Biscuits seized: ବାସି ବିସ୍କୁଟ୍‌ ବୋଝେଇ ଟ୍ରକ୍‌ ଜବତ: ପାଇକାରୀ ବେପାରୀ ସମେତ ୪ ଅଟକ

Jul 12, 2026 - 07:36
Biscuits seized: ବାସି ବିସ୍କୁଟ୍‌ ବୋଝେଇ ଟ୍ରକ୍‌ ଜବତ: ପାଇକାରୀ ବେପାରୀ ସମେତ ୪ ଅଟକ

"ବାଲିପାଟଣା: ମାଛଙ୍କ ଦାନା ଭାବେ ବ୍ୟବହାର କରାଯିବା ଆଳରେ ବିଭିନ୍ନ ନାମୀ କମ୍ପାନିର ଅବଧି ସରିଯାଇଥିବା ବିସ୍କୁଟ୍‌, ପେସ୍ତା, ସିମେଇ ଭଳି ଖାଦ୍ୟ ସାମଗ୍ରୀକୁ କମ୍‌ ମୂଲ୍ୟରେ କିଣୁଥିଲେ।

କିନ୍ତୁ ସେସବୁ ପ୍ୟାକେଟ୍‌ର ଅବଧି ତାରିଖ(ଏକ୍ସପାରି ଡେଟ୍‌)କୁ ଟାମ୍ପରିଂ କରି ନୂଆ ତାରିଖ ଉଲ୍ଲେଖ ଥିବା ଷ୍ଟାମ୍ପ ଲଗାଉଥିଲେ।

ଫଳରେ ୩/୪ବର୍ଷ ତଳର ବାସି ଖାଦ୍ୟ ପ୍ୟାକେଟ୍‌ ନୂଆ ଦାମ୍‌‌ରେ ବଜାରରେ ବିକ୍ରି ହେଉଥିଲା।

ଲୋକେ ଜାଣି ନପାରି ଉଚିତ ମୂଲ୍ୟ ଦେଇ ଅବଧି ସରିଯାଇଥିବା ବାସି ତଥା ବିଷାକ୍ତ ଖାଦ୍ୟ କିଣି ଖାଉଥିଲେ।

ଲୋକଙ୍କ ଖାଦ୍ୟରେ ଏଭଳି କୁତ୍ସିତ ଖେଳ ଖେଳି ମାଲେମାଲ ହେଉଥିବା ବାଲିପାଟଣା ଅଞ୍ଚଳର ଜଣେ ଅସାଧୁ ବେପାରୀ କୃଷ୍ଣଚନ୍ଦ୍ର ସାହୁଙ୍କ ଅସଲ ଚେହେରା ଆଜି ପଦାକୁ ଆସିଛି।

କୃଷ୍ଣଙ୍କ ଘରେ ଥିବା ଗୋଦାମକୁ ଆସିଥିବା ଏକ ଟ୍ରକ୍‌ ଭର୍ତ୍ତି କାର୍ଟୁନ୍‌ କାର୍ଟୁନ୍‌ ବାସି ବିସ୍କୁଟ ଜବତ କରାଯାଇଛି।

ପାଇକାରୀ ବେପାରୀ କୃଷ୍ଣ, ଟ୍ରକ୍‌ ଡ୍ରାଇଭର ଓ ହେଲ୍‌ପରଙ୍କ ସମେତ ୪ଜଣଙ୍କୁ ବାଲିପାଟଣା ଥାନା ପୁଲିସ ଅଟକ ରଖିଛି ଏବଂ ଖୋର୍ଦ୍ଧା ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀମାନେ କୃଷ୍ଣଙ୍କ ଘରୁ(ଗୋଦାମ) ମଧ୍ୟ ବିପୁଳ ସାମଗ୍ରୀ ଜବତ କରି ଯାଞ୍ଚ କରୁଛନ୍ତି।

Advertisment Metropolis: ଏକ ନିୟୁତ ଅଧିବାସୀଙ୍କ ପ୍ରଥମ ମହାନଗର ପାଇକାରୀ ବେପାରୀ ସମେତ ୪ ଅଟକପୁଲିସ ଓ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଛାନ୍‌ଭିନମାଛ ଦାନା ନାଁରେ କିଣି ଲୋକଙ୍କୁ ବିଷ ବିକୁଥିଲେ ଆଜି ସକାଳୁ ସକାଳୁ ବାଲିପାଟଣା ଛକସ୍ଥିତ କୃଷ୍ଣଙ୍କ ଘର ନିକଟରେ ଏକ ଟ୍ରକ୍‌(ଓଡି ୦୨ ବିଟି ୨୫୮୭) ଲାଗିଥିଲା ଏବଂ ସେଥିରୁ ସାମଗ୍ରୀ ବାହାର କରାଯାଉଥିଲା।

କିଛି ଯୁବକ ବିସ୍କୁଟ୍‌ କାର୍ଟୁନ୍‌ର ଅବଧି ତାରିଖ ଯାଞ୍ଚ କରିଥିଲେ ଏବଂ ସେସବୁର ଅବଧି ସରିଯାଇଥିବା ଦେଖି କୃଷ୍ଣଙ୍କୁ ଘେରିଥିଲେ।

