AI: ଏଣିକି ଜେଲ୍ରେ ନିଶା କାରବାର ରୋକିବ ଏଆଇ: ଆଉ ୫ କାରାଗାରରେ କାର୍ଯ୍ୟକାରୀ ଯୋଜନା
"ଭୁବନେଶ୍ବର: ଏଣିକି ଏଆଇ ନଜରରେ ରହିବ ପ୍ରମୁଖ କାରାଗାର।
ଜେଲ୍ରେ କଏଦୀଙ୍କ ଗତିବିଧି ଓ କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖିବା ସହ ନିଶାକାରବାର, କଏଦୀ ଚମ୍ପଟ ଉଦ୍ୟମ ସହଜ ହେବ ନାହିଁ।
ଏଆଇ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଅଧିକାରୀଙ୍କ ନିକଟକୁ ତୁରନ୍ତ ଆଲର୍ଟ ମେସେଜ୍ କରିବ।
ଏନେଇ ଆଜି ଝାରପଡ଼ା ଜେଲ୍ରେ ଏଆଇ କ୍ୟାମେରାର ବାସ୍ତବ ପ୍ରୟୋଗ ପରୀକ୍ଷଣ କରାଯାଇଛି।
ଦିନକୁ ଦିନ ରାଜ୍ୟର କାରାଗାରଗୁଡ଼ିକରେ ନିଶାକାରବାର ବଢ଼ିବା, କଏଦୀ ଚମ୍ପଟ ଓ କଏଦୀଙ୍କ ମଧ୍ୟରେ ଗଣ୍ଡଗୋଳ ବଢ଼ିବା, ବିଭିନ୍ନ ସମୟରେ ଅପରାଧୀଙ୍କ ସହ ଜେଲ୍ କର୍ମଚାରୀଙ୍କ ସମ୍ପୃକ୍ତି କଥା ପଦାକୁ ଆସିବା ପରେ ଜେଲ୍ ବିକାଶ ବୋର୍ଡ ଏହାକୁ ଗୁରୁତର ସହ ନେଇ ଏଆଇ କ୍ୟାମେରାର ପ୍ରୟୋଗ ଓ ପରୀକ୍ଷଣ କରାଯାଇଛି।
ବାସ୍ତବରେ ଏଆଇ କ୍ୟାମେରାରୁ କେତେ ସଫଳତା ମିଳୁଛି, ଏଥିପାଇଁ ଆଜି ଝାରପଡ଼ା ଜେଲ୍ରେ ଏହାର ପରୀକ୍ଷଣ କରାଯାଇଛି।
ଟେଣ୍ଡର ପାଇଁ ଆବେଦନ କରିଥିବା ୨ଟି ସଂସ୍ଥା ଏକାଧିକ କ୍ୟାମେରା ଆଣି ପରୀକ୍ଷଣ କରିଥିଲେ।
ଜେଲ୍ ଡିଜି ସୁଶାନ୍ତ ନାଥ ଓ ବରିଷ୍ଠ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ରହି ଏଆଇର ଯାଞ୍ଚ କରିଥିଲେ।Advertisment Niladri Bije 2026: ନୀଳକନ୍ଦରକୁ ବାହୁଡ଼ିବେ ମହାପ୍ରଭୁ; ଗୋଟି ପହଣ୍ଡି ଜାରି ଝାରପଡ଼ା ଜେଲ୍ରେ ପରୀକ୍ଷଣ, ଯାଞ୍ଚ କଲେ ଜେଲ୍ ଡିଜିଆଉ ୫ କାରାଗାରରେ କାର୍ଯ୍ୟକାରୀ ଯୋଜନା ଜେଲ୍ରେ ଅପରାଧିକ କାର୍ଯ୍ୟକଳାପ ରୋକିବା ସହ ସୁରକ୍ଷା ବ୍ୟବସ୍ଥାକୁ ମଜଭୁତ କରିବାକୁ ଅଣ୍ଟା ଭିଡ଼ିଛି ଜେଲ୍ ବିକାଶ ବୋର୍ଡ।
ଏଥିପାଇଁ ରାଜ୍ୟର ୨୦ଟି ଜେଲ୍ରେ ଏଆଇ ଆଧାରିତ ସିସିଟିଭି ଖଞ୍ଜାଯିବା ସହ ଭିଡିଓ ଆନାଲିଟିକ୍ସ ବ୍ୟବସ୍ଥା ରଖାଯାଇଛି।
ଯଦି କେହି ପାଚେରି ଡେଇଁବା ପାଇଁ ଉଦ୍ୟମ କରେ, ପାଚେରି ବାହାରୁ କୌଣସି ଜିନିଷ ଭିତରକୁ ଫୋପାଡ଼ିଲେ କିମ୍ବା ଭିତରୁ କୌଣସି ଜିନିଷ ବାହାରକୁ ଫୋପଡ଼ାଗଲେ, ୱାର୍ଡରେ ଗଣ୍ଡଗୋଳ ବା କୌଣସି ସନ୍ଦେହଜନକ କାର୍ଯ୍ୟକଳାପ ଘଟିଲେ ତୁରନ୍ତ ଏଆଇ କ୍ୟାମେରା ଏହାକୁ ଚିହ୍ନଟ କରି ଆଲାର୍ମ ମାଧ୍ୟମରେ ସୂଚନା ଦେବ।
Deep Sleep Hotel: କିମାଶ୍ଚର୍ଯ୍ୟମ୍: ଡିପ୍ ସ୍ଲିପ୍ ହୋଟେଲ୍ ପରୀକ୍ଷଣ ବେଳେ ଜେଲ୍ କର୍ମଚାରୀ ପାଚେରୀ ବାହାରୁ ଭିରତକୁ ଜିନିଷ ଫୋପାଡ଼ୁଥିବା ବେଳେ ଏଆଇ କ୍ୟାମେରା ସେମାନଙ୍କ ଉପରେ ନଜର ରଖିଥିଲା।
ଆଉ ପ୍ରତିଟି ଗତିବିଧି ଉପରେ ନଜର ରଖି ଜେଲ୍ କଣ୍ଟ୍ରୋଲ୍ ରୁମ୍କୁ ତଥ୍ୟ ଦେଇଥିଲା।
ଏହାର ସଫଳ ପରୀକ୍ଷଣ ପରେ ରାଜ୍ୟର ଆଉ ୫ଟି ଜେଲ୍ରେ ଏଆଇ କ୍ୟାମେରା ବ୍ୟବହାର କରିବାକୁ ଟେଣ୍ଡର୍ ପ୍ରକ୍ରିୟା ଆରମ୍ଭ ହୋଇଛି।
ଗତ ୨୧ ତାରିଖରେ ଜେଲ୍ ବିକାଶ ବୋର୍ଡର ଚତୁର୍ଥ ବୈଠକରେ କାରାଗାର ସୁରକ୍ଷା ବ୍ୟବସ୍ଥା, ବନ୍ଦୀଙ୍କ କଲ୍ୟାଣ ଓ ଭିତ୍ତିଭୂମି ବିକାଶ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ସମୀକ୍ଷା କରାଯାଇଥିଲା।
ଯେଉଁଥିରେ କଏଦୀଙ୍କ ଚମ୍ପଟ ରୋକିବା ପାଇଁ ଏଆଇ କ୍ୟାମେରା, ଆଧୁନିକ ସୁରକ୍ଷା ଉପକରଣ ଖଞ୍ଜାଯିବା ଏବଂ ପାଚେରି ଉଚ୍ଚତା ବୃଦ୍ଧି ଉପରେ ଗୁରୁତ୍ବ ଦିଆଯାଇଥିଲା।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।