Murder: ପରକ୍ରିୟାପ୍ରୀତି ପାଇଁ ଗଡ଼ିଲା ମୁଣ୍ଡ: ପତ୍ନୀଙ୍କ ତଣ୍ଟିକାଟି ହତ୍ୟାକଲା ସ୍ବାମୀ

Jul 28, 2026 - 07:54
Murder: ପରକ୍ରିୟାପ୍ରୀତି ପାଇଁ ଗଡ଼ିଲା ମୁଣ୍ଡ: ପତ୍ନୀଙ୍କ ତଣ୍ଟିକାଟି ହତ୍ୟାକଲା ସ୍ବାମୀ

"ଭୁବନେଶ୍ବର: ପରକ୍ରିୟାପ୍ରୀତି ପାଇଁ ତୁଚ୍ଛ ହେଲା ୯ବର୍ଷର ବୈବାହିକ ଜୀବନ।

ପ୍ରଥମେ ନିସ୍ତୁକ ମାଡ଼ ମାରିଲା, ପାଟିରେ ବିଷ ପୂରାଇ ଛୁରିରେ ବେକ ଓ ହାତକୁ କାଟି ଅତି ବୀଭତ୍ସ ଭାବେ ହତ୍ୟା କରି ଘର ବାହାରୁ ତାଲା ପକାଇ ଫେରାର ହୋଇଗଲା ସ୍ବାମୀ।

ଏଭଳି ଲୋମଟାଙ୍କୁରା ଘଟଣା ଦେଖିବାକୁ ମିଳିଛି ମଞ୍ଚେଶ୍ବର ଥାନା ଚେକେଇସିଆଣି ସାହୁ କଲୋନିରେ।

ମୃତ ମହିଳା ଜଣଙ୍କ ହେଲେ ନୟାଗଡ଼ ଜିଲ୍ଲା ଇଟାମାଟି ଅଞ୍ଚଳର ମନିକା ଜେନା(୨୮)।

ଖବରପାଇ ମଞ୍ଚେଶ୍ବର ଥାନା ପୁଲିସ ଓ ସାଇଣ୍ଟିଫିକଟ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ମୃତଦେହକୁ ଜବତ କରିଛନ୍ତି।

ସାଇଣ୍ଟିଫିକ୍‌ ଟିମ୍‌ ସେଠାରୁ ନମୁନା ସଂଗ୍ରହ ପରେ ବ୍ୟବଚ୍ଛେଦ ପାଇଁ ମୃତଦେହକୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଯାଇଛି।

ଅପରପକ୍ଷେ ଫେରାର ଉଦ୍ୟମ କରି ବିଫଳ ହେବା ପରେ ଆତ୍ମହତ୍ୟା ଉଦ୍ୟମ କରୁଥିବା ସ୍ବାମୀକୁ ପୁଲିସ କାବୁ କରି ଡାକ୍ତରଖାନାରେ ଭର୍ତ୍ତି କରିଛି।Advertisment Paper Leak: ପ୍ରଶ୍ନପତ୍ର ଲିକ୍‌ ବିଲ୍‌ ଉପରେ ଆଜି ଚର୍ଚ୍ଚା : ବାଚସ୍ପତିଙ୍କ ହସ୍ତକ୍ଷେପ ପରେ ବିରୋଧୀ ରାଜି ସୂଚନା ମୁତାବକ, ପାଖାପାଖି ୯ବର୍ଷ ତଳେ ନୟାଗଡ଼ ଅଞ୍ଚଳର ପ୍ରଦୀପ ଜେନାଙ୍କ ସହ ମନିକାଙ୍କ ବିବାହ ହୋଇଥିଲା।

ପ୍ରଦୀପ ଚେନ୍ନାଇରେ ରହୁଥିବା ବେଳେ ମନିକା ଶାଶୂଘରେ ରହୁଥିଲେ।

ବିବାହର କିଛି ଦିନ ପରେ ଆରମ୍ଭ ହୋଇଯାଇଥିଲା ନିର୍ଯାତନା।

ଏନେଇ ମନିକା ବାପଘର ଲୋକଙ୍କୁ ଜଣାଇବା ପରେ ଭୁବନେଶ୍ବରରେ ରହୁଥିବା ପରିବାର ଲୋକେ ତାଙ୍କୁ ଏଠାକୁ ନେଇ ଆସିଥିଲେ।

