BJP VS AAP: ଯମୁନା ନଦୀର ସଫେଇକୁ ନେଇ ବିଜେପି-ଆପ୍ ମୁହାଁମୁହିଁ
ନୂଆଦିଲ୍ଲୀ: ଛଠ ପୂଜା ପୂର୍ବରୁ ଦିଲ୍ଲୀରେ ଯମୁନା ନଦୀର ସଫେଇ ଓ ପ୍ରଦୂଷଣ ପ୍ରସଙ୍ଗକୁ ନେଇ ଶାସକ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ଆମ୍ ଆଦମୀ ପାର୍ଟି (ଆପ୍) ମଧ୍ୟରେ ରାଜନୈତିକ କାଦୁଅଫିଙ୍ଗା ତୀବ୍ର ହୋଇଛି।
ବିଜେପି ସାଂସଦ ମନୋଜ ତିୱାରୀ ସୋନିଆ ବିହାରଠାରେ ଯମୁନା ନଦୀରେ ବୁଡ଼ ପକାଇ ପାଣିର ସ୍ୱଚ୍ଛତାକୁ ପ୍ରଶଂସା କରିବା ପରେ, କେନ୍ଦ୍ରମନ୍ତ୍ରୀ କିରେନ୍ ରିଜିଜୁ ଶୁକ୍ରବାର ତିୱାରୀଙ୍କ ସହ ଯମୁନାରେ ଏକ 'ସାହାଁସ ପ୍ରତିଯୋଗିତା' ପାଇଁ ପ୍ରସ୍ତାବ ଦେଇଛନ୍ତି।
Advertisment ସୋସିଆଲ ମିଡିଆ 'ଏକ୍ସ' ରେ ତିୱାରୀଙ୍କ ଭିଡିଓ ସେୟାର କରି ରିଜିଜୁ ଲେଖିଛନ୍ତି, ମନୋଜ ଜୀ, ଯମୁନାର ଏହି ସ୍ୱଚ୍ଛ ଜଳରେ ଆମ ଦୁହିଁଙ୍କ ମଧ୍ୟରେ ଏକ ସନ୍ତରଣ ପ୍ରତିଯୋଗିତା ହୋଇପାରିବ ନାହିଁ କି?
ଉତ୍ତର-ପୂର୍ବ ଦିଲ୍ଲୀ ସାଂସଦ ମନୋଜ ତିୱାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ନେତୃତ୍ୱରେ ଯମୁନା ସଫେଇ କାର୍ଯ୍ୟକୁ ଶ୍ରେୟ ଦେଇ ନଦୀ ଜଳ ପୂର୍ବପେକ୍ଷା ଯଥେଷ୍ଟ ସ୍ୱଚ୍ଛ ହୋଇଥିବା ଦାବି କରିଥିଲେ।
ମନୋଜ ତିୱାରୀଙ୍କୁ ଖୋଲା ଚ୍ୟାଲେଞ୍ଜ ଅନ୍ୟପକ୍ଷରେ, ଆମ୍ ଆଦ୍ମୀ ପାର୍ଟି ଏହାକୁ ନିର୍ବାଚନୀ 'ଡ୍ରାମା' ବୋଲି କହି ବିଜେପିର ଦାବିକୁ ଖଣ୍ଡନ କରିଛି।
ଆପ୍ କର୍ମୀମାନେ ଉକ୍ତ ସ୍ଥାନ ପରିଦର୍ଶନ କରି ଯମୁନା ଜଳ ଏବେ ବି କଳା ଏବଂ ଅତ୍ୟନ୍ତ ପ୍ରଦୂଷିତ ଅଛି ବୋଲି ଦର୍ଶାଇଥିଲେ।
ନଦୀକୁ ମଇଳା ନାଳ ନିଷ୍କାସିତ ହେଉଥିବା ସ୍ଥାନରେ ବୁଡ଼ ପକାଇ, ସେହି ପାଣି ପିଇ ଲାଇଭଷ୍ଟ୍ରିମ୍ କରି ଦେଖାଇବାକୁ 'ଆପ୍' ମନୋଜ ତିୱାରୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛି।
Flood: ଭୁଟାନରେ ହିମବାହ ହ୍ରଦ ଫାଟି ବନ୍ୟା, ପଶ୍ଚିମବଙ୍ଗ ଓ ଆସାମକୁ ସତର୍କ ସୂଚନା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
