ଚଳରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଲାଗି ଯୋଜନା ଚାଲିଥିବା ନେଇ ଗୋଇନ୍ଦା ସୂଚନା ମିଳିବା ପରେ ସୁରକ୍ଷା ବାହିନୀ ପକ୍ଷରୁ ସଂପୃକ୍ତ ଅଞ୍ଚଳଗୁଡ଼ିକରେ କର୍ଡନ ଏବଂ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇ ଏହି ସଫଳତା ହାସଲ କରାଯାଇଛି।Advertisment ଆହୁରି ପଢନ୍ତୁ :Judgement: ପତ୍ନୀ ହତ୍ୟାକାରୀର ଫାଶୀ ଦଣ୍ଡ ଆଜୀବନ କରାଦଣ୍ଡକୁ ପରିବର୍ତ୍ତନ କଲେ ହାଇକୋର୍ଟ ଏହି ବଡ଼ କାର୍ଯ୍ୟାନୁଷ୍ଠାନ ସହିତ ଜମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲାର ଏକ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରୁ ମଧ୍ୟ ଆତଙ୍କବାଦୀଙ୍କ ଅନ୍ୟ ଦୁଇ ଜଣ ସକ୍ରିୟ ସହଯୋଗୀଙ୍କୁ ଗିରଫ କରାଯାଇଛି।
ସୁରକ୍ଷା ସଂସ୍ଥାର ସୂଚନା ଅନୁଯାୟୀ, ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳରେ ସକ୍ରିୟ ଥିବା ଆତଙ୍କବାଦୀମାନଙ୍କୁ ଗୋପନୀୟ ସୂଚନା, ଆଶ୍ରୟ ଏବଂ ଅସ୍ତ୍ରଶସ୍ତ୍ର ଯୋଗାଇବା କାର୍ଯ୍ୟରେ ଜଡ଼ିତ ଥିଲେ।
ଆହୁରି ପଢନ୍ତୁ :Rijiju: ଆପଣ ସୁଟ୍, କୋଟ୍ ପିନ୍ଧି ପହଁରନ୍ତି କି: ପୱନ ଖେଡ଼ାଙ୍କ ଅର୍ଦ୍ଧନଗ୍ନ ଟିପ୍ପଣୀର ଜବାବ ଦେଲେ ରିଜିଜୁ ପୁଲିସ ବର୍ତ୍ତମାନ ଏହି ଆତଙ୍କବାଦୀ ନେଟୱର୍କର ମୂଳ ଉତ୍ସ ଖୋଜିବା ପାଇଁ ଗିରଫ ସନ୍ଦିଗ୍ଧମାନଙ୍କୁ ଗୋପନୀୟ ସ୍ଥାନରେ ରଖି ଜେରା ଜାରି ରଖିଛି।
ସୀମାରେ ସମ୍ଭାବ୍ୟ ଅନୁପ୍ରବେଶ ଏବଂ ଉତ୍ତେଜନାକୁ ଦୃଷ୍ଟିରେ ରଖି ସମଗ୍ର ଉପତ୍ୟକାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ପୁଲିସ ଓ ସେନା ପକ୍ଷରୁ ମିଳିତ ପାଟ୍ରୋଲିଂ ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