ହେଲେ ପ୍ରଦୀପ ଶ୍ବଶୂର ଘରକୁ ଆସି ବୁଝାସୁଝା କରି ପତ୍ନୀଙ୍କୁ ଚେନ୍ନାଇ ନେଇଯାଇଥିଲା।

ସେଠାରେ ବି ପ୍ରଦୀପର ସ୍ବଭାବ ପରିବର୍ତ୍ତନ ହୋଇ ନଥିଲା।

ତାର ନିର୍ଯାତନା ସୀମା ଟପିବା ପରେ ମନିକା ସେଠାରୁ ଲୁଚି ପଳାଇ ଆସିଥିଲେ।

ସେବେଠାରୁ ଦୁଇ ପରିବାର ମଧ୍ୟରେ ତିକ୍ତତା ବଢ଼ିଥିଲା।

ଆଉ ଏହି ସମୟ ମଧ୍ୟରେ ପ୍ରଦୀପ ଆଉ ଜଣେ ଯୁବତୀଙ୍କୁ ଭଲପାଇ ବସିଥିଲା।

ତାଙ୍କୁ ବିବାହ କରିବା ପାଇଁ ଯୋଜନା କରିଥିଲା।

ହେଲେ ଦମ୍ପତିଙ୍କ ମଧ୍ୟରେ ଛାଡ଼ପତ୍ର ହେଇ ନଥିବାରୁ ସମସ୍ୟା ସୃଷ୍ଟି ହୋଇଥିଲା।

ବିଭିନ୍ନ ସମୟରେ ପଦୀପ ଫୋନ୍‌କରି ମନିକାଙ୍କୁ ହତ୍ୟା ଧମକ ଦେଉଥିଲା।

ଯେମିତି ହେଲେ ମନିକାଙ୍କୁ ରାସ୍ତାରୁ ହଟାଇବାକୁ ପଡ଼ିବ ବୋଲି ଯୋଜନା କରିଥିଲା।

ତେଣୁ ‌ସେ ବି ରାଜଧାନୀ ଚାଲିଆସି ପଟିଆ ଅଞ୍ଚଳରେ ଘରଭଡ଼ା ନେଇ ରହିବା ସହ ମନିକାଙ୍କ ଉପରେ ନଜର ରଖିଥିଲା।

ମନିକା ପରିବାର ସହ ରହୁଥିବାରୁ ତାଙ୍କୁ ରାସ୍ତାରୁ ହଟାଇବା ପ୍ରଦୀପ ପାଇଁ ସହଜ ହୋଇନଥିଲା।

ଆଜି ଅପରାହ୍ଣରେ ମନିକାଙ୍କ ଘରେ କେହି ନଥିବା ସୁଯୋଗ ପାଇ ପ୍ରଦୀପ ସେଠାକୁ ଯାଇ ମନିକାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା।

ପରେ  ଘର ବାହାରୁ ତାଲା ପକାଇ ଫେରାର୍‌ ହୋଇଯାଇଥିଲା।

Paper Leak: ପ୍ରଶ୍ନପତ୍ର ଲିକ୍‌ ବିଲ୍‌ ଉପରେ ଆଜି ଚର୍ଚ୍ଚା : ବାଚସ୍ପତିଙ୍କ ହସ୍ତକ୍ଷେପ ପରେ ବିରୋଧୀ ରାଜି ଅପରାହ୍ଣ ୫ଟା ସମୟରେ ମନିକାଙ୍କ ମା" ଓ ଭାଇ ଘରକୁ ଫେରି ମନିକାଙ୍କ ରୁମ୍‌ ତାଲା ପଡ଼ିଥିବା ଏବଂ ଅନ୍ୟ ସମସ୍ତ ରୁମ୍‌ ଖୋଲାଥିବା ଦେଖି ଚିନ୍ତାରେ ପଡ଼ିଥିଲେ।

ମନିକାଙ୍କୁ ଯେତେ ଡାକିଥିଲେ ବି ସେ କୌଣସି ଜବାବ ଦେଇ ନଥିଲେ।

ଘରର ନୂଆ ତାଲା ଦେଖି ସନ୍ଦେହ ସୃଷ୍ଟି ହୋଇଥିଲା।

ତାଲାକୁ ଭାଙ୍ଗିବା ପରେ ଘର ଭିତରେ ମନିକାଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଦେଖି ପରିବାରଲୋକ ହତବାକ୍‌ ହୋଇପଡ଼ିଥିଲେ।

