Blaze Spreads Rapidly Through Clothing Warehouse: ସୁରଟରେ ଭୟାବହ ଅଗ୍ନିକାଣ୍ଡ, ଦେଖୁ ଦେଖୁ ଜଳିଗଲା ପୂରା କପଡ଼ା ଗୋଦାମ
ସୁରଟରେ ଭୟାବହ ଅଗ୍ନିକାଣ୍ଡ।
ଜଳିଗଲା କପଡ଼ା ଗୋଦାମ।
ଖରଭାସା ଅଞ୍ଚଳରେ ଥିବା ଏକ କପଡ଼ା ଗୋଦାମରେ ଏହି ଅଗ୍ନିକାଣ୍ଡ ହୋଇଛି।
ନିଆଁ ଏତେ ଭୟଙ୍କର ଥିଲା ଯେ ଦେଖୁ ଦେଖୁ ଏହା ସମ୍ପୂର୍ଣ୍ଣ ଗୋଦାମକୁ ବ୍ୟାପି ଯାଇଥିଲା।
କିଛି ସମୟ ଭିତରେ ପୂରା ଗୋଦାମକୁ ଗିଳିଦେଲା ନିଆଁ।
Advertisment ଖବର ପାଇ ଅଗ୍ନିଶମ ବାହିନୀର ଏକାଧିକ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି।
ବର୍ତ୍ତମାନ ସୁଦ୍ଧା ନିଆଁ ଲିଭା କାର୍ଯ୍ୟ ଜାରି ରହିଛି।
ତେବେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
ଏଥିରେ କେତେ ପରିମାଣର କ୍ଷୟକ୍ଷତି ହୋଇଛି, ସେନେଇ ମଧ୍ୟ କୌଣସି ସୂଚନା ମିଳିପାରି ନାହିଁ ।
...
ସୁରତରେ କପଡ଼ା ଗୋଦାମରେ ନିଆଁ ଖରଭାସା ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀର ଉଦ୍ୟମ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
