BJD protest: ଗଣଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ବିଜେଡି
"ନବରଙ୍ଗପୁର (ସୁରେଶ ନାଇଡୁ): ନବରଙ୍ଗପୁର ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଆଜି ଶିକ୍ଷା ବଞ୍ଚାଅ ଆନ୍ଦୋଳନ ଅନୁଷ୍ଠିତ ହୋଇଛି।
ଏନେଇ ଅନୁଷ୍ଠିତ ପ୍ରତିବାଦରେ ନବରଙ୍ଗପୁର ସହର ଚାଉଁରିଆଗୁଡ଼ା ଛକ ଠାରୁ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଭାସ୍ଥଳ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରା ପହଞ୍ଚି ଥିଲା।
ବିଜେଡି କର୍ମୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରିଥିଲେ।
Advertisment ତିନି ଦଫା ଦାବିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ସ୍ମାରକପତ୍ର ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁଙ୍କୁ ପ୍ରଦାନ କରିଥିଲେ।
ଏଥିରେରେ ବିଜେଡି ରାଜ୍ୟ ଯୁବ ସଭାପତି ଚିନ୍ମୟ ସାହୁ, ରାଜ୍ୟ ଛାତ୍ର ବିଜେଡି ସଭାପତି ଇପ୍ସିତା ସାହୁ, ବିଜେଡି ଜିଲ୍ଲା ସଭାପତି ତଥା ବିଧାୟକ ମନୋହର ରନ୍ଧାରୀ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ପୂର୍ବତନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ, ପୂର୍ବତନ ବିଧାୟକ ସୁବାସ ଗଣ୍ଡ, ସଦାଶିବ ପ୍ରଧାନୀ, ଜିଲ୍ଲାପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, କୋରାପୁଟ ଜିଲ୍ଳାପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା, ବିଜେଡି ମହିଳା ସଭାପତି ମଞୁଳା ମାଝୀ, ଧର୍ମେନ୍ଦ୍ର ଅଧିକାରୀ, ଶିଳ୍ପା ପାଣୀ, ଗୁପ୍ତ ଝାଙ୍କର, ନୀଳମାଧବ ପାତ୍ର, ସୁମିତ ପୁଜାରୀ,ବଦ୍ରିନାରାୟଣ ସିଂ, ଅରୁଣ ମିଶ୍ର, ପ୍ରଣବ ଭୁୟାଁ,ବେଦବ୍ୟାସ ଭତ୍ରା, ସୁମିତ ପାଳ, ଲାଲୁ ତ୍ରିପାଠୀ, ସୁଶାନ୍ତ ବେହେରା, ପିଣ୍ଟୁ ତ୍ରିପାଠୀଙ୍କ ନେତୃତ୍ବରେ କର୍ମୀ ଯୋଗଦେଇଥିଲେ।
BJD's new office bearers ବିଜୁ ଜନତା ଦଳର ନୂତନ କର୍ମକର୍ତ୍ତା ଓ ଜିଲ୍ଲା ସଭାପତି ନିଯୁକ୍ତ ରାଜ୍ୟରେ ଗଣଶିକ୍ଷା ବିଭାଗ ଅଧିନ ନୂତନ ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ସହିତ ପାଠ୍ୟକ୍ରମ ବାହାରେ ଥିବା ନିମ୍ବୁଡା ନିମ୍ବୁଡା ଗୀତ, ଝାଲମୁଢି ରେସିପି, ଶୁଖୁଆ ତରକାରୀ ଇଂରାଜୀ ବହିରେ ରଜ ଦୋଳି ଗୀତକୁ ସ୍ଥାନ ଦେବା ଭଳି ଅନେକ ଗୁରୁତର ତ୍ରୁଟି ରହିଛି, ଯାହାକୁ ନେଇ କୁନିକୁନି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ସରକାର ଖେଳୁଥିବା ଅଭିଯୋଗ କରି ଦୃଢ଼ ପ୍ରତିବାଦ ଜଣାଇଛି ଯୁବ ଓ ଛାତ୍ର ବିଜୁ ଜନତା ଦଳ।
ଏଥିସହ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି, ପୂର୍ବ ବହିର ପୁନଃପ୍ରଚଳନ, ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି।
ନଚେତ ଆଗାମୀ ଦିନରେ ବିଧାନସଭା ଆଗରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।
ମନ୍ତ୍ରୀ ଇସ୍ତଫା ନ ଦେବା ଯାଏଁ ଆନ୍ଦୋଳନ ଜାରୀ ରହିବ, ଭୁବନେଶ୍ବର ଠାରୁ ଆରମ୍ଭ କରି ନବରଙ୍ଗପୁର ରାଜ୍ୟର ଯେଉଁଟିକୁ ସେଠାରେ ତାଙ୍କୁ ବିରୋଧ କରାଯିବ ବୋଲି ରାଜ୍ୟ ଯୁବ ବିଜେଡି ଓ ଛାତ୍ରବିଜେଡିର ସଭାପତି ଚେତାବନୀ ଦେଇଥିଲେ।
ଜିଲ୍ଲାର ସ୍ବାଧୀନତା ସଂଗ୍ରାମୀ ଡଃ ସଦାଶିବ ତ୍ରିପାଠୀଙ୍କ ୩୦୦ଏକର ଜମି ସିଲିଂ ଯିବାରୁ ସବୁ ଜମି ସରକାରଙ୍କୁ ହସ୍ତାନ୍ତର କରି ନୂଆ ଇତିହାସ ସୃଷ୍ଟି କରିଥିଲେ।
ସେହି ଜିଲ୍ଲାର ମନ୍ତ୍ରୀଙ୍କ ଏଭଳି କାଣ୍ଡ ଜିଲ୍ଲା ଏବଂ ଜିଲ୍ଲାର ସ୍ବାଧୀନତା ସଂଗ୍ରାମୀଙ୍କ ନାଁକୁ ବଦନାମ କରୁଛି।
ସରକାରୀ ଚାଷୀଙ୍କ ସହ ଖେଳୁଛନ୍ତି ବୋନସ୍ ଦେବା ଠାରୁ ଆରମ୍ଭ କରି ସାର୍ ଦେବା ଯାଏଁ ବୋଲି ପୂର୍ବତନ ସାଂସଦ ଶ୍ରୀ ମାଝୀ ଓ ପୂର୍ବତନ ମନ୍ତ୍ରୀ ଶ୍ରୀ ମାଝୀ ଅଭିଯୋଗ କରିଥିଲେ।
ମାଜିଷ୍ଟ୍ରେଟ ଭାବେ ନବରଙ୍ଗପୁର ତହସିଲଦାର ଭୋଲେଶ୍ବର ନାୟକ ଓ ନବରଙ୍ଗପୁର ଏଏସପି ଆଦିତ୍ୟ ସେନ, ଏସଡିପିଓ କୃଷ୍ଣଚନ୍ଦ୍ର ଭତ୍ରା, ଥାନା ଅଧିକାରୀ ସମ୍ବିତ କୁମାର ବେହେରା ଟ୍ରାଫିକ ସମସ୍ୟା ଓ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।


