BOB: ବ୍ୟାଙ୍କ ଅଫ୍‌ ବରୋଦାର ୬୫୩୨ କୋଟି ରେକର୍ଡ ଲାଭ

Nov 01, 2026 - 01:05
BOB: ବ୍ୟାଙ୍କ ଅଫ୍‌ ବରୋଦାର ୬୫୩୨ କୋଟି ରେକର୍ଡ ଲାଭ

ଭୁବନେଶ୍ବର: ବ୍ୟାଙ୍କ ଅଫ୍‌ ବରୋଦା ଚଳିତ ଆର୍ଥିକବର୍ଷର ଦ୍ବିତୀୟ ତ୍ରୈମାସିକ ରେ ‌ସର୍ବକାଳୀନ ରେକର୍ଡ ୬୫୩୨ କୋଟି ଟଙ୍କାର ନିଟ୍‌ ଲାଭ ହାସଲ କରିଛି।

ଗତ ଆର୍ଥିକବର୍ଷର ଦ୍ବିତୀୟ ତ୍ରୈମାସିକ ତୁଳନାରେ ଏହା ୩୫.୮% ଅଧିକ।

ଆର୍ଥିକବର୍ଷର ପ୍ରଥମାର୍ଦ୍ଧରେ ବ୍ୟାଙ୍କର ନିଟ୍‌ ଲାଭ ୭୮୧୦ କୋଟି ଟଙ୍କାରେ ପହଞ୍ଚିଛି।

Advertisment ସେହିଭଳି ଦ୍ବିତୀୟ ତ୍ରୈମାସିକରେ ବ୍ୟାଙ୍କର ନିଟ୍‌ ସୁଧ ଆୟ ୯% ବୃଦ୍ଧି ପାଇ ୧୩୦୨୬ କୋଟିରେ ପହଞ୍ଚିଥିବା‌ବେଳେ ପ୍ରଥମାର୍ଦ୍ଧର ନିଟ୍‌ ସୁଧ ଆୟ ୯.୨% ବୃଦ୍ଧି ଘଟି ୨୫,୫୫୧ କୋଟି ଟଙ୍କାରେ ରହିଛି।

ସେହିଭଳି ବ୍ୟାଙ୍କର ଅଣସୁଧ ଆୟ ଦ୍ବିତୀୟ ‌ତ୍ରୈମାସିକରେ ୯୫.୮% ବୃଦ୍ଧି ଘଟି ୬୮୮୧ କୋଟିରେ ଏବଂ ପ୍ରଥମାର୍ଦ୍ଧରେ ୨୬.୪% ବୃଦ୍ଧି ଘଟି ୧୦୩୫୧ କୋଟି ଟଙ୍କାରେ ପହଞ୍ଚିଛି।

ବ୍ୟାଙ୍କର ନିଟ୍‌ ଏନ୍‌ପିଏ ଦ୍ବିତୀୟ ତ୍ରୈମାସିକରେ ୦.୩୭ ପ୍ରତିଶତ ସ୍ତରକୁ ହ୍ରାସ ପାଇଛି।

ବିଦେଶ ବ୍ୟବସାୟକୁ ମିଶାଇଲେ ବ୍ୟାଙ୍କର ମୋଟ ବ୍ୟବସାୟ ୩୨,୫୭,୮୮୩ କୋଟିରେ ରହିଛି ବୋଲି ବ୍ୟାଙ୍କ ପକ୍ଷରୁ ଘୋଷିତ ଆର୍ଥିକ ଫଳାଫଳରୁ ଜଣାଯାଇଛି।

ସ୍ବପ୍ନରେ ରହିଗଲା ବିବାହ ତ୍ରୈମାସିକ ପୂର୍ତ୍ତି ପାଳନ: ଦୁର୍ଘଟଣାରେ ଆଖି ବୁଜିଲେ ଡାକ୍ତର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)