Blast: ଆସାମ ରଡ୍ କାରଖାନାରେ ବିସ୍ଫୋରଣ, ୪ ମୃତ
"ସିଲ୍ଚର: ଆସାମର କଛାର ଜିଲ୍ଲାରେ ଆଜି ଏକ ରଡ୍ ନିର୍ମାଣ କାରଖାନାରେ ପଚଣ୍ଡ ବିସ୍ଫୋରଣ ହୋଇ ୪ ଶ୍ରମିକଙ୍କର ମୃତ୍ୟୁ ହୋଇଛି ଏବଂ ଆହୁରି ଅନେକ ଆହତ ହୋଇଛନ୍ତି।
ଉଧାରବନ୍ଦ ଥାନା ଅଧୀନରେ ଥିବା ପଙ୍ଗରାମରେ କାଡେ ଗ୍ଲୋବାଲ୍ ଇନଫ୍ରାଷ୍ଟ୍ରକ୍ଚର ଏଲ୍ଏଲ୍ପିରେ ଆଜି ପୂର୍ବାହ୍ଣ ପ୍ରାୟ ୧୧ଟା ୩୦ରେ ଏହି ବିସ୍ଫୋରଣ ହୋଇଛି।
ବିସ୍ଫୋରଣ ଯୋଗୁ ଫ୍ୟାକ୍ଟ୍ରିର କିଛି ଅଂଶ ଭାଙ୍ଗି ଯାଇଥିଲା ଏବଂ ଏଥିଯୋଗୁ ଏକାଧିକ ଶ୍ରମିକ ଆହତ ହୋଇଛନ୍ତି।Advertisment ଖବର ପାଇ ପୁଲିସ ଓ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସମେତ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଅପରେସନ୍ ଆରମ୍ଭ କରିଥିଲେ।
ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲ୍ ନିଆଯାଇଛି।
ଅନେକ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ଆଗକୁ ବଢ଼ିପାାରେ।
ଫ୍ୟାକ୍ଟ୍ରିରେ ଗ୍ୟାସ୍ ସିଲିଣ୍ଡର୍ ବିସ୍ଫୋରଣ ଯୋଗୁ ଏହି ବିସ୍ଫୋରଣ ହୋଇଥିବା ସନ୍ଦେହ କରାଯାଉଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।