Pradeep Rawat passes away: ଆଉ ନାହାନ୍ତି ‘ମହାଭାରତ’ର ଅଶ୍ୱତ୍ଥାମା; ୭୪ ବର୍ଷ ବୟସରେ ଦେହାନ୍ତ

Aug 06, 2026 - 14:27
Pradeep Rawat passes away: ଆଉ ନାହାନ୍ତି ‘ମହାଭାରତ’ର ଅଶ୍ୱତ୍ଥାମା; ୭୪ ବର୍ଷ ବୟସରେ ଦେହାନ୍ତ

ପରଲୋକରେ ବରିଷ୍ଠ ଅଭିନେତା ପ୍ରଦୀପ ରାୱତ। ଲୋକପ୍ରିୟ ଧାରାବାହିକ ‘ମହାଭାରତ’ରେ ଅଶ୍ୱତ୍ଥାମା ଭୂମିକାରେ ଘରେ ଘରେ ପରିଚିତ ହୋଇଥିବା ବରିଷ୍ଠ ଅଭିନେତା ପ୍ରଦୀପ ରାୱତଙ୍କର ପରଲୋକ ହୋଇଛି। ୭୪ ବର୍ଷ ବୟସରେ କ୍ୟାନ୍ସର ସହ ଦୀର୍ଘ ଲଢ଼େଇ ପରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ପ୍ରଦୀପ ରାୱତ ପ୍ରାୟ ୪ ବର୍ଷ ପୂର୍ବେ କ୍ୟାନ୍ସରରୁ ସୁସ୍ଥ ହୋଇଥିଲେ। କିନ୍ତୁ ପ୍ରାୟ ଛଅ ସପ୍ତାହ ପୂର୍ବରୁ ଏହି ରୋଗ ପୁଣି ଫେରିଥିଲା। ପରେ ପ୍ଲେଟଲେଟ୍ ସଂଖ୍ୟା କମିଯିବାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ଖରାପ ହୋଇଥିଲା। ସ୍ୱାସ୍ଥ୍ୟାବସ୍ଥା ଜଟିଳ ହେବା ପରେ ମଙ୍ଗଳବାର ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

‘ମହାଭାରତ’ର ଅଶ୍ୱତ୍ଥାମା ଭାବେ ମିଳିଥିଲା ପରିଚୟ

ବି.ଆର୍. ଚୋପ୍ରାଙ୍କ ଲୋକପ୍ରିୟ ଧାରାବାହିକ ‘ମହାଭାରତ’ରେ ଅଶ୍ୱତ୍ଥାମା ଭୂମିକାରେ ପ୍ରଦୀପ ରାୱତ ଅମର ହୋଇ ରହିଥିଲେ। ତାଙ୍କ ଶକ୍ତିଶାଳୀ ଅଭିନୟ ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲା। ତାଙ୍କ ଦମଦାର ଅଭିନୟ ଆଜି ମଧ୍ୟ ଦର୍ଶକଙ୍କ ମନରେ ଜୀବନ୍ତ ରହିଛି।

ତେବେ କେବଳ ଟେଲିଭିଜନ ନୁହେଁ, ବଡ଼ ପରଦାରେ ମଧ୍ୟ ତାଙ୍କର ଦମଦାର ଅଭିନୟ ପାଇଁ ସେ ପରିଚିତ ଥିଲେ। ‘ଲଗାନ୍’, ‘ଗଜିନି’, ‘ସରଫରୋଶ୍’, ‘ମଗଧୀରା’ ସହ ଅନେକ ଭାରତୀୟ ଫିଲ୍ମରେ ସେ ସ୍ମରଣୀୟ ଚରିତ୍ରରେ ଅଭିନୟ କରିଥିଲେ।

ଚଳଚ୍ଚିତ୍ର ଜଗତରେ ଶୋକର ଛାୟା

ପ୍ରଦୀପ ରାୱତଙ୍କ ବିୟୋଗ ଖବର ପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ‘ଲଗାନ୍’ରେ ତାଙ୍କ ସହ କାମ କରିଥିବା ଅଭିନେତା ୟଶପାଲ ଶର୍ମା ସୋସିଆଲ ମିଡିଆରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ସହକର୍ମୀ, ପ୍ରଶଂସକ ଓ ଫିଲ୍ମ ଜଗତର ଅନେକ ବ୍ୟକ୍ତି ପ୍ରଦୀପ ରାୱତଙ୍କୁ ମନେ ପକାଇ ଶୋକ ପ୍ରକାଶ କରିଛନ୍ତି। ପରିବାର ଓ ନିକଟ ସମ୍ପର୍କୀୟଙ୍କ ଉପସ୍ଥିତିରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି।

ପ୍ରଦୀପ ରାୱତଙ୍କ ବିୟୋଗ ସହ ଭାରତୀୟ ମନୋରଞ୍ଜନ ଜଗତ ଜଣେ ଦମଦାର ଅଭିନେତାଙ୍କୁ ହରାଇଛି। ତାଙ୍କ ଅଭିନୟ ଓ ଅଭୁଲା ଚରିତ୍ର ସବୁବେଳେ ଦର୍ଶକଙ୍କ ମନରେ ଜୀବନ୍ତ ରହିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।