Birthday invitation: ଝିଅ ଜନ୍ମଦିନ ପାଇଁ ନିମନ୍ତ୍ରଣ କରି ଫେରୁଥିଲେ: ବାପା, ଡ୍ରାଇଭର ଭାସିଗଲେ , ଉଦ୍ଧାର କଲେ ଯୁବକ
ଦଶରଥପୁର: ଝିଅର ଜନ୍ମଦିନ ପାଇଁ ନିମନ୍ତ୍ରଣ କରିବାକୁ ଯାଇ ଫେରୁଥିବା ସମୟରେ ଅଲ୍ଟୋ କାର୍ ସହ ଭାସିଗଲେ ବାପା ଓ ଡ୍ରାଇଭର। ତେବେ ସ୍ଥାନୀୟ ଜଣେ ସାହସୀ ଯୁବକଙ୍କ ପାଇଁ ଦୁହିଁଙ୍କ ଜୀବନ ଅଳ୍ପକେ ରହିଗଲା। ଆଜି ସନ୍ଧ୍ୟା ୭ଟାରେ ଯାଜପୁରଜିଲ୍ଲା କୟାଁ ପଞ୍ଚାୟତ ଦରଭା ଗାଁରେ ଘଟିଛି ଏଭଳି ଘଟଣା।
Judgement: ଓସିଏ ତୁରନ୍ତ ନିର୍ବାଚନ କରିବା ଉଚିତ: ଓଡ଼ିଶା ହାଇକୋର୍ଟ
ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବରହି ଗ୍ରାମର ପ୍ରଫୁଲ୍ଲ ସାହୁ ଝିଅର ଜନ୍ମଦିନ ଥିବାରୁ ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ପ୍ରୀତିପୁର ଗ୍ରାମର ବନ୍ଧୁଘରକୁ ନିମନ୍ତ୍ରଣ କରିବାକୁ ଆସିଥିଲେ। ଦଶରଥପୁର ବ୍ଲକ ଦରଭା-ଓଳାଭର ରାସ୍ତାରେ କାର୍ ଯୋଗେ ଡ୍ରାଇଭର ସହ ସେ ଘରକୁ ଫେରୁଥିଲେ। ଫେରିବା ସମୟରେ ରାସ୍ତାରେ ବନ୍ୟାଜଳ ସ୍ରୋତ ବଢ଼ିଯାଇଥିଲା। ତାହା ଜାଣିନପାରି ଡ୍ରାଇଭର ଗାଡ଼ି ନେଇ ଯାଇଥିଲେ। ରାସ୍ତାରେ ପ୍ରାୟ ୪ ଫୁଟ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଗାଡ଼ିଟି ଭାସିଯାଇଥିଲା। କାର୍ରେ ଥିବା ଚାନ୍ଦବାଲି ବରହି ଗ୍ରାମର ପ୍ରଫୁଲ୍ଲ ସାହୁ (୩୨) ଓ ଡ୍ରାଇଭର ରମେଶ ଦାଶ (୪୬) ସ୍ରୋତରେ ଭାସିଯାଇଥିଲେ।
Rain in Odisha: ବର୍ଷା କମିଲା, ଦୁର୍ଦ୍ଦଶା ବଢ଼ିଲା
ଏହା ଦେଖି ସ୍ଥାନୀୟ ଦରଭା ଗ୍ରାମର ସାହସୀ ଯୁବକ ମାନସ ସାହାଣୀ (୨୮) ପାଣି ଭିତରକୁ ଲମ୍ଫ ମାରି କାର୍ ଭିତରୁ ଦୁହିଁଙ୍କୁ ଉଦ୍ଧାର କରିଥିଲେ। ଫଳରେ ନିଶ୍ଚିତ ମୃତ୍ୟୁମୁଖରୁ ଦୁହେଁ ବର୍ତ୍ତିଯାଇଥିଲେ। କିନ୍ତୁ ଗାଡ଼ିଟି ବନ୍ୟାପାଣିରେ ଭାସିଯାଇ ନିକଟସ୍ଥ ପୋଖରୀରେ ବୁଡ଼ିଯାଇଥିଲା। ଡ୍ରାଇଭର ଅଣନିଃଶ୍ବାସୀ ହୋଇଯାଇଥିବାରୁ ତାଙ୍କୁ ଡାକ୍ତରଖାନା ପଠାଯାଇଛି। ଖବର ପାଇ ଦଶରଥପୁର ଅଗ୍ନିଶମ ବାହିନୀ ପହଞ୍ଚି ଗ୍ରାମବାସୀଙ୍କ ସହଯୋଗରେ ଗାଡ଼ିଟିକୁ ଉଦ୍ଧାର କରିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