ପରେ ପୁଲିସକୁ ଫୋନ୍‌କରି ଘଟଣା ସମ୍ପର୍କରେ ଜଣାଇଥିଲେ।

ମଞ୍ଚେଶ୍ବର ଥାନା ଏସିପି, ଆଇଆଇସି ଓ ସାଇଣ୍ଟିଫିକ୍‌ ଟିମ୍‌ ସେଠାରେ ପହଞ୍ଚିବା ପରେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା।

ବୁର୍ଖା ପିନ୍ଧି ଖୋଜୁଥିଲା ଠିକଣାପାଖାପାଖି ୧୫ଦିନ ହେବ ପ୍ରଦୀପ ବୁର୍ଖାପିନ୍ଧି ମନିକାଙ୍କୁ ଖୋଜୁଥିଲା।

କାରଣ ହତ୍ୟା ଧମକ ପରେ ମନିକାଙ୍କ ପରିବାର ବିଭିନ୍ନ ସମୟରେ ଠିକଣା ବଦଳାଉଥିଲେ।

ଯେହେତୁ ବିଭିନ୍ନ ଠିକଣା ବଦଳୁଥିଲା।

ତେଣୁ ପ୍ରଦୀପ ହତ୍ୟା ଯୋଜନା ପରେ ବୁର୍ଖା ବିନ୍ଧି ମନିକାଙ୍କ ଫଟୋ ଦେଖାଇ ଖୋଜୁଥିଲା।

ଏମିତିକି କିଛିଦିନ ତଳେ ତାଙ୍କ ଶାଳୀ ଅର୍ଥାତ ମନିକାଙ୍କ ଭଉଣୀ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ପ୍ରଦୀପଙ୍କୁ ଦେଖିଥିଲେ।

ଆଉ ତାଙ୍କୁ ଘରକୁ ଡାକିଥିଲେ।

ହେଲେ ସେ ଘର ଦେଖିବା ପରେ ସେଠାରୁ ପଳାଇଥିଲା।

୨ମାସ ତଳେ ପୁଅକୁ ନେଇଯାଇଥିଲାଦମ୍ପତିଙ୍କ ଭିତରେ ବିବାଦ ବଢ଼ିବା ପରେ ପାଖାପାଖି ୨ମାସ ତଳେ ପ୍ରଦୀପ ମନିକାଙ୍କ ଭଡ଼ାଘରକୁ ଆସି ୬ବର୍ଷର ପୁଅକୁ ନିଜ ପାଖକୁ ନେଇଯାଇଥିଲା।

ମନିକାଙ୍କ ପରିବାର ଲୋକେ ଭାବିଥିଲେ ପୁଅକୁ ନେବା ପରେ ପ୍ରଦୀପ ବଦଳି ଯିବ।

ହେଲେ ସେଭଳି କିଛି ଘଟିନଥିଲା।

ପାଲଟା ଆହୁରି ହିଂସ୍ର ହୋଇଥିଲା।

ଆତ୍ମହତ୍ୟା ଉଦ୍ୟମ ବେଳେ ଧରାପଡ଼ିଲାପତ୍ନୀଙ୍କୁ ହତ୍ୟା କରି ଫେରାର୍‌ ଥିବା ପ୍ରଦୀପକୁ ଧରିବା ପାଇଁ ପୁଲିସ ଚାରିଆଡ଼ୁ ଘେରିଥିବା ବେଳେ ମଞ୍ଚେଶ୍ବର ଶିଳ୍ପାଞ୍ଚଳସ୍ଥିତ ଏଆର୍‌ଏସ୍‌ଏସ୍‌ ଅଫିସ ନିକଟ ଏକ ଅଟୋରେ ଲୁଚିଥିଲା।

ରାତି ପାଖାପାଖି ୮ଟା ସମୟରେ ପୁଲିସ୍‌ ଟିମ୍‌ ପ୍ରଦୀପକୁ ଠାବ କରିଥିଲା।

ପୁଲିସକୁ ଦେଖି ପ୍ରଦୀପ ପାଖରେ ରଖିଥିବା ଏକ ବିଷ ବୋତଲ ଖୋଲି ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲା।

ହେଲେ ପୁଲିସ ତାକୁ ଗୁରୁତର ଅବସ୍ଥାରେ କାବୁ କରି ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।