BJP Leader Fatally Stabbed: ବିଜେପି ନେତାଙ୍କୁ ଛୁରୀ ଭୁସି ହତ୍ୟା, ରାଜନୈତିକ ବିବାଦ ସନ୍ଦେହ

Aug 06, 2026 - 13:29
BJP Leader Fatally Stabbed: ବିଜେପି ନେତାଙ୍କୁ ଛୁରୀ ଭୁସି ହତ୍ୟା, ରାଜନୈତିକ ବିବାଦ ସନ୍ଦେହ

କଳାହାଣ୍ଡି ମଦନପୁର ରାମପୁର ଥାନା ଅଞ୍ଚଳରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ୨ ଜଣ ଅଟକ ।  ଏ ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି ବୋଲି ପୋଲିସ କହିଛି । ଗତକାଲି ରାତିରେ ମଦନପୁର ରାମପୁର ଥାନା ଡମ୍ କର୍ଲାଖୁଣ୍ଟା ଗାଁର ବିଜେପି ନେତା ଫକୀର ରଣାଙ୍କୁ ଛୁରୀ ଭୁସି ହତ୍ୟା କରିଥିଲେ ଦୁର୍ବୃତ୍ତ । ଫକୀର ସ୍ଥାନୀୟ ସରପଞ୍ଚ ସ୍ନିଗଧା ରଣାଙ୍କ ସ୍ବାମୀ ।

ଗତକାଲି ରାତିରେ ପଞ୍ଚାୟତ ଅଫିସ କାର୍ଯ୍ୟାଳୟ ଆଗରେ ଅଜଣା ଦୁର୍ବୃତ୍ତ ତାଙ୍କୁ ଛୁରୀ ଭୁସି ଫେରାର୍ ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ  ଫକୀରଙ୍କୁ ମଦନପୁର ରାମପୁର ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । 

ବିଜେପି ନେତାଙ୍କୁ ହତ୍ୟା; ୨ ଅଟକ
କଳାହାଣ୍ଡିରେ ବିଜେପି ନେତାଙ୍କୁ ହତ୍ୟା ମାମଲା
୨ ଜଣଙ୍କୁ ଅଟକ ରଖିଛି ମଦନପୁର ରାମପୁର ପୋଲିସ
ଅଟକ ନେଇ ସୂଚନା ଦେଲେ କଳାହାଣ୍ଡି ଏସପି
ମଦନପୁର ରାମପୁର ଥାନାରେ ହତ୍ୟା ମାମଲା ରୁଜୁ
ଗତକାଲି ରାତିରେ ଡମ୍ କର୍ଲାମୁଣ୍ଡାରେ ଘଟିଥିଲା ହତ୍ୟା
ବିଜେପି ନେତା ଫକୀର ରଣାଙ୍କୁ ଛୁରି ଭୁସି ହତ୍ୟା
ଫକୀର ସ୍ଥାନୀୟ ସରପଞ୍ଚ ସ୍ନିଗଧା ରଣାଙ୍କ ସ୍ବାମୀ
ପୂର୍ବ ଶତ୍ରୁତାରୁ ଛୁରି ଭୁସି ହତ୍ୟା କରିଯାଇଥିବା ଅଭିଯୋଗ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।