BMC: ଆବାସିକ ଘରେ ବ୍ୟବସାୟ ପ୍ରସଙ୍ଗ: ବିଏମ୍ସି ସତ୍ୟପାଠରେ ସାଂଘାତିକ ତ୍ରୁଟି
"ଭୁବନେଶ୍ବର: ଆବାସିକ ଘରେ ବ୍ୟବସାୟ ଚଳାଇଥିବା କୋଠାକୁ ନେଇ ଘଣ୍ଟାଚକଟା ଆରମ୍ଭ କରିଛନ୍ତି ସୁପ୍ରିମକୋର୍ଟ।
ଗତ ଶୁଣାଣିରେ ସବୁ ରାଜ୍ୟର ରାଜଧାନୀରେ ଏଭଳି କୋଠା ସବୁକୁ ତତ୍କାଳ ସିଲ୍ କରିବା ସହ ପାଣି, ବିଜୁଳି ଆଦି ସଂଯୋଗ ବିଚ୍ଛିନ୍ନ କରିବାକୁ ମହାନଗର ନିଗମକୁ ଆଦେଶ ଦେଇଥିଲେ।
କ"ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ସବିଶେଷ ରିପୋର୍ଟ ସତ୍ୟପାଠରେ ଜଣାଇବାକୁ କହିଥିଲେ।
ବିଏମ୍ସି ଏ ଉପରେ ୪୮୨ ପୃଷ୍ଠାର ସତ୍ୟପାଠ ସୁପ୍ରିମକୋର୍ଟରେ ଦାଖଲ କରିଛି।
ଆବାସିକ କୋଠାରେ ବ୍ୟବସାୟ ଚାଲିଥିବା ଏଭଳି ୪୬୩୨ଟି କୋଠାକୁ ଚିହ୍ନଟ କରିଥିବା ଓ ଏ ଦିଗରେ ପ୍ରକ୍ରିୟା ଆରମ୍ଭ କରିଥିବା ସୁପ୍ରିମକୋର୍ଟଙ୍କୁ ଦର୍ଶାଇଛି।
କିନ୍ତୁ ଏହି ସତ୍ୟପାଠରେ ଗୁରୁଚଣ୍ଡାଳ ତ୍ରୁଟି ଦେଖିବାକୁ ମିଳିଛି।
ଏଥିରେ ବଡ଼ ବଡ଼ ଜଣାଶୁଣା ଡାକ୍ତରଖାନା ସହ ସରକାରୀ ଓ ବେସରକାରୀ ମାର୍କେଟ୍ କମ୍ପ୍ଲେକ୍ସ ନାମ ରହିଛି।
ଏମାନେ ଆବାସିକ କୋଠା ଅନୁମତି ନେଇ ବ୍ୟବସାୟ ଚଳାଇଥିବା ଦର୍ଶାଯାଇଛି।
ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ଆରମ୍ଭ ହୋଇଛି।Advertisment Flood in Bhadrak: ବନ୍ୟା କ୍ଷୟକ୍ଷତି, କୃଷକଙ୍କର ସମସ୍ୟାର ସ୍ଥାୟୀ ପ୍ରତିକାର ସମ୍ପର୍କିତ ଦାବିପତ୍ର ପ୍ରଦାନ ଲୋଗନାଥନ୍ ମାମଲା ଓ ବର୍ଜାତିଆ ମାମଲା ଭଳି ସମାନ ଅଭିଯୋଗ ନେଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ଭୁବନେଶ୍ବରର ବିମଳେନ୍ଦୁ ପ୍ରଧାନ କହିଛନ୍ତି, ବିଏମ୍ସି ଏଥିପାଇଁ କୋର୍ଟରେ ଅପଦସ୍ଥ ହେବ।
ଆବଶ୍ୟକ ପଡ଼ିଲେ, ଏଭଳି ତ୍ରୁଟିପୂର୍ଣ୍ଣ ତଥ୍ୟ ପାଇଁ କୋର୍ଟ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି।
