Boat capsized: ଖଡ଼ଗ ନଦୀରେ ଡଙ୍ଗା ବୁଡ଼ିଲା: ୬ ଜଣ ଉଦ୍ଧାର, ୨ ନିଖୋଜ

Aug 26, 2026 - 18:19
Boat capsized: ଖଡ଼ଗ ନଦୀରେ ଡଙ୍ଗା ବୁଡ଼ିଲା: ୬ ଜଣ ଉଦ୍ଧାର, ୨ ନିଖୋଜ

"ବାଲିଗୁଡ଼ା (ସନ୍ତୋଷ ଦାସ): ସୁଦ୍ଧିକ୍ରିୟାରେ ଯୋଗ ଦେବା ପାଇଁ ଆସି ନଦୀ ଆରପାରିରେ ମାମୁଁ ଘରକୁ ବୁଲିବାକୁ ଯାଇ ଫେରିବା ସମୟରେ ଡଙ୍ଗା ବୁଡ଼ିର ଶିକାର ହୋଇଛନ୍ତି ୮ଜଣ ଲୋକ।

ଶଶୁର ଦଲ ଗୁନ୍ଦନା ମଲିକ ଓ ବୋହୂ ରାଇଙ୍ଗି ମଲିକ ଖଡଗ ନଦୀରେ ଭାସି ନିଖୋଜ ହୋଇଛନ୍ତି।

ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ଅନ୍ତର୍ଗତ ସଲାଗୁଡ଼ା ପଞ୍ଚାୟତ ଦୁର୍ଗମ ଅଞ୍ଚଳ ଡାକା ଗାଁର ଖଡ଼ଗନଦୀରେ।

Advertisment ରାଇଙ୍ଗି ମଲିକ ବାପ ଘର ଡାକାକୁ ଶୁଦ୍ଧିକ୍ରିୟାରେ ଯୋଗଦେବା ପାଇଁ ଆସିଥିଲେ।

କିନ୍ତୁ ନଦୀ ଆରପାରିରେ ମାମୁଁ ଘରକୁ ଯାଇ ଡଙ୍ଗା ସାହାଯ୍ୟରେ ଅନ୍ୟ ୭ ଜଣଙ୍କର ସହିତ ଫେରୁଥିବା ବେଳେ ଅଘଟଣର ଶିକାର ହୋଇଛନ୍ତି।

ଦେଶୀ ଡଙ୍ଗାଟି ଭାରସାମ୍ୟ ହରାଇ ପ୍ରଖର ସ୍ରୋତରେ ବୁଡ଼ି ଯାଇଥିଲା।

ଫଳରେ ଡଙ୍ଗାରେ ବସିଥିବା ଆଠ ଜଣ ଭାସି ଯାଇଥିଲେ।

୬ ଜଣ ଉଦ୍ଧାର ହୋଇଥିବା ବେଳେ ଦୁଇ ଜଣ  ନିଖୋଜ ହୋଇଛନ୍ତି।

ଖବର ପାଇ ବାଲିଗୁଡ଼ା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ପାଇଁ ଚେଷ୍ଟା ଜାରି ରଖିଥିବା ବେଳେ ନିଖୋଜଙ୍କ କୌଣସି ସନ୍ଧାନ ମିଳି ପାରି ନାହିଁ।

ଖଡ଼ଗ ନଦୀର ଜଳସ୍ତର ବୃଦ୍ଧି ସାଙ୍ଗକୁ ସ୍ରୋତ ପ୍ରଖର ଅଛି।

Boat Capsizes Ganga: ଗଙ୍ଗାରେ ଓଲଟି ପଡ଼ିଲା ଡଙ୍ଗା : ୬ଜଣ ଶ୍ରମିକ ନିଖୋଜ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)