Birmingham Test: ବର୍ମିଂହାମ୍‌ ଟେଷ୍ଟ: ପାକିସ୍ତାନକୁ ବଡ଼ ଜରିମାନା

Sep 14, 2026 - 18:42
Birmingham Test: ବର୍ମିଂହାମ୍‌ ଟେଷ୍ଟ: ପାକିସ୍ତାନକୁ ବଡ଼ ଜରିମାନା

"ଦୁବାଇ: ବର୍ମିଂହାମରେ ଶନିବାର ଶେଷ ହୋଇଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ୍‌ରେ ଧିମା ଓଭର୍‌ ବୋଲିଂ ପାଇଁ ଭ୍ରମଣକାରୀ ପାକିସ୍ତାନକୁ ବଡ଼ ଦଣ୍ଡ ମିଳିଛି।

ଏହି ଦଳକୁ ସୋମବାର ଜରିମାନା ବାବଦରେ ମ୍ୟାଚ୍‌ ପାଉଣାର ୫୦ ପ୍ରତିଶତ ସହ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ ପଏଣ୍ଟ୍‌ ଖାତାରୁ ୧୧ ପଏଣ୍ଟ୍‌ କାଟି ଦିଆଯାଇଛି।

ବାବର ଆଜମଙ୍କ ନେତୃତ୍ବାଧୀନ ଏହି ଦଳ ନିର୍ଦ୍ଧାରିତ ସମୟରେ ୧୧ ଓଭର୍‌ କମ୍‌ ପାକାଇଥିଲା।

ଆଇସିସିର ଖେଳାଳି ଓ ଖେଳାଳିଙ୍କ ସହ ସଂପୃକ୍ତ ଅଧିକାରୀମାନଙ୍କ ପାଇଥିବା ଆଚରଣବିଧିର ଧାରା ୨.୨୨ ଅନୁଯାୟୀ ଏହି ଦଣ୍ଡ ଦିଆଯାଇଛି।

ଏହି ନିୟମ ଅନୁଯାୟୀ ନିର୍ଦ୍ଧାରିତ ସମୟ ମଧ୍ୟରେ ଦଳ ପକ୍ଷରୁ କମିଥିବା ପ୍ରତି ଓଭର୍‌ ପିଛା ଖେଳାଳିଙ୍କ ମ୍ୟାଚ୍‌ ପାଉଣାର ୫ ପ୍ରତିଶତ କିମ୍ବା ସର୍ବାଧିକ ୫୦ ପ୍ରତିଶତ କଟାଯିବ।

Advertisment ଏହା ସହ ଆଇସିସି ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ (ଡବ୍‌ଲ୍ୟୁଟିସି) ଖେଳ ନିୟମର ଧାରା ୧୬.୧୧.୨ ଅନୁଯାୟୀ ଗୋଟିଏ ଦଳ ନିର୍ଦ୍ଧାରିତ ସମୟରେ ପ୍ରତି କମ୍‌ ଓଭର ପାଇଁ ଗୋଟିଏ ପଏଣ୍ଟ୍‌ କଟାଯିବ।

ସେହି ଅନୁଯାୟୀ ପାକିସ୍ତାନ ୧୧ ଓଭର କମ୍‌ ପକାଇଥିବାରୁ ୧୧ ଡବ୍‌ଲୁଟିସି ପଏଣ୍ଟ୍‌ କଟାଯାଇଛି।

ଫଳରେ ସଂପ୍ରତି ପାକିସ୍ତାନ ୪.୬୩ ପଏଣ୍ଟ୍‌ ପ୍ରତିଶତ ସହ ୯ ଦଳୀୟ ଟେବୁଲର ଶେଷ ସ୍ଥାନରେ ରହିଛି ବୋଲି ଆଇସିସି ପକ୍ଷରୁ ଜାରି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

ପଡ଼ିଆ ଅମ୍ପାୟାର ପଲ ରିଫେଲ, କ୍ରିସ୍‌ ଗାଫାନି, ତୃତୀୟ ଅମ୍ପାୟାର ଆଲ୍ଲାହୁୁଦିନ ପାଲେକର ଓ ଚତୁର୍ଥ ଅମ୍ପାୟାର ରସେଲ ୱାରେନଙ୍କ ଉପସ୍ଥିତିରେ ମ୍ୟାଚ୍‌ ରେଫରି ରଞ୍ଜନ ମଦୁଗଲେ ଏହି ଦଣ୍ଡ ଶୁଣାଇଛନ୍ତି।

ତୃତୀୟ ଟେଷ୍ଟ୍‌କୁ ୮ ୱିକେଟ୍‌ ହାରିଥିବା ପାକିସ୍ତାନ ଶୃଙ୍ଖଳା ୦-୩ରେ ମୂଳପୋଛ ହୋଇଥିଲା।

ଲିଡ୍‌ସରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ୍‌ରେ ଏହି ଦଳ ପାଳି ଓ ୧୦୩ ରନ୍‌ ଏବଂ ଲର୍ଡ୍ସ ଟେ‌ଷ୍ଟ୍‌ରେ ୧୯୪ ରନ୍‌ରେ ହାରିଥିଲା।

ରାଜଭାଷା ସମ୍ମିଳନୀ: ସାଂସ୍କୃତିକ ଜାତୀୟତାବାଦ ଓ ଭାରତୀୟ ଭାଷାର ପ୍ରୋତ୍ସାହନ ଉପରେ ଅମିତ ଶାହଙ୍କ ଗୁରୁତ୍ବ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)