19 AUGUST 2026

Welcome!

Unlock your personalized experience.
Sign Up
block-728

BJD: ଜନଜାତିଙ୍କ ପାଇଁ ବିଜେଡି ଲଢ଼େଇ ଜାରି ରଖିବ: ନବୀନ

Aug 10, 2026 - 05:00
BJD: ଜନଜାତିଙ୍କ ପାଇଁ ବିଜେଡି ଲଢ଼େଇ ଜାରି ରଖିବ: ନବୀନ

ଭୁବନେଶ୍ବର: ବିଜେଡି ସରକାର ସମୟରେ ଜନଜାତି ବର୍ଗର ବିକାଶ ପାଇଁ ଅନେକ ଯୁଗାନ୍ତକାରୀ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଉଚ୍ଚଶିକ୍ଷାଠାରୁ ଆରମ୍ଭ କରି ସେମାନଙ୍କ ଜୀବନ ଜୀବିକା ଆଦି ବିଭିନ୍ନ କ୍ଷେତ୍ରର ବିକାଶ କରି ସେମାନଙ୍କୁ ସଶକ୍ତ କରିବାକୁ ପଦକ୍ଷେପ ନିଆଯାଇଥିଲା। ପଞ୍ଚାୟତକୁ ଜଙ୍ଗଲଜାତ ଦ୍ରବ୍ୟର ସଂଗ୍ରହ ଅଧିକାର ମିଳିଥିଲା। ହଜାର ହଜାର ହଷ୍ଟେଲ, ଉଚ୍ଚଶିକ୍ଷା ପାଇଁ ଅନ୍ୱେଷା କାର୍ଯ୍ୟକ୍ରମ, ଜଙ୍ଗଲ ଜମି ଅଧିକାର ଆଦି ଜନଜାତି ଭାଇଭଉଣୀଙ୍କୁ ବିକାଶ ସହ ଯୋଡ଼ି ପାରିଥିଲା। ସେମାନଙ୍କ ଅଧିକାର ଓ ସଂସ୍କୃତିର ସୁରକ୍ଷା ପାଇଁ ବିଜେଡି ସବୁବେଳେ ଦୃଢ଼ ଭାବରେ ରହି ଆସିଛି। ଆଦିବାସୀଙ୍କ ଅଧିକାର ପାଇଁ ଦଳ ଲଢ଼େଇ ଜାରି ରଖିବ ବୋଲି ବିଜେଡିର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି।

Climate conference: ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଦ୍ୱାରା ଦିଲ୍ଲୀରେ ଜଳବାୟୁ ସମ୍ମିଳନୀ ଆୟୋଜନ

୧୬୯ ଜନଜାତି ଗୋଷ୍ଠୀକୁ ଏସ୍‌ଟି ମାନ୍ୟତା ଦାବି ଦୋହରାଇଲେ
ଶଙ୍ଖ ଭବନରେ ବିଶ୍ବ ଆଦିବାସୀ ଦିବସ ଓ କ୍ରାନ୍ତି ଦିବସ ପାଳିତ

ବିଜେଡି ପକ୍ଷରୁ ଶଙ୍ଖ ଭବନରେ ବିଶ୍ବ ଆଦିବାସୀ ଦିବସ ଓ କ୍ରାନ୍ତି ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ ୧୬୯ ଜନଜାତି ଗୋଷ୍ଠୀକୁ ଅନୁସୂଚିତ ଜନଜାତି ତାଲିକାରେ ଅନ୍ତର୍ଭୁକ୍ତ କରିବା ଦାବିକୁ ଦୋହରାଇଥିଲେ। ବିଜେଡି ସରକାର ସମୟରେ କେନ୍ଦ୍ର ସରକାରଙ୍କୁ ଏହି ପ୍ରସ୍ତାବ ଦିଆଯାଇଥିଲା। ସ୍ବତନ୍ତ୍ର ଉନ୍ନୟନ ପରିଷଦ ସମ୍ପର୍କରେ ଉଲ୍ଲେଖ କରି ବିରୋଧୀ ଦଳ ନେତା କହିଥିଲେ, ଆଦିବାସୀ କଳା ଓ ସଂସ୍କୃତିର ସୁରକ୍ଷା ପାଇଁ ଏହା ଥିଲା ବିଜେଡି ସରକାରର ଏକ ଅନନ୍ୟ ପଦକ୍ଷେପ। ୨୩ଟି ଜିଲ୍ଲାରେ ଏହି ପରିଷଦ ରାଜ୍ୟର ବିକାଶରେ ଆଦିବାସୀଙ୍କୁ ଅଂଶୀଦାର କରିବାରେ ସହାୟ ହୋଇଥିଲା। ସେମାନେ ନିଜର ପବିତ୍ରସ୍ଥଳୀ ଓ ପରମ୍ପରାକୁ ସଂରକ୍ଷିତ ରଖିବା ସହ ଜୀବନ ଧାରଣର ମାନରେ ଉନ୍ନତି ଆଣିଥିଲେ।  

Flood in Bhadrak: କମୁଛି ସାଳନ୍ଦୀ-ବୈତରଣୀର ବନ୍ୟାଜଳ, ବଢ଼ୁଛି ଲୋକଙ୍କ ଦୁର୍ଦ୍ଦଶା

ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର  କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଗଣମାଧ୍ୟମ ସଂଯୋଜକ ପ୍ରିୟବ୍ରତ ମାଝୀ ମଞ୍ଚ ପରିଚାଳନା କରିଥିଲେ। ବିଜେଡି ଆଦିବାସୀ ସେଲ୍‌ର ଅଧ୍ୟକ୍ଷ ମଙ୍ଗଳା କିଷାନ, ମୟୂରଭଞ୍ଜଜିଲ୍ଲା ସଭାପତି ସୁଦାମ ମାରାଣ୍ଡି ଓ କୋରାପୁଟ ଜିଲ୍ଲା ସଭାପତି ମାନସ ମାଡ଼କାମୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଭାରତୀ ସିଂ ଧନ୍ୟବାଦ ଅର୍ପଣ କରିଥିଲେ। ବିଜେଡିର ଆଦିବାସୀ ସେଲ୍‌ର ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରାତଃ ସମୟରେ ବିଭିନ୍ନ ସ୍ଥାନରେ ଥିବା ଆଦିବାସୀ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media