ବିଏମ୍ସି ତୁରନ୍ତ ଏହି ସତ୍ୟପାଠ ପ୍ରତ୍ୟାହାର କରୁ।
ସେପ୍ଟେମ୍ବର ୧୫ରେ ପରବର୍ତ୍ତୀ ଶୁଣାଣି ଥିବାବେଳେ ତତ୍କାଳ ପୁନଃ ସର୍ଭେ କରି ଏକ ତ୍ରୁଟିଶୂନ୍ୟ ସତ୍ୟପାଠ ସୁପ୍ରିମକୋର୍ଟ ଆମିକସ୍ କ୍ୟୁରିଙ୍କ ନିକଟରେ ଦାଖଲ କରୁ।
ସେ ଏ ସଂପର୍କରେ ସୁପ୍ରିମକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି।
ଜଣାଶୁଣା ଡାକ୍ତରଖାନା, ସରକାରୀ ଓ ବେସରକାରୀ ମାର୍କେଟ୍ କମ୍ପ୍ଲେକ୍ସ, ସପିଂ ମଲ୍କୁ ଆବାସିକ ଦର୍ଶାଇଛି ସୁପ୍ରିମକୋର୍ଟଙ୍କ ଆଦେଶ ପରେ ବର୍ଷ ବର୍ଷ ଧରି ଏଭଳି ବେଆଇନ କାର୍ଯ୍ୟକୁ ପ୍ରଶ୍ରୟ ଦେଇ ଆସୁଥିବା ବିଏମ୍ସି ବ୍ୟବସାୟ ଚଳାଇଥିବା ଏଭଳି ୪୬୩୨ଟି ଆବାସିକ କୋଠାକୁ ଚିହ୍ନଟ କରି କାରଣ ଦର୍ଶାଅ ନୋଟିସ୍ ଜାରି କରିଛି।
ଏଥିରୁ ଉତ୍ତର ଜୋନ୍ରୁ ୧୭୧୨ଟି, ଦକ୍ଷିଣ-ପଶ୍ଚିମ ଜୋନ୍ରୁ ୧୫୪୦ଟି ଓ ଦକ୍ଷିଣ-ପୂର୍ବ ଜୋନ୍ରୁ ୧୩୮୦ଟି ଘର ଥିବା ସୁପ୍ରିମକୋର୍ଟଙ୍କୁ ଦିଆଯାଇଥିବା ସତ୍ୟପାଠରେ ଦର୍ଶାଯାଇଛି।
୪୬୩୨ଟି କୋଠାର ମାଲିକଙ୍କୁ ବି କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।
୭ ଦିନ ଭିତରେ ଜବାବ ରଖିବାକୁ କୁହାଯାଇଛି।
ଏହି ତାଲିକାରେ କେୟାର ହସ୍ପିଟାଲ୍, ଉତ୍କଳ ହସ୍ପିଟାଲ୍, କଳିଙ୍ଗ ହସ୍ପିଟାଲ୍, ମା" ଶକ୍ତି ହସ୍ପିଟାଲ, ଉସ୍ଥି ହସ୍ପିଟାଲ୍ ଭଳି ବଡ଼ ବଡ଼ ଡାକ୍ତରଖାନାର ନାଁ ରହିଛି।
Information Office: ପାଖେଇ ଆସୁଛି ସ୍ୱାଧୀନତା ଦିବସ: ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟରେ ଝୁଲୁଛି ତାଲା ଏମାନେ ଆବାସିକ ଘର ପାଇଁ ପ୍ଲାନ ନେଇ ଏହାକୁ ବ୍ୟବସାୟରେ ଲଗାଇଥିବା ଦର୍ଶାଯାଇଛି।
ସେପଟେ ମାର୍କେଟ୍ କମ୍ପ୍ଲେକ୍ସ ଓ ସପିଂ ମଲ୍ କଥା ଦେଖିଲେ, ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟରକୁ ୯୭ଟି, ଉତ୍କଳ ସିଗ୍ନେଚରକୁ ୪୭ଟି, ବିଡିଏ ମାର୍କେଟ୍ କମ୍ପ୍ଲେକ୍ସକୁ ୩୩ଟି, କ୍ରିଷ୍ଣା ପ୍ଲାଜାକୁ ୨୯ଟି, ଚନ୍ଦକା ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍ର ଡିଏଲ୍ଏଫ୍ ସାଇବର୍ ସିଟିକୁ ୩୫୭ଟି, ନୟାପଲ୍ଲୀ ଆଇଆର୍ସି ଭିଲେଜ ଆଇଡି (ଇନ୍ଦ୍ରଧନୁ ମାର୍କେଟ୍) ମାର୍କେଟ୍କୁ ୨୫୫ଟି, ଭଗବାନପୁର ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍ ଅଞ୍ଚଳରେ ଥିବା ସିମ୍ଫୋନି ମଲ୍କୁ ୫୦ଟି, ରସୁଲଗଡ଼ ଓଡ଼ିଶା ବିଜ୍ନେସ ସେଣ୍ଟରକୁ ୪୪ଟି, ସିଟି ମାର୍ଟକୁ ୨୫ଟି, ସିଆର୍ପି ଛକ ପ୍ରିୟଦର୍ଶିନୀ ମାର୍କେଟ୍କୁ ୨୧ଟି, ୟୁନିଟ୍-୮ କଲ୍ୟାଣୀ ମାର୍କେଟ୍କୁ ୨୦ଟି କାରଣ ଦର୍ଶାଅ ନୋଟିସ୍ ଦିଆଯାଇଛି।
ଏସବୁ ଆବାସିକ କୋଠାର ପ୍ଲାନ ମଞ୍ଜୁରି ନେଇ ବ୍ୟବସାୟ ଚଳାଇଥିବା ରିପୋର୍ଟରେ ଦର୍ଶାଯାଇଛି।
ଏହି ତଥ୍ୟ ବି ସତ୍ୟପାଠ ଜରିଆରେ ସୁପ୍ରିମକୋର୍ଟରେ ଦାଖଲ ହୋଇଛି।
ଭାତହାଣ୍ଡିରୁ ଗୋଟିଏ ଭଳି ଏହା କେବଳ ଉଦାହରଣ ମାତ୍ର।
ଏଠି ପ୍ରଶ୍ନ ଉଠୁଛି, ସତ୍ୟପାଠରେ ଦର୍ଶାଯାଇଥିବା ଏହି ସବୁ କୋଠା ଆରମ୍ଭରୁ ହିଁ ବ୍ୟବସାୟିକ ଉଦ୍ଦେଶ୍ୟରେ ଲାଗିଛି।
ଏମାନେ କିଭଳି ଆବାସିକ ଘରର ପ୍ଲାନ ମଞ୍ଜୁରି ନେଲେ ଓ ବ୍ୟବସାୟ ଚଳାଇଲେ ବୋଲି ରିପୋର୍ଟରେ ଦର୍ଶାଗଲା।
ବିଏମ୍ସିର ଜନୈକ ଅଧିକାରୀ କହିଛନ୍ତି, ଆମେ କେବଳ ଆବାସିକ କୋଠା ବ୍ୟବସାୟରେ ଲାଗିଥିବା ସଂପର୍କିତ ରିପୋର୍ଟ ଦେଇନୁ, ଯେଉଁମାନେ ପ୍ଲାନକୁ ଉଲ୍ଲଂଘନ କରିଛନ୍ତି, ସେ ରିପୋର୍ଟ ଦେଇଛୁ।
କିନ୍ତୁ ରିପୋର୍ଟରେ ଆବାସିକ କୋଠା ବୋଲି କାହିଁକି ଉଲ୍ଲେଖ ହେଲା ବୋଲି ପ୍ରଶ୍ନର ସେ କୌଣସି ପ୍ରତ୍ୟୁତ୍ତର ରଖିନାହାନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।