Bombay: କିମାଶ୍ଚର୍ଯ୍ୟମ୍: ବମ୍ବେଇ ଲଡୁ ଗ୍ରହ!
"ଦଳେ ଗବେଷକ ପୃଥିବୀରୁ ପ୍ରାୟ ୧,୧୧୦ ଆଲୋକବର୍ଷ ଦୂରରେ ଦୁଇଟି ବିଶାଳ ତଥା ବିରଳ ଗ୍ରହ ଆବିଷ୍କାର କରିଛନ୍ତି।
ଏଫ୍୭ ଶ୍ରେଣୀର ଏକ ବାମନ ତାରକା ଚାରିପଟେ ବୁଲୁଥିବା ଏହି ଗ୍ରହଦ୍ୱୟର ନାମ "ଟିଓଆଇ ୭୯୧ ବି" ଓ "ଟିଓଆଇ ୭୯୧ ସି"।
ଏହି ଗ୍ରହଗୁଡ଼ିକର ଘନତ୍ବ ଏ ପର୍ଯ୍ୟନ୍ତ ଆବିଷ୍କୃତ ସମସ୍ତ ଗ୍ରହ ମଧ୍ୟରେ ସର୍ବନିମ୍ନ।
ଆକାରରେ ଏଗୁଡ଼ିକ ବୃହସ୍ପତି ସହିତ ସମାନ ହେଲେ ବି ଘନତ୍ବ ଅତ୍ୟନ୍ତ କମ୍ ଥିବାରୁ ବିଜ୍ଞାନୀମାନେ ଏଗୁଡ଼ିକୁ "କଟନ୍ କ୍ୟାଣ୍ଡି ଗ୍ରହ" ବା "ବମ୍ବେଇ ଲଡୁ ଗ୍ରହ" ବୋଲି କହୁଛନ୍ତି।
ଏହି ଗ୍ରହଗୁଡ଼ିକର ଘନତ୍ବ ବାସ୍ତବରେ ବମ୍ବେଇ ଲଡୁ ଠାରୁ ମଧ୍ୟ କମ୍।Advertisment "ଟିଓଆଇ ୭୯୧ ବି"ର ଘନତ୍ବ ଏକ ଘନ ସେଣ୍ଟିମିଟର ପିଛା ୦.୦୩୮ ଗ୍ରାମ ହୋଇଥିବା ବେଳେ "ଟିଓଆଇ ୭୯୧ ସି"ର ଘନତ୍ବ ଏକ ଘନ ସେଣ୍ଟିମିଟର ପିଛା ୦.୦୪୭ ଗ୍ରାମ ମାତ୍ର, ଯାହା ବୃହସ୍ପତିର ଘନତ୍ବ ତୁଳନାରେ ପ୍ରାୟ ୩୫ ଗୁଣ କମ୍। "ନାସା"ର "ଟିଇଏସ୍ଏସ୍" ଉପଗ୍ରହ ଓ ଆଣ୍ଟାର୍କଟିକାର ଦୂରବୀକ୍ଷଣ ଯନ୍ତ୍ରର ସହଯୋଗରେ ଏହି ଆବିଷ୍କାର ସମ୍ଭବ ହୋଇଛି।
ଏମାନଙ୍କ ଗଠନ ଓ ବାୟୁମଣ୍ଡଳ ବିଷୟରେ ଅଧିକ ତଥ୍ୟ ପାଇଁ ଜେମ୍ସ ୱେବ୍ ଟେଲିସ୍କୋପ୍ ସାହାଯ୍ୟରେ ଅଧ୍ୟୟନ କରାଯିବ।
ଏହି ଆବିଷ୍କାର ଗ୍ରହ ଗଠନ ପ୍ରକ୍ରିୟା ସମ୍ପର୍କରେ ନୂଆ ଧାରଣା ପ୍ରଦାନ କରିବ ବୋଲି ବିଜ୍ଞାନୀମାନେ ମନେ କରୁଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।