Birla Group: ତାର, କେବଲ୍‌ ବ୍ୟବସାୟରେ ବିର୍ଲା ଗ୍ରୁପ୍‌ର ପ୍ରବେଶ

Sep 03, 2026 - 22:03
Birla Group: ତାର, କେବଲ୍‌ ବ୍ୟବସାୟରେ ବିର୍ଲା ଗ୍ରୁପ୍‌ର ପ୍ରବେଶ

"ମୁମ୍ବାଇ: ଆଦିତ୍ୟ ବିର୍ଲା ଗ୍ରୁପ୍‌ ତାର ଓ କେବଲ୍‌ ବ୍ୟବସାୟରେ ପ୍ରବେଶ କରିଛି।

ଅଲ୍ଟ୍ରାଟେକ୍‌ ସିମେଣ୍ଟ ଅଧୀନରେ ଅଲ୍ଟ୍ରାଭୋଲ୍ଟ ନାମରେ ଏହି ବ୍ୟବସାୟ ଆରମ୍ଭ ହୋଇଛି।

ଦେଶରେ ୧ ଲକ୍ଷରୁ ଅଧିକ ରିଟେଲରଙ୍କ ନିକଟରେ ଉତ୍ପାଦ ଉପଲବ୍ଧ କରାଇବା ସହିତ ୫ ବର୍ଷ ମଧ୍ୟରେ ଏ କ୍ଷେତ୍ରରେ ଦ୍ବିତୀୟ ବୃହତ୍‌ କମ୍ପାନି ହେବାର ଲକ୍ଷ୍ୟ ରଖାଯାଇଛି।Advertisment କମ୍ପାନି ଗୁଜରାଟରେ ଏକ ନୂଆ ଉତ୍ପାଦନ କାରଖାନା ସ୍ଥାପନ କରିବ।

ବ୍ୟବସାୟକୁ ଦ୍ରୁତଗତିରେ ଆଗକୁ ବଢ଼ାଇବା ପାଇଁ କମ୍ପାନି ଅଲ୍ଟ୍ରାଟେକ୍‌ର ଡିଷ୍ଟ୍ରିବ୍ୟୁସନ ନେଟୱର୍କକୁ ଉପଯୋଗ କରିବ ବୋଲି ନିର୍ଦ୍ଦେଶକ ଦିଲୀପ ଗୌର କହିଛନ୍ତି।

କମ୍ପାନି ଏହି ବ୍ୟବସାୟରେ ୧୮୦୦ କୋଟି ଟଙ୍କା ନିବେଶ ଯୋଜନା ରଖିଛି।

ରାୟଗଡ଼ାରେ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ୨ ପ୍ରକଳ୍ପ: ଆଲୁମିନା ରିଫାଇନାରି, ପୋଷାକ ୟୁନିଟ୍‌ର ଶିଳାନ୍ୟାସ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)