Biker Flung in Air, 2 Killed: ବାଇକ୍ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ ଚାଲିଗଲା ୨ ଜୀବନ

Nov 22, 2026 - 14:39
Biker Flung in Air, 2 Killed: ବାଇକ୍ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ ଚାଲିଗଲା ୨ ଜୀବନ

ରାସ୍ତାରେ ହଠାତ୍ ସାମ୍ନାକୁ ଆସିଗଲେ ଜଣେ ବୃଦ୍ଧ ବାଇକ୍ ଚାଳକ।

ତାଙ୍କୁ ଧକ୍କା ଦେବାରୁ ବଞ୍ଚିବା ପାଇଁ ଏକ ଏସ୍‌ୟୁଭି ଚାଳକ ଗାଡ଼ିକୁ ଅନ୍ୟ ପାର୍ଶ୍ୱକୁ ବୁଲାଇଦେଲେ।

ହେଲେ ଏହି ଗୋଟିଏ ମୁହୂର୍ତ୍ତର ନିଷ୍ପତ୍ତି ପାଇଁ ଚାଲିଗଲା ଦୁଇ ଜୀବନ।

ଦୁଇଟି ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ପରେ ଏକାଧିକ ଗାଡ଼ି ଦୁର୍ଘଟଣାର ଶିକାର ହୋଇଛି।

ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି।

ଆନ୍ଧ୍ରପ୍ରଦେଶର କାକିନାଡ଼ା ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି।

Advertisment ଦୁର୍ଘଟଣାର ପୂରା ଦୃଶ୍ୟ ରାସ୍ତାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ୍ ହୋଇଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ, ଏକ ବୃଦ୍ଧ ବାଇକ୍ ଚାଳକ ସର୍ଭିସ୍ ଲେନ୍‌ରୁ ବାହାରି ହଠାତ୍ ହାଇୱେ ପାର୍ ହେବାକୁ ଉଦ୍ୟମ କରୁଛନ୍ତି।

ଠିକ୍ ସେହି ସମୟରେ ଏକ ନୀଳ ରଙ୍ଗର ଏସ୍‌ୟୁଭି ଦ୍ରୁତ ଗତିରେ ଆସୁଥିଲା।

ବୃଦ୍ଧ ବାଇକ୍ ଚାଳକଙ୍କୁ ଧକ୍କା ଦେବାରୁ ବଞ୍ଚିବା ପାଇଁ ଏସ୍‌ୟୁଭି ଚାଳକ ହଠାତ୍ ଗାଡ଼ିକୁ ବିପରୀତ ଦିଗକୁ ବୁଲାଇ ଦେଇଥିଲେ।

ଫଳରେ ସାମ୍ନା ପଟୁ ଆସୁଥିବା ଏକ ଧଳା ଏସ୍‌ୟୁଭି ସହ ତାଙ୍କ ଗାଡ଼ିର ଜୋରଦାର ଧକ୍କା ହୋଇଥିଲା।

Advertisment ଏହି ଧକ୍କାର ପ୍ରଭାବରେ ଆଉ ଜଣେ ବାଇକ୍ ଚାଳକ ମଧ୍