Bird nest: ଡ୍ରୋନ୍ ତାରରୁ ପକ୍ଷୀ ବସା
"ଶତ୍ରୁ ଉପରେ ଆକ୍ରମଣ କରିବାରେ ଡ୍ରୋନ୍ ଏକ ଉତ୍କୃଷ୍ଟ ବିକଳ୍ପ ଭାବରେ ଉଭା ହୋଇଛି।
ବିଶେଷ କରି ରୁଷିଆ-ୟୁକ୍ରେନ୍ ଯୁଦ୍ଧରେ ଡ୍ରୋନ୍ର ବ୍ୟାପକ ବ୍ୟବହାର କରାଯାଉଛି।
ଉଭୟ ଦେଶର ଲୋକମାନେ ଯୁଦ୍ଧର କରୁଣ ପରିଣତି ତ ଭୋଗୁଛନ୍ତି, ତା" ସହିତ ନିରୀହ ପକ୍ଷୀମାନେ ଅଜାଣତରେ ଯୁଦ୍ଧର ଆବର୍ଜନାକୁ ନିଜ ବସାରେ ଗୁନ୍ଥିବାରେ ଲାଗିଛନ୍ତି।
ଦୁଇ ଦେଶର ବିଭିନ୍ନ ସ୍ଥାନରେ ଲକ୍ଷ୍ୟ କରାଯାଇଛି ଯେ ଡ୍ରୋନ୍ ଉଡ଼ାଇବାରେ ବ୍ୟବହୃତ ଅପ୍ଟିକାଲ୍ ଫାଇବର୍ ତାରଗୁଡ଼ିକୁ ନେଇ ପକ୍ଷୀମାନେ ବସା ତିଆରି କରୁଛନ୍ତି।
Advertisment Bird strike: ୧୨୪ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ସହ ମଝି ଆକାଶରେ ପକ୍ଷୀ ଧକ୍କା ଅପ୍ଟିକାଲ୍ ଫାଇବର୍ ଡ୍ରୋନ୍ଗୁଡ଼ିକ ସାଧାରଣ ଡ୍ରୋନ୍ଠାରୁ ଏ ଦୃଷ୍ଟିରୁ ଅଲଗା ଯେ ଏଗୁଡ଼ିକ ବେତାର ତରଙ୍ଗ ଦ୍ବାରା ପରିଚାଳିତ ହୁଅନ୍ତି ନାହିଁ।
ଶତ୍ରୁଙ୍କ ହସ୍ତକ୍ଷେପକୁ ଏଡ଼ାଇବା ପାଇଁ ସୂକ୍ଷ୍ମ ତଥା ହାଲୁକା ଅପ୍ଟିକାଲ୍ ଫାଇବର୍ ତାର ଦେଇ ଅପରେଟର୍ ଡ୍ରୋନ୍ ଚଳାଇଥାଏ।
ଏହି ପ୍ରକ୍ରିୟାରେ ଗୋଟିଏ ଡ୍ରୋନ ଉଡ଼ାଇବା ବେଳେ ୨୦ କିଲୋମିଟର୍ ପର୍ଯ୍ୟନ୍ତ ଅପ୍ଟିକାଲ୍ ଫାଇବର୍ ତାର ଛାଡ଼ିବାକୁ ପଡ଼ିଥାଏ, ଯାହା ପରିବେଶରେ ପଡ଼ି ରହେ।
ସେଠାରୁ ପକ୍ଷୀମାନେ ଏହାକୁ ସଂଗ୍ରହ କରି ସୁଦୃଢ଼ ବସା ନିର୍ମାଣରେ ଉପଯୋଗ କରୁଛନ୍ତି।
ତେବେ ଏହି ତାରଗୁଡ଼ିକ ପକ୍ଷୀ ଶାବକଙ୍କୁ ଆଘାତ ଦେବାର ବିପଦ ରହିଛି।
ଡ୍ରୋନ୍ ତାରରୁ ବସା ନିର୍ମାଣର ଲାଭ-କ୍ଷତି କେତେ ତାହା ଗବେଷକମାନେ ଅଧ୍ୟୟନ କରୁଛନ୍ତି।
ଯୁଦ୍ଧ ଦିନେ ସରିଯିବ।
କିନ୍ତୁ ଏହି ବସାଗୁଡ଼ିକ ଚିର ଦିନ ପାଇଁ ଏକ ସ୍ମାରକ ହୋଇ ରହିବେ ଯେ ଯୁଦ୍ଧ କିପରି ଅନ୍ୟ ନିରୀହ ଜୀବମାନଙ୍କୁ ଆଚରଣ ବଦଳାଇବାକୁ ବାଧ୍ୟ କରିଥାଏ।
Bird: ବ୍ୟବସାୟ ହେତୁ ୨୦୦ ପ୍ରଜାତିର ପକ୍ଷୀ ବିଲୟମୁଖୀ"