BJD: INDIA ବ୍ଲକ୍‌ ପ୍ରତିବାଦରେ ସାମିଲ୍ ହେଲା ବିଜେଡି

Oct 06, 2026 - 12:04
BJD: INDIA ବ୍ଲକ୍‌ ପ୍ରତିବାଦରେ ସାମିଲ୍ ହେଲା ବିଜେଡି

"ଭୁବନେଶ୍ୱର: ଭୋଟର ତାଲିକାର ସ୍ପେସିଆଲ ଇଣ୍ଟେନ୍ସିଭ୍ ରିଭିଜନ୍‌ (SIR)କୁ ନେଇ ମୁଖ୍ୟ ନିର୍ବାଚନ କମିସନର (CEC) ଜ୍ଞାନେଶ କୁମାରଙ୍କ କଥିତ ଏକତରଫା କାର୍ଯ୍ୟାନୁଷ୍ଠାନ ଏବଂ ଦେଶବ୍ୟାପୀ ୧୩ କୋଟିରୁ ଅଧିକ ଭୋଟରଙ୍କ ନାମ ବାଦ୍ ପଡ଼ିବା ଅଭିଯୋଗକୁ ନେଇ ଆଜି ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଆୟୋଜିତ ପ୍ରତିବାଦ ଶୋଭାଯାତ୍ରାରେ ବିଜୁ ଜନତା ଦଳ (ବିଜେଡି) ସାମିଲ ହୋଇଛି।Advertisment ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା  ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦଳର ସାଂସଦମାନେ ଏହି ପ୍ରତିବାଦ ଶୋଭାଯାତ୍ରାରେ ଯୋଗଦେବେ।

ବିଜେଡି ସଂସଦୀୟ ଦଳର ରାଜ୍ୟସଭା ନେତା ମାନସ ମଙ୍ଗରାଜ ଗଣମାଧ୍ୟମକୁ ଦଳର ଏହି ନିଷ୍ପତ୍ତିସମ୍ପର୍କରେ ସୂଚନା ଦେଇଛନ୍ତି।

ଶ୍ରୀ ମଙ୍ଗରାଜ କହିଛନ୍ତି ଯେ, SIR ପ୍ରକ୍ରିୟାରେ ବିବାଦୀୟ ଭୂମିକାକୁ ନେଇ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିସାରିଛନ୍ତି।

SIR ନାମରେ ଓଡ଼ିଶାରେ ୨୦ ଲକ୍ଷରୁ ଅଧିକ ଏବଂ ସମଗ୍ର ଦେଶରେ ୧୩ କୋଟିରୁ ଅଧିକ ଭୋଟରଙ୍କ ନାମ ବାଦ୍ ପଡ଼ିଥିବା ଅଭିଯୋଗକୁ ନେଇ ଗୁରୁତର ଉଦ୍‌ବେଗ ପ୍ରକାଶ ପାଇଛି।

ଧାମନଗରରେ ଘଟିଥିବା ଘଟଣା ଏହି ଆଶଙ୍କାକୁ ଆହୁରି ଦୃଢ଼ କରିଛି।

ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଏକ ସଂଖ୍ୟାଲଘୁ ସମ୍ପ୍ରଦାୟର ୨୨୭ ଜଣଙ୍କ ଭୋଟ୍‌ ବୁଥ୍‌ ଲେଭଲ୍ ଅଫିସର (BLO)ଙ୍କ ଜ୍ଞାତସାର ବିନା ବାଦ୍ ଦିଆଯାଇଥିବା ଅଭିଯୋଗ SIR ପ୍ରକ୍ରିୟାର ସ୍ୱଚ୍ଛତା ଓ ନିରପେକ୍ଷତା ନେଇ ପ୍ରଶ୍ନ ଉଠାଇଛି।

ହଜାର ହଜାର ଭୋଟରଙ୍କ ନାମ ଭୋଟର ତାଲିକାରୁ ବାଦ୍ କେବଳ ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ହଜାର ହଜାର ଭୋଟରଙ୍କ ନାମ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଅଭିଯୋଗ ହୋଇଛି।

ଏହା ସହିତ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସ୍ୱେଚ୍ଛାକୃତ ଅବସର ପାଇଁ ଦାଖଲ ହୋଇଥିବା ଆବେଦନ ମଧ୍ୟ ଅଧିକ ପ୍ରଶ୍ନ ଓ ଆଶଙ୍କା ସୃଷ୍ଟି କରିଛି।

ଫର୍ମ-୬ରେ ପରିବର୍ତ୍ତନକୁ ନେଇ ସୁପ୍ରିମକୋର୍ଟଙ୍କ ମନ୍ତବ୍ୟ ମଧ୍ୟ SIR ପ୍ରକ୍ରିୟା ସମ୍ପର୍କରେ ନିର୍ବାଚନ କମିସନଙ୍କ ପୂର୍ବ ନିର୍ଦ୍ଦେଶ ନେଇ ପ୍ରଶ୍ନ ଉଠାଇଛି।

କୋର୍ଟ ସ୍ପଷ୍ଟ କରିଥିଲେ ଯେ, ଏଭଳି କୌଣସି ନିର୍ଦ୍ଦେଶ ତାଙ୍କ ପକ୍ଷରୁ ଦିଆଯାଇନଥିଲା।

ତେବେ ପୂର୍ବରୁ ନିର୍ବାଚନ କମିସନଙ୍କ ପକ୍ଷରୁ ଏପରି ନିର୍ଦ୍ଦେଶ ଦିଆଯାଇଥିବା ନେଇ ସୂଚିତ କରାଯାଇଥିଲା।

ଏହି ଘଟଣା ଭୋଟର ତାଲିକାରେ କଥିତ ଅନିୟମିତତା ନେଇ CEC ଜ୍ଞାନେଶ କୁମାରଙ୍କ ଭୂମିକା ସମ୍ପର୍କରେ ଗୁରୁତର ପ୍ରଶ୍ନ ଉଠାଉଛି ବୋଲି ଶ୍ରୀ ମଙ୍ଗରାଜ କହିଛନ୍ତି।

ସମଦୂରତା ବଜାୟ ରଖିଛି ବିଜେଡି ବିଜେଡି ନିଜକୁ INDIA ବ୍ଲକ୍‌ ଓ NDA ଠାରୁ ସମଦୂରତା ବଜାୟ ରଖିଛି।

ତେବେ ଗଣତାନ୍ତ୍ରିକ ଅନୁଷ୍ଠାନର ସୁରକ୍ଷା ଏବଂ ନିର୍ବାଚନୀ ପ୍ରକ୍ରିୟାର ସ୍ୱଚ୍ଛତା ଓ ଅଖଣ୍ଡତା ପ୍ରତି ପ୍ରତିବଦ୍ଧ ଏକ ଦାୟିତ୍ୱବାନ ରାଜନୈତିକ ଦଳ ଭାବେ ବିଜେଡି ଆଜିର କାର୍ଯ୍ୟକ୍ରମରେ ସାମିଲ ହେବ ବୋଲି ଶ୍ରୀ ମଙ୍ଗରାଜ କହିଛନ୍ତି।

Temperature: ୧୩୦ ବର୍ଷର ଇତିହାସରେ ଗତକାଲି ପୁରୀରେ ରେକର୍ଡ ହୋଇଥିଲା ଦ୍ବିତୀୟ ସର୍ବୋଚ୍ଚ ତାପମାତ୍ରା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)