Elephant of the Rath Yatra: ରଥଯାତ୍ରାର ଶେଷ ହାତୀର ଦୁଃଖଦ ଅନ୍ତ: ମାୟା ଲଗାଇ ପ୍ରାଣ ହାରିଥିଲା ‘ଲକ୍ଷ୍ମୀ’
"ପୁରୀ: ଲକ୍ଷ୍ମୀମନ୍ତିଆ ବୋଲି ମାହୁନ୍ତ ଶ୍ରଦ୍ଧାରେ ହାତୀର ନାଁ ଦେଇଥିଲେ "ଲକ୍ଷ୍ମୀ"।
ରଥଟଣାରେ ଶେଷଥର ସୁଦୂର ଉତ୍ତରପ୍ରଦେଶରୁ ଶ୍ରୀକ୍ଷେତ୍ର ଆସିଥିଲା।
ରଥଟଣା ସରିଗଲା।
ଲକ୍ଷ୍ମୀ ସହ ଅନ୍ୟ ଦୁଇ ହାତୀ ବି ଉତ୍ତରପ୍ରଦେଶ ଅଭିମୁଖେ ପ୍ରସ୍ଥାନ କରିଥିଲେ।
ମାତ୍ର ଲକ୍ଷ୍ମୀ ପାଇଁ ଛକି ବସିଥିଲା ମୃତ୍ୟୁର ଯନ୍ତା।
ବୀରନରସିଂହପୁର ବାଲିଗୋରଡ଼ି ଗାଁ ବିରିବାଡ଼ିଆ ନିକଟରେ ବିଶ୍ରାମ ନେବା ପାଇଁ ହାତୀମାନଙ୍କୁ ଅଟକାଇଥିଲେ ମାହୁନ୍ତ।
ହଠାତ୍ ଟଳିପଡ଼ିଥିଲା ଲକ୍ଷ୍ମୀ।
ପାଦରେ ଏକ କାଚ ବୋତଲ ପଶି ପ୍ରବଳ ରକ୍ତସ୍ରାବ ହେଉଥିଲା।
ଅସହ୍ୟ ଯନ୍ତ୍ରଣା ସତ୍ତ୍ବେ ଲକ୍ଷ୍ମୀ ଅଟକିନଥିଲା।
ବରଂ ଅପେକ୍ଷା କରିଥିଲା ମାହୁନ୍ତର ନିର୍ଦ୍ଦେଶକୁ।Advertisment Neglect: ସାଳନ୍ଦୀ-ବୈତରଣୀ-ମନ୍ତେଇ ନଦୀରେ ଅସୁରକ୍ଷିତ ଜଳଯାତ୍ରା ଲକ୍ଷ୍ମୀର ଏଭଳି ଅବସ୍ଥା ସମ୍ପର୍କରେ ଚାରିଆଡ଼େ ପ୍ରଘଟ ହୋଇଗଲା।
ସରକାର କେରଳରୁ ଡାକ୍ତର ଡକାଇ ଚିକିତ୍ସା ଆରମ୍ଭ କଲେ।
ଲକ୍ଷ୍ମୀ ସୁସ୍ଥ ହୋଇଯିବା ମନାସୀ ଲୋକେ ଦୀପ ଜାଳିଲେ।
ସଂକୀର୍ତନ ଓ ତ୍ରିନାଥ ମେଳା କଲେ।
ମାତ୍ର କିଛି ସମୟ ଭିତରେ ଲକ୍ଷ୍ମୀ ବାଲିଗୋରଡ଼ି ଗ୍ରାମବାସୀଙ୍କ ସହ ଡୋରି ଲଗାଇ ଦେଇଥିଲା।
ସବୁ ଚିକିତ୍ସା ଫେଲ୍ ମାରିଲା।
ଲକ୍ଷ୍ମୀ ଆରପାରିକୁ ଚାଲିଗଲା।
ରଥଟଣା ପରମ୍ପରାର ବାହକ ସାଜି ଆସିଥିବା ଶେଷ ହାତୀ ଶେଷରେ ମୃତ୍ୟୁକୁ ଆଦରି ନେଲା।
୨୦୦୨ ମସିହାର ସେ ଘଟଣାର ସାକ୍ଷୀ ହେଉଛନ୍ତି ବାଲିଗୋରଡ଼ି ବାସିନ୍ଦା।
ଗାଁ"ରେ କୌଣସି ଲୋକକୁ ହୁଏତ କିଏ ଚିହ୍ନି ନଥାଇପାରେ, କିନ୍ତୁ ଲକ୍ଷ୍ମୀ ହାତୀର ଇତିହାସ ସମସ୍ତଙ୍କର ମୁଖସ୍ଥ।
ରଥଯାତ୍ରା ଆସିଲେ ଲକ୍ଷ୍ମୀ ଭାରି ମନେପଡ଼େ।
ଲକ୍ଷ୍ମୀକୁ ସେଦିନ କଣ୍ଡୁରୀ ସାହୁ ନିଜ ଜମିରେ ସମାଧି ଦେବାକୁ ଅନୁମତି ଦେଇଥିଲେ।
Weekly Horoscope 2026 July 12 to 18: ଜାଣନ୍ତୁ ଏ ସପ୍ତାହର ରାଶିଫଳ ଜଗନ୍ନାଥ ସଡ଼କ ପୂର୍ବରୁ ପ୍ରତି ରଥଯାତ୍ରାରେ ହାତୀମାନେ ଏଇ ବାଟ ଦେଇ ପୁରୀ ଆସନ୍ତି।
ଫେରିବା ବେଳେ ଏଇ ବିରିପଡ଼ିଆ ନିକଟରେ ବିଶ୍ରାମ ନିଅନ୍ତି।
ଗାଁ ଗଣ୍ଡାରେ ହାତୀକୁ ବୁଲାଇ ମାହୁନ୍ତ କିଛି ଖାଦ୍ୟ ସଂଗ୍ରହ କରନ୍ତି।
ହାତୀକୁ ବି ଗ୍ରାମବାସୀ ନଡ଼ିଆ, କଦଳୀ, ଚାଉଳ ଆଦି ଶ୍ରଦ୍ଧାରେ ଖାଇବାକୁ ଦିଅନ୍ତି।
ମହାପ୍ରଭୁଙ୍କ ରଥର ବାହକ ବୋଲି ବିଚାରି ସେତେବେଳେ ଲକ୍ଷ୍ମୀଙ୍କୁ ମଧ୍ୟ ଗ୍ରାମବାସୀ ଭାରି ଶ୍ରଦ୍ଧା କରିଥିଲେ।
ଖାଦ୍ୟ ଦେବା ସହ ଭକ୍ତିରେ ମୁଣ୍ଡ ନୁଆଁଇ ଦେଉଥିଲେ।
କିନ୍ତୁ ବାଟରେ କାଚ ମାଡ଼ିଦେବା ପରେ ଲକ୍ଷ୍ମୀର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଗଲା।
ହାତୀର ଚିକିତ୍ସା ପାଇଁ ଗ୍ରାମବାସୀ ବି ଯଥା ସମ୍ଭବ ସହଯୋଗ ଯୋଗାଇଦେଲେ।
କିନ୍ତୁ ସବୁ ପ୍ରୟାସ ବିଫଳ ହେଲା।
ହାତୀକୁ ସ୍ଥାନାନ୍ତର କରିବା ସହଜ ନଥିବାରୁ ଏନେଇ ସମ୍ପୃକ୍ତ ଗ୍ରାମର ଶ୍ରୀ ସାହୁଙ୍କୁ ତାଙ୍କ ଜାଗାରେ ଲକ୍ଷ୍ମୀ ହାତୀର ସମାଧି ଦେବାକୁ ପ୍ରଶାସନ ନିବେଦନ କରିବା ମାତ୍ରେ ସମ୍ମତି ଜଣାଇଥିଲେ।
ଯେଉଁଦିନ ଲକ୍ଷ୍ମୀର ମୃତ୍ୟୁ ହେଲା ସେଦିନ ଅଧିକାଂଶ ଗ୍ରାମବାସୀ ଲକ୍ଷ୍ମୀର ଏଭଳି ଦୁଃଖଦ ଅନ୍ତକୁ ସହିନପାରି ଲୁହ ଝରାଇଥିଲେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।