BJD: ଓଡ଼ିଶାବାସୀଙ୍କୁ ବିଜେଡି ଓ କଂଗ୍ରେସ ଭ୍ରମିତ କରୁଛନ୍ତି: ବିଜେପି

Aug 23, 2026 - 07:16
BJD: ଓଡ଼ିଶାବାସୀଙ୍କୁ ବିଜେଡି ଓ କଂଗ୍ରେସ ଭ୍ରମିତ କରୁଛନ୍ତି: ବିଜେପି

"ଭୁବନେଶ୍ୱର: ଖଣି ହେଉଛି ଜାତୀୟ ସମ୍ପତ୍ତି।

ଏହାର ସୁବିନିଯୋଗ କରିବା ପାଇଁ କେନ୍ଦ୍ର ସରକାର ଏମ୍‌ଏମ୍‌ଡିଆର୍ ଆଇନରେ କିଛି ସଂଶୋଧନ କରିଛନ୍ତି।

ପୂର୍ବରୁ ଖଣି କର ଆଦାୟ ନେଇ ଯେଉଁ ସବୁ ବ୍ୟବସ୍ଥା ଥିଲା ତାକୁ ଅଧିକ ଶୃଙ୍ଖଳିତ କରିବା  ପାଇଁ ଏହି ଆଇନ ଅଣାଯାଇଛି।

ଏହାଦ୍ୱାରା ଓଡ଼ିଶା ସମେତ ସମସ୍ତ ଖଣିଜ ସମ୍ପଦପୂର୍ଣ୍ଣ ରାଜ୍ୟ ଏବଂ ସର୍ବୋପରି ଦେଶ ଲାଭବାନ ହେବ।

କିନ୍ତୁ ଆମ ରାଜ୍ୟରେ ବିରୋଧୀ ଦଳ ନେତାଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ରାଜନୈତିକ ଦଳର ନେତାମାନେ ବିଭିନ୍ନ ପ୍ରକାରର ମିଥ୍ୟା ତଥ୍ୟ ଦେଇ ଓଡ଼ିଶାବାସୀଙ୍କୁ ଭ୍ରମିତ କରୁଛନ୍ତି ବୋଲି ବିଜେପି ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ କହିଛନ୍ତି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ  ବିରୋଧୀ, ଓଡ଼ିଶାକୁ ମିଳୁଥିବା ଲାଭ ବିଷୟରେ ନକହି ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତିକର ତଥ୍ୟ ଦେଉଛନ୍ତି।Advertisment Weekly Horoscope 2026 August 23 to August 29: ଜାଣନ୍ତୁ ଏ ସପ୍ତାହର ରାଶିଫଳ...

ଏମ୍‌ଏମ୍‌ଡିଆର୍ ଆଇନରେ ସଂଶୋଧନ ପ୍ରସଙ୍ଗ ପୂର୍ବରୁ ବିଭିିିନ୍ନ ରାଜ୍ୟର ସରକାର ଟିକସ ନାଁରେ ଅନେକ ପ୍ରକାର କର ଲଗାଉଥିଲେ।

ଏହି କରରେ କୌଣସି ସମାନତା ନଥିଲା।

ଦେଶରେ ଏହି କର ଉପରେ ସମାନତା ଆଣିବା ପାଇଁ କେନ୍ଦ୍ର ସରକାର ଏହି ଆଇନକୁ ସଂଶୋଧନ କରିଛନ୍ତି।

ପୂର୍ବରୁ ରାଜ୍ୟଗୁଡ଼ିକ କର ବାବଦରେ ଯେଉଁଭଳି ସିଧାସଳଖ ୯୦% ଖଣିଜ ସମ୍ପଦରୁ ପାଇପାରୁଥିଲେ, ଏବେ ମଧ୍ୟ ସେହି ପ୍ରକାର ପାଇପାରିବେ।

ଅନ୍ୟାନ୍ୟ ହିସାବକୁ ଦେଖିଲେ ପାଖାପାଖି ୯୬% ଅର୍ଥ ରାଜ୍ୟଗୁଡ଼ିକ ପାଇବେ।

କେନ୍ଦ୍ର ମାତ୍ର ୪% ଅର୍ଥ ପାଇବ।

ଯାହା ଆଗରୁ ପାଉଥିଲା ସେୟା ପାଇବ।

ଏହି ଶୃଙ୍ଖଳିତ କର ବ୍ୟବସ୍ଥା ହେଲେ କିଛି ଲୋକଙ୍କର କାହିଁକି ଅସୁବିଧା ହେଉଛି ତାହା ବିରୋଧୀ ଦଳଗୁଡ଼ିକ ଓଡ଼ିଶାବାସୀଙ୍କୁ ଜଣାନ୍ତୁ।

Land patta distribution: "ଆମ ଗାଁ ଆମ ତହସିଲ କାର୍ଯ୍ୟକ୍ରମ"ରେ ୬୫ଜଣଙ୍କୁ ଜମିପଟ୍ଟା ବଣ୍ଟନ ଏମ୍‌ଏମ୍‌ଡିଆର୍ ଆଇନ ଦ୍ୱାରା ଓଡ଼ିଶାର କୌଣସି କ୍ଷତି ହେବ ନାହିଁ ବରଂ ଲାଭ ହେବ।

ଓଡ଼ିଶାକୁ ନିବେଶ ଆସିବ।

ଖଣିକୁ ଆୟୁଧ କରି ଗଢ଼ି ଉଠୁଥିବା ବିଭିନ୍ନ ଶିଳ୍ପ ମଧ୍ୟ ଓଡ଼ିଶାରେ ବିକଶିତ ହେବ, ଯାହାର ଲାଭ ଓଡ଼ିଶାର ଯୁବକମାନେ ପାଇବେ।

ବିଜେଡି ସରକାରରେ ଥିବାବେଳେ କେବେ ଖଣି ରାଜସ୍ବ ବଢ଼ାଇବାକୁ କିଛି ପଦକ୍ଷେପ ନେଇନି।

ବରଂ କେନ୍ଦ୍ରର ବିଜେପି ସରକାର ଯୋଗୁଁ ଖଣି ରାଜସ୍ବ ଆକାରରେ ଓଡ଼ିଶାକୁ  ବାର୍ଷିକ ୫ହଜାର କୋଟିରୁ ବଢ଼ି ୫୦ହଜାର କୋଟି ଟଙ୍କା ମିଳିଛି।

ଆଗକୁ ଓଡ଼ିଶା ଅଧିକ ଲାଭବାନ ହେବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ଉପସ୍ଥିତ ଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)