ଚାଲ୍‌ ଧରାପଡ଼ିଯିବା ଜାଣି କୃଷ୍ଣ ଚତୁରତାର ସହ ଟ୍ରକ୍‌କୁ ସେଠାରୁ ଛାଡ଼ିଦେଇଥିଲେ।

କିନ୍ତୁ ଯୁବକମାନେ ଟ୍ରକ୍‌କୁ ପିଛା କରିବା ସହ ବାଲିପାଟଣା ଥାନାକୁ ଜଣାଇଥିଲେ।

ପୁଲିସ ଟ୍ରକ୍‌କୁ ପିଛା କରି ଗାରେଡ଼ିପାଞ୍ଚଣସ୍ଥିତ ଏକ ଇଟାଭାଟି ନିକଟ ବଣ ଭିତରୁ ଜବତ କରିଥିଲା।

ଟ୍ରକ୍‌ ଡାଲାକୁ ଖୋଲି ଯାଞ୍ଚ କରାଯାଇଥିଲା ଏବଂ ସେଥିରେ ପ୍ରାୟ ୨୫୦ କାର୍ଟୁନ୍‌ ଓ ବ୍ୟାଗ୍‌ ବିସ୍କୁଟ୍‌, ୧୫ବସ୍ତା ସିମେଇ, ୧୪କାର୍ଟୁନ୍‌ ପେସ୍ତା ସହିତ ବିଭିନ୍ନ କମ୍ପାନିର ବଡି ସ୍ପ୍ରେ, ୮୦ କେଜିର ଅନ୍ୟାନ୍ୟ ସାମଗ୍ରୀ ମିଳିଥିଲା।

ପୁଲିସଠାରୁ ଖବର ପାଇ ଖୋର୍ଦ୍ଧା ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ସ୍କ୍ବାଡ୍‌ ପହଞ୍ଚିଥିଲା।

ଖାଦ୍ୟ ସୁରକ୍ଷା ଅଧିକାରୀ ନିବେଦିତା ଭଟ୍ଟ ଓ ଟାଙ୍ଗୀ ଖାଦ୍ୟ ସୁରକ୍ଷା ଅଧିକାରୀ ଦେବାଶିଷ ବଳଙ୍କ ନେତୃତ୍ବରେ ଏକ ଟିମ୍‌ ପହଞ୍ଚି ଜବତ ଖାଦ୍ୟ ସାମଗ୍ରୀଗୁଡ଼ିକୁ ଯାଞ୍ଚ କରିବା ଆରମ୍ଭ କରିଥିଲେ।

Metro Rail Project: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କଲେ ସାଂସଦ ଅପରାଜିତା, ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ପୁନଃବିଚାର କରାଯାଉ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ କୃଷ୍ଣଙ୍କ ଏହି କଳା କାରନାମା ବହୁ ଦିନର।

ଏକ୍ସପାରି ବିସ୍କୁଟ୍‌, ସିମେଇ, ପେସ୍ତା, ଚକ୍‌ଲେଟ, କେକ୍, ଛଣା ସେଉ, ଚୁଡ଼ା ଗୁଣ୍ଡ, ବିଭିନ୍ନ ମସଲା ସହିତ ବଡି ସ୍ପ୍ରେ, ସୁଗନ୍ଧିତ ତେଲ ଭଳି ସାମଗ୍ରୀକୁ କମ୍‌ ଦାମ୍‌ରେ କିଣି ସେ ଅବଧି ତାରିଖକୁ ଟାମ୍ପରିଂ କରୁଥିଲେ।

ବିଷାକ୍ତ ଖାଦ୍ୟ ସାମଗ୍ରୀ ବିକୁଥିବାରୁ କୃଷ୍ଣଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲୋକେ ଦାବି କରିଛନ୍ତି।

ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଏହି ଟ୍ରକ୍‌ ମଞ୍ଚେଶ୍ବର ଶିଳ୍ପାଞ୍ଚଳର ନାମୀ କମ୍ପାନିର ଏକ ଗୋଦାମରୁ ଆସିଛି।

ମାଛ ଦାନା ପାଇଁ କୃଷ୍ଣ ଏହି ଅବଧି ସରିଥିବା ମାଲ୍‌କୁ କମ୍‌ ଦାମ୍‌ରେ କିଣିଛନ୍ତି।

କିନ୍ତୁ କୃଷ୍ଣଙ୍କର ନା ପୋଖରୀ ଅଛି ନା ଅଛି ମାଛ ଚାଷ।

ପୁଲିସ କହିବା କଥା ତଦନ୍ତ ଚାଲିଛି ଏବଂ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଖୋଳତାଡ଼ରୁ ରିପୋର୍ଟ ମିଳିବା ପରେ କୃଷ୍ଣଙ୍କ ବିରୋଧରେ ମାମଲା ରୁଜୁ କରାଯିବ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।