BJP: ‘ଫ୍ଲପ୍ ସୋ, ପଡ଼ିଆ ଖାଲି’: ବିରୋଧୀଙ୍କ ରାମଲୀଲା ରାଲିକୁ ବିଜେପିର କଟାକ୍ଷ

Nov 01, 2026 - 21:35
BJP: ‘ଫ୍ଲପ୍ ସୋ, ପଡ଼ିଆ ଖାଲି’: ବିରୋଧୀଙ୍କ ରାମଲୀଲା ରାଲିକୁ ବିଜେପିର କଟାକ୍ଷ

ନୂଆଦିଲ୍ଲୀ: ଦିଲ୍ଲୀ ର ରାମଲୀଲା ମୈଦାନରେ ଆୟୋଜିତ ବିରୋଧୀ ଦଳଗୁଡ଼ିକର ସମାବେଶକୁ ବିଜେପି ସମ୍ପୂର୍ଣ୍ଣ 'ଫ୍ଲପ୍ ସୋ' ବୋଲି ଆଖ୍ୟା ଦେଇଛି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାଷଣ ଦେଉଥିବା ସମୟରେ ହିଁ ଜନସାଧାରଣ ପଡ଼ିଆ ଛାଡ଼ି ଚାଲିଯାଇଥିଲେ ବୋଲି ବିଜେପି ଦାବି କରିଛି।

ବିଜେପି ପକ୍ଷରୁ କୁହାଯାଇଛି ଯେ, କଂଗ୍ରେସ ଏହି ରାଲିରେ ୧୦ ଲକ୍ଷ ଲୋକଙ୍କ ସମାଗମ ହେବ ବୋଲି କହିଥିଲା, କିନ୍ତୁ ବାସ୍ତବରେ ପଡ଼ିଆର ୪୦ ପ୍ରତିଶତ ସମ୍ପୂର୍ଣ୍ଣ ଖାଲି ପଡ଼ିଥିଲା।

ସେହିପରି ରାଲିରେ ଦେଖାଯାଇଥିବା ଭିଡ଼ କେବଳ ଟ୍ରିକ୍‌ ଫଟୋଗ୍ରାଫି ବା କମ୍ପ୍ୟୁଟର କୌଶଳର କରାମତି ଥିଲା ଏବଂ କେବଳ ଫଟୋ ଉଠାଇବାର କୌଶଳ ବଳରେ କେହି ଦେଶର ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ ବୋଲି ବିଜେପି ତୀବ୍ର କଟାକ୍ଷ କରିଛି।

Advertisment ଏହି ପ୍ରସଙ୍ଗରେ ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ନିର୍ବାଚନ ବେଆଇନ ହୋଇଥିବା ନେଇ ଯେଉଁ ଅଭିଯୋଗ ଅଣାଯାଉଛି, ତାହାର ସମାଧାନ ରାମଲୀଲା ମୈଦାନରୁ ହୁଏନାହିଁ।

ଯଦି ନିର୍ବାଚନ ପ୍ରକ୍ରିୟା ଉପରେ କୌଣସି ଆପତ୍ତି ଥିଲା, ତେବେ ନିର୍ବାଚନ ଶେଷ ହେବା ମାତ୍ରେ ହିଁ ଆଇନଗତ ଭାବେ ଅଦାଲତରେ ଏହାକୁ ଚ୍ୟାଲେଞ୍ଜ କରାଯିବା ଉଚିତ ଥିଲା।

ଗତ ୨୦୨୪ ଲୋକସଭା ନିର୍ବାଚନ ବେଆଇନ ଥିଲା ବୋଲି ଦର୍ଶାଇ ରାହୁଲ ଗାନ୍ଧୀ କେଉଁ ନ୍ୟାୟାଳୟରେ ଆପତ୍ତି ପିଟିସନ ବା ମାମଲା ଦାଖଲ କରିଛନ୍ତି, ତାହା ଦେଶବାସୀଙ୍କୁ ଦେଖାନ୍ତୁ ବୋଲି ପାତ୍ର ଆହ୍ୱାନ ଦେଇଛନ୍ତି।

ଆହୁରି ପଢନ୍ତୁ: Amit Shah: ତୁମର ପ୍ରଧାନମନ୍ତ୍ରୀ ହେବା ପାଳି କେବେ ଆସିବ ନାହିଁ, ରାହୁଲଙ୍କୁ ଅମିତ ଶାହଙ୍କ କଟାକ୍ଷ ସମ୍ବିତ ପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ, ରାହୁଲ ନିଜ ଭାଷଣରେ ଦୁଇ ଥର ଏହି ରାଲିକୁ 'ଶିବଜୀଙ୍କ ବରଯାତ୍ରା' ସହ ତୁଳନା କରିଛନ୍ତି।

କିନ୍ତୁ ସେ ବୋଧହୁଏ ଶିବଜୀଙ୍କ ବରଯାତ୍ରା ଏବଂ ଶିବ ତାଣ୍ଡବ ମଧ୍ୟରେ ଥିବା ପ୍ରଭେଦକୁ ବୁଝିପାରୁ ନାହାନ୍ତି।

ଆଗାମୀ ନିର୍ବାଚନରେ ବିରୋଧୀ ଦଳଗୁଡ଼ିକ ଜନତାଙ୍କ ତାଣ୍ଡବ ଦେଖିବାକୁ ପାଇବେ ବୋଲି ସେ ଚେତାବନୀ ଦେଇଛନ୍ତି।

ଏଥିସହିତ ଜ୍ଞାନେଶ କୁମାରଙ୍କ ନିଯୁକ୍ତି ୨୦୨୪ ଲୋକସଭା ନିର୍ବାଚନ ଶେଷ ହେବା ପରେ ହିଁ ହୋଇଥିଲା ବୋଲି ସେ ସ୍ପଷ୍ଟ କରିଛନ୍ତି।

ସୂଚନାଯୋଗ୍ୟ, ରାହୁଲ ଆଜିର ରାଲିରେ ୨୦୨୪ ନିର୍ବାଚନକୁ ବେଆଇନ କହି ଜ୍ଞାନେଶ କୁମାରଙ୍କ ଦ୍ୱାରା ହିଁ ଭୋଟ ଚୋରି ହୋଇଥିବା ଏବଂ ଏଥିପାଇଁ ସେ ଜେଲ ଯିବେ ବୋଲି ଦାବି କରିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)