Border: ଭାରତ-ବାଂଲାଦେଶ ସୀମାରେ ବଡ଼ ସ୍ମାର୍ଟ ଫେନ୍ସିଂ ଅଭିଯାନ, ସୁନ୍ଦରବନ ପର୍ଯ୍ୟନ୍ତ କଡ଼ା ସୁରକ୍ଷା
"ନୂଆଦିଲ୍ଲୀ: ଭାରତ-ବାଂଲାଦେଶସୀମାକୁ ଅଧିକ ସୁରକ୍ଷିତ କରିବା ପାଇଁ ସୀମା ସୁରକ୍ଷା ବାହିନୀ (ବିଏସ୍ଏଫ୍) ପକ୍ଷରୁ ପଶ୍ଚିମବଙ୍ଗରେ ବଡ଼ ଧରଣର ସ୍ମାର୍ଟ ଫେନ୍ସିଂ କାର୍ଯ୍ୟ କରାଯାଉଛି।
ବିଶେଷକରି ମୁର୍ଶିଦାବାଦ, ମାଲଦା ଓ ସୁନ୍ଦରବନ ଭଳି ଅନୁପ୍ରବେଶ ଓ ଚୋରାଚାଲାଣ ପ୍ରବଣ ଅଞ୍ଚଳରେ ଆଧୁନିକ ପ୍ରଯୁକ୍ତିଭିତ୍ତିକ ସୁରକ୍ଷା ବ୍ୟବସ୍ଥା କରାଯାଉଛି।
ଲକ୍ଷ୍ୟ କେବଳ କାଣ୍ଟାତାର ବାଡ଼ ନିର୍ମାଣ ନୁହେଁ, ବରଂ ସମଗ୍ର ସୀମାକୁ ଏକ ସମନ୍ୱିତ ସ୍ମାର୍ଟ ନଜରଦାରି ବ୍ୟବସ୍ଥା ଅଧୀନକୁ ଆଣିବା।Advertisment ଦୀର୍ଘ ଦିନ ଧରି ଜମି ହସ୍ତାନ୍ତର ସମସ୍ୟା ଯୋଗୁ ସୀମାର ଅନେକ ଅଂଶରେ ଫେନ୍ସିଂ କାମ ଅଟକି ରହିଥିଲା।
ବର୍ତ୍ତମାନ ପଶ୍ଚିମବଙ୍ଗ ସରକାର ୯ଟି ସୀମାନ୍ତ ଜିଲ୍ଲାରେ ମୋଟ ୧,୦୨୪.୭୫ ଏକର ଜମି ବିଏସ୍ଏଫ୍କୁ ହସ୍ତାନ୍ତର କରିବା ପରେ ପ୍ରାୟ ୧୭୨.୬ କିଲୋମିଟର ନୂଆ ସୀମା ବାଡ଼ ନିର୍ମାଣ କାମ ଦ୍ରୁତ ଗତିରେ ଆଗକୁ ବଢ଼ୁଛି।
ଏଥିମଧ୍ୟରୁ ମୁର୍ଶିଦାବାଦରେ ୪୫.୪ କିଲୋମିଟର, ଉତ୍ତର ୨୪ ପ୍ରଗଣାରେ ୪୨.୦୭ କିଲୋମିଟର, କୁଚ୍ବିହାରରେ ୩୯.୩୯ କିଲୋମିଟର ଓ ମାଲଦାରେ ୨୦.୧୫ କିଲୋମିଟର ଫେନ୍ସିଂ ନିର୍ମାଣ ଯୋଜନା ରହିଛି।
ମୁର୍ଶିଦାବାଦର ଜଳଙ୍ଗୀ ସେକ୍ଟରରେ ପ୍ରାୟ ୧୨ ଫୁଟ ଉଚ୍ଚର ସ୍ମାର୍ଟ ଫେନ୍ସିଂ ନିର୍ମାଣ ହେଉଛି।
ଏହି ବାଡ଼ରେ ଭବିଷ୍ୟତରେ ସେନ୍ସର, ଉଚ୍ଚକ୍ଷମତାସମ୍ପନ୍ନ ସିସିଟିଭି କ୍ୟାମେରା, ଥର୍ମାଲ୍ ଇମେଜିଂ, ନାଇଟ୍ ଭିଜନ୍ ଉପକରଣ ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ନଜରଦାରି ବ୍ୟବସ୍ଥା ସଂଯୋଗ କରାଯିବ।
ବାଡ଼ କାଟିବା କିମ୍ବା ଛୁଇଁବାକୁ ଚେଷ୍ଟା କଲେ ତୁରନ୍ତ ନିୟନ୍ତ୍ରଣ କକ୍ଷକୁ ସଙ୍କେତ ପହଞ୍ଚିବ ଏବଂ ବିଏସ୍ଏଫ୍ର ତ୍ୱରିତ ପ୍ରତିକ୍ରିୟା ଦଳ ଘଟଣାସ୍ଥଳରେ ପହଞ୍ଚିବ।
ଡ୍ରୋନ୍ ଓ ଆଣ୍ଟି-ଡ୍ରୋନ୍ ପ୍ରଯୁକ୍ତି ମଧ୍ୟ ଏହି ବ୍ୟବସ୍ଥାର ଅଂଶ ହେବ।
ଆହୁରି ପଢନ୍ତୁ: Mahanadi: ତୃତୀୟ ପକ୍ଷ ମଧ୍ୟସ୍ଥତାରେ ହେବ ମହାନଦୀ ବିବାଦର ସମାଧାନ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ସୁନ୍ଦରବନ ଅଞ୍ଚଳରେ ରହିଛି।
ଏଠାରେ ଆନ୍ତର୍ଜାତିକ ସୀମା ନଦୀ, ଜୁଆରିଆ ଖାଡ଼ି, ଜଳାଭୂମି ଓ ଘଞ୍ଚ ହେନ୍ତାଳ ଜଙ୍ଗଲ ଦେଇ ଯାଇଥିବାରୁ ସାଧାରଣ ଫେନ୍ସିଂ ସମ୍ଭବ ନୁହେଁ।
ତେଣୁ ଶମସେରନଗରଠାରୁ ପ୍ରାୟ ୯୦ କିଲୋମିଟର ଅଞ୍ଚଳରେ ସ୍ଥଳ ଓ ଜଳପଥ ଉଭୟକୁ ଧ୍ୟାନରେ ରଖି ସ୍ମାର୍ଟ ସୁରକ୍ଷା ବ୍ୟବସ୍ଥା ଗଢ଼ି ତୋଳିବାର ପ୍ରସ୍ତୁତି ଚାଲିଛି।
ଏହି ଅଞ୍ଚଳରେ ବିଏସ୍ଏଫ୍ର ୮ଟି ଭାସମାନ ସୀମା ଚୌକି ଦିନରାତି ନଜରଦାରି କରୁଛି।
ସେଠାରୁ ଦ୍ରୁତଗାମୀ ବୋଟ୍ ମାଧ୍ୟମରେ ନିୟମିତ ପାଟ୍ରୋଲିଂ କରାଯାଉଛି।
ଆହୁରି ପଢନ୍ତୁ: Ama Odisha Tribeni Mahotsav ଭୁବନେଶ୍ବରରେ ଆମ ଓଡ଼ିଶାର ତ୍ରିବେଣୀ ମହୋତ୍ସବ କେନ୍ଦ୍ର ସରକାରଙ୍କ ମତରେ, ଏହି ପ୍ରକଳ୍ପ ଅବୈଧ ଅନୁପ୍ରବେଶ, ଚୋରାଚାଲାଣ ଓ ସୀମାପାର ଅପରାଧ ରୋକିବାରେ ସହାୟକ ହେବ।
ଭବିଷ୍ୟତରେ ଦେଶର ଅନ୍ୟ ସମ୍ବେଦନଶୀଳ ଆନ୍ତର୍ଜାତିକ ସୀମାରେ ମଧ୍ୟ ଏହି ସ୍ମାର୍ଟ ସୀମା ସୁରକ୍ଷା ମଡେଲ୍କୁ ପ୍ରୟୋଗ କରାଯାଇପାରେ ବୋଲି ସମ୍ପୃକ୍ତ ଅଧିକାରୀମାନେ ଆଶା ପ୍ରକାଶ କରିଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।