Blood sugar: ରକ୍ତ ଶର୍କରା ନିୟନ୍ତ୍ରଣ କରିବ ଏସବୁ ବ୍ୟାୟାମ

Aug 10, 2026 - 07:07
Blood sugar: ରକ୍ତ ଶର୍କରା ନିୟନ୍ତ୍ରଣ କରିବ ଏସବୁ ବ୍ୟାୟାମ

"ଶରୀରରେ ରକ୍ତ ଶର୍କରା ବୃଦ୍ଧି ଅନେକ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ।

ଏହାକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ଔଷଧ ଉପରେ ନିର୍ଭର କରିଥାନ୍ତି।

ତେବେ ରକ୍ତ ଶର୍କରାକୁ ମଧ୍ୟ ପ୍ରାକୃତିକ ଉପାୟରେ ଯଥା ଚାଲିବା, ସାଇକଲ ଚଲାଇବା, ପହଁରିବା, ନାଚିବା, ଏବଂ ଯୋଗ ଆଦି ଜରିଆରେ  ନିୟନ୍ତ୍ରଣ କରାଯାଇ ପାରିବ।

ଏଠାରେ ୮ଟି ପ୍ରାକୃତିକ ଉପାୟ ସଂପର୍କରେ ସୂଚନା ପ୍ରଦାନ କରାଯାଇଛି।Advertisment Climate conference: ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଦ୍ୱାରା ଦିଲ୍ଲୀରେ ଜଳବାୟୁ ସମ୍ମିଳନୀ ଆୟୋଜନ ବ୍ରିସ୍କ ୱାକିଂ: ପ୍ରତିଦିନ କିଛି ସମୟ ପାଇଁ ବ୍ରିସ୍କ ୱାକିଂ କଲେ ବା ଶୀଘ୍ର ଶୀଘ୍ର ଚାଲିଲେ ତାହା ଶରୀରରେ ରକ୍ତ ଶର୍କରା ନିୟନ୍ତ୍ରଣରେ ସହାୟକ ହୋଇଥାଏ।

ନିୟମିତ ଏହା କରିବା ଦ୍ବାରା ମାଂସେପେଶୀକୁ ଶକ୍ତି ମିଳିବା ସହ ଶର୍କରା ନିୟନ୍ତ୍ରଣ କରିବାରେ ବିଶେଷ ଉପଯୋଗୀ ହୋଇଥାଏ।

ଏଥିଯୋଗୁ ଇନସୁଲିନ୍‌ କ୍ଷରଣ ମଧ୍ୟ ହୋଇଥାଏ।

ସାଇକ୍ଲିଂ: ସାଇକଲ ଚଳାଇବା ଦ୍ବାରା ଶରୀରର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ଚଳଚଞ୍ଚଳ ରହିଥାଏ।

ଏଥିଯୋଗୁ ରକ୍ତ ଶର୍କରା ପରିଚାଳନା ମଧ୍ୟ ଭଲ ହୋଇଥାଏ।

ଦୌଡ଼ାଦୌଡ଼ି କରିବା ଯେଉଁମାନଙ୍କ ପାଇଁ ସେତେଟା ସହଜ ହୋଇ ନଥାଏ ‌ସେମାନଙ୍କ ପାଇଁ ସାଇକଲ୍‌ ଚାଳନା ବା ସାଇକ୍ଲିଂ ବିଶେଷ ସହାୟକ ହୋଇଥାଏ।

ସୁଇମିଂ: ପହରିଁବା ଏକ ଭଲ ବ୍ୟାୟାମ।

ପହଁରିବା ଦ୍ବାରା ଶରୀରର ପ୍ରାୟ ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ସଞ୍ଚାଳିତ ହୋଇଥାଏ।

ଏହା ରକ୍ତ ଶର୍କରା ପରିଚାଳନାରେ ସହାୟକ ହୁଏ।

ଷ୍ଟ୍ରେନଥ୍‌ ଟ୍ରେନିଂ: ବ୍ୟାୟାମଶାଳା କିମ୍ବା ଜିମ୍‌ ଆଦିରେ ବିଭିନ୍ନ ପ୍ରକାର ଶାରୀରିକ ପରିଶ୍ରମ କରାଯାଇ ମାଂସପେଶୀକୁ ମଜଭୁତ କରାଯାଇଥାଏ ଯାହାକୁ ଷ୍ଟ୍ରେନ୍‌ଥ ଟ୍ରେନିଂ କୁହାଯାଏ।

