Birbandh pond: ବୀରବନ୍ଧ ପୋଖରୀ ପାଖରେ ବିପଜ୍ଜନକ ବୁଲାଣ: ସୁରକ୍ଷାବାଡ଼ ବଦଳରେ ଜଗିଛି ବାଲିବସ୍ତା
ପୁରୁଣା ଭୁବନେଶ୍ୱର: ସୁନ୍ଦରପଦା-ଜଟଣୀ ରାସ୍ତାର ସମ୍ପ୍ରସାରଣ କାମ ସରିବା ନାଁ ଧରୁନି। ବହୁ ଦିନ ହେଲା କଣ୍ଟ ସରିଥିଲେ ହେଁ ଜମି ଅଧିଗ୍ରହଣ ଓ ଜବରଦଖଲ ଉଚ୍ଛେଦ ସମସ୍ୟା ଲାଗି ରହିଥିବାରୁ କାମ ଶେଷ ହୋଇପାରୁନି। ତେବେ ରାସ୍ତାର ଯେତିକି ଅଂଶ ନିର୍ମାଣ ସରିଲାଣି, ତାହା ବେଶ୍ ବିପଦପୂର୍ଣ୍ଣ ଭାବେ ରହିଛି ବୋଲି ଅଭିଯୋଗ ହେଉଛି। ବୀରବନ୍ଧ ଚାନ୍ଦୁଆ ପୋଖରୀ ନିକଟରେ ଥିବା ଏକ ବୁଲାଣି(ଟର୍ଣ୍ଣିଂ)କୁ ନେଇ ଏବେ ପଥଚାରୀମାନେ ଭୟଭୀତ। ବୁଲାଣି ନିକଟରେ ସୁରକ୍ଷାବାଡ଼(ଗାର୍ଡୱାଲ୍) ତିଆରି ହୋଇନଥିବାରୁ କେହି କୌଣସି କାରଣରୁ ଭାରସାମ୍ୟ ହରାଇଲେ ପ୍ରାୟ ୪୦ଫୁଟ୍ ତଳକୁ ପୋଖରୀ ଭିତରକୁ ପଡ଼ିବ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ପୂର୍ତ୍ତ ବିଭାଗ ସୁରକ୍ଷାବାଡ଼ କରିବା ବଦଳରେ ବାଲିବସ୍ତା ଥୋଇ କାମ ସାରିଦେଇଛି ବୋଲି ଅଭିଯୋଗ ହେଉଛି।
Fire: ପୋଡ଼ି ପାଉଁଶ ହେଲା ଘର, ୨ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ
ବୀରବନ୍ଧ ଚାନ୍ଦୁଆ ପୋଖରୀକୁ ଲାଗି ଏହି ରାସ୍ତା ପ୍ରଶସ୍ତୀକରଣ ହୋଇଛି। ଠିକ୍ ପୋଖରୀ କଡ଼ରେ ରାସ୍ତାର ବୁଲାଣି ପଡ଼ିଛି। ସୁରକ୍ଷାବାଡ଼ ନଥିବାରୁ ଦ୍ରୁତଗତିରେ ଆସୁଥିବା ଗାଡ଼ି ପୁଷ୍କରିଣୀ ଭିତରକୁ ଖସି ପଡ଼ିବା ଆଶଙ୍କା ରହିଛି। ବର୍ଷା ଦିନ ଆରମ୍ଭ ହୋଇଯାଇଛି ଏବଂ ପୁଷ୍କରିଣୀରେ ଦିନକୁ ଦିନ ପାଣିର ଗଭୀରତା ବଢ଼ିବାରେ ଲାଗିଛି। ତେଣୁ କେହି ପାଣି ଭିତରକୁ ଖସିପଡ଼ିଲେ, ବୁଡ଼ିବା ଥୟ। ମାତ୍ର ପୂର୍ତ୍ତ ବିଭାଗ ଯଥାଶୀଘ୍ର ସୁରକ୍ଷାବାଡ଼ ନିର୍ମାଣ ନ କରି ବାଲି ବସ୍ତା ରଖିଦେଇଛି। ବାରମ୍ବାର ଅଭିଯୋଗ ହେଉଥିଲେ ହେଁ ବିଭାଗୀୟ ଯନ୍ତ୍ରୀଙ୍କର ନିଘା ନାହିଁ। ଏନେଇ ସହାୟକ ଯନ୍ତ୍ରୀ ଧନେଶ୍ବର ନାୟକଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ସେଠାରେ ସୁରକ୍ଷାବାଡ଼ ନିର୍ମାଣ କରିବାକୁ ପଦକ୍ଷେପ ନିଆଯିବ।
Construction: ନିର୍ମାଣ କାମ ପୂରା ହେବାର ମାସେ ନପୁରୁଣୁ ଡ୍ରେନ୍-ପୋଲରେ ଗର୍ତ୍ତ ସୃଷ୍ଟି