Welcome!

Unlock your personalized experience.
Sign Up
block-728

Black Magic: ଦେଓଗାଁରେ ନରବଳି! ଘର ଭିତରୁ ମିଳିଲା ମୁଣ୍ଡ, ବିଲରୁ ଦେହ

Aug 21, 2026 - 05:44
Black Magic: ଦେଓଗାଁରେ ନରବଳି! ଘର ଭିତରୁ ମିଳିଲା ମୁଣ୍ଡ, ବିଲରୁ ଦେହ

ଦେଓଗାଁ: ପାଣିରେ ଭାସୁଥିଲା ମୁଣ୍ଡବିହୀନ ଶବ। ଘର ଭିତରୁ ଉଦ୍ଧାର ହେଲା ମୁଣ୍ଡ। ଏଭଳି ନାରକୀୟ ଘଟଣା ବଲାଙ୍ଗୀରଜିଲ୍ଲା ଦେଓଗାଁ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ କାବୁ କରିବା ସହ ଘର ଭିତରୁ କଟା ମୁଣ୍ଡ ଉଦ୍ଧାର କରିଛି। ଅଭିଯୁକ୍ତମାନେ ହେଲେ ବଗଡ଼ା ଗାଁର ଶତ୍ରୁଘ୍ନ ସାହୁ ଓ ଗଣେଶର ସାହୁ। ପୁଲିସ ଉଭୟଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି। ଗୁରୁବାର ସକାଳୁ ଦେଓଗାଁ ଥାନା ବଗଡ଼ା ହାଇସ୍କୁଲ ନିକଟରେ ଥିବା ପାଣି ଟାଙ୍କିରେ ଏକ ମୁଣ୍ଡବିହୀନ ଶବ ଭାସୁଥିବା ଦେଖି କିଛି ଛେଳି ଚରାଳି ପୁଲିସକୁ ଖବର ଦେଇଥିଲେ। ଦେଓଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିବା ସହ ପାରିପାର୍ଶ୍ୱିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଥିଲା। ହତ୍ୟାର ଶିକାର ହୋଇଥିବା ଯୁବକ ଜଣକ ତୁଷୁରା ଥାନା ଟେବଡ଼ାମୁଣ୍ଡା ଗାଁର ସନ୍ତୋଷ ଖର୍ସେଲ ବୋଲି ଜଣାପଡ଼ିଛି। ମୃତକଙ୍କ ପରିବାର ଲୋକେ ଶବ ଚିହ୍ନଟ କରିବା ପରେ ଘନଶ୍ୟାମ ଓ ଗଣେଶର ସାହୁକୁ ପୁଲିସ ଉଠାଇ ନେଇଥିଲା।

Neglect: ଦୟନୀୟ ଅବସ୍ଥାରେ ସାରଙ୍ଗଡ଼ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ

ଘର ଭିତରୁ ମିଳିଲା ମୁଣ୍ଡ, ବିଲରୁ ଦେହ
୨ ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ

ଏସ୍‌ଡିପିଓ ଜେରା କରିବା ପରେ ଉଭୟ ଅଭିଯୁକ୍ତ ସନ୍ତୋଷଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ। ଶତ୍ରୁଘ୍ନ ନିଜ ଘର ଭିତରୁ କଟାମୁଣ୍ଡ କାଢ଼ି ଦେଖାଇଥିଲା। କଟାମୁଣ୍ଡ ତଳୁ ବେଲପତ୍ର, ଚାଉଳ, ତମ୍ବା ନାଗ ସହ ଦେବୀଙ୍କ ଫଟୋ ମିଳିଛି। ଅଭିଯୁକ୍ତ ଶତ୍ରୁଘ୍ନ ଗୁଣିଗାରେଡ଼ି ପାଇଁ ସନ୍ତୋଷଙ୍କୁ ବଳି ଦେଇଥିବା ସ୍ଥାନୀୟ ସରପଞ୍ଚ ଚିତ୍ତରଞ୍ଜନ ସାହୁ ଅଭିଯୋଗ କରିଛନ୍ତି। ସନ୍ତୋଷ ଗତ ୧୮ ତାରିଖରେ ଘରୁ କୁଆଡ଼େ ଚାଲି ଯାଇଥିଲେ। ପରିବାର ଲୋକେ ଖୋଜାଖୋଜି କରିଥିଲେ ହେଁ ତାଙ୍କ ପତ୍ତା ମିଳିନଥିଲା। ସନ୍ତୋଷଙ୍କୁ ନିଶାଗ୍ରସ୍ତ କରିବା ପରେ ହତ୍ୟା କରାଯାଇଥିବା ଆଲୋଚନା ହେଉଛି। ଏହି ଘଟଣାରେ ସଂପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବଲାଙ୍ଗୀର ସଦର ଏସ୍‌ଡିପିଓ ସରୋଜ ଉପାଧ୍ୟାୟ କହିଛନ୍ତି।

Dead: ଖଣିଅଞ୍ଚଳ‌ରେ ୬ ମାସରେ ୧୩ ଖଣି କର୍ମଚାରୀ ସହ ୨୨ ମୃତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media