ଏହାଦ୍ବାରା ରକ୍ତ ଶର୍କରା ନିୟନ୍ତ୍ରଣ ହୋଇପାରିଥାଏ।

କାରଣ ସକ୍ରିୟ ରହୁଥିବା ମାଂସପେଶୀଗୁଡ଼ିକ ଶୀଘ୍ର ଶର୍କରା ଗ୍ରହଣ କରିଥାଏ।

ନିୟମିତ ମାଂସପେଶୀ ମଜଭୁତ ବ୍ୟାୟାମ କରିବା ଫଳରେ ଶରୀରରେ ଇନ୍‌ସୁଲିନ୍‌ କ୍ଷରଣ ଭଲ ହୋଇଥାଏ।

ଯୋଗ: ବିଭିନ୍ନ ପ୍ରକାର ଯୋଗାସନ ଶରୀରର ଏକାଧିକ ଅଙ୍ଗପ୍ରତ୍ୟଙ୍ଗକୁ ସଚଳ ଓ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।

ଏଥିପାଇଁ ଯୋଗାସନର ଆଦୃତି ବଢ଼ିବାରେ ଲାଗିଛି।

ଯୋଗଦ୍ବାରା ଶରୀରରେ ଇନସୁଲିନ୍‌ କ୍ଷରଣ ଓ ପରିଚାଳନା ହୋଇପାରିଥାଏ।

Flood in Bhadrak: କମୁଛି ସାଳନ୍ଦୀ-ବୈତରଣୀର ବନ୍ୟାଜଳ, ବଢ଼ୁଛି ଲୋକଙ୍କ ଦୁର୍ଦ୍ଦଶା ଜଗିଂ: ଜଗିଂ ବା ଧୀରେ ଦୌଡ଼ିବା ଦ୍ବାରା ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ସକ୍ରିୟ ହୋଇଥାଏ।

ମାଂସପେଶୀ ଉପରେ ଜଗିଂର ପ୍ରଭାବ ପଡ଼ିଥାଏ, ଯାହାକି ଇନସୁଲିନ୍‌ ପରିଚାଳନା ଓ ନିୟନ୍ତ୍ରଣରେ ସାହାଯ୍ୟ କରେ।

ନୃତ୍ୟ: ନୃତ୍ୟ ମଧ୍ୟ ଶରୀରକୁ ସୁସ୍ଥ ରଖିଥାଏ।

ଶର୍କରା ନିୟନ୍ତ୍ରଣରେ ଏହା ସହାୟକ ହୋଇଥାଏ।

ତେଣୁ ଅନେକ ବ୍ୟକ୍ତି ନୃତ୍ୟକୁ ଏଥିପାଇଁ ଚୟନ କରିଥାନ୍ତି।

ଏଚ୍‌ଆଇଆଇଟି: ହାଇ-ଇଣ୍ଟେନସିଟି ଇଣ୍ଟରଭାଲ ଟ୍ରେନିଂ (ଏଚ୍‌ଆଇଆଇଟି)‌ ହେଉଛି ଏକ ପ୍ରକାର ବ୍ୟାୟାମ।

ଏହା ଶରୀରର ଫିଟନେସ୍‌ ବଢ଼ାଇବା ସହ ଶର୍କରା ପରିଚାଳନାରେ ସହାୟକ ହୋଇଥାଏ।

ତେବେ ଏହା ସବୁ ଲୋକଙ୍କ ପାଇଁ ଉପଯୁକ୍ତ ହୋଇ ନପାରେ।

ମଧୁମେହ ରୋଗରେ ପୀଡ଼ିତ ବ୍ୟକ୍ତିମାନେ ଏଭଳି ଅଭ୍ୟାସ ଆରମ୍ଭ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେଇ କରିବା ଉଚିତ ମନେ କରାଯାଏ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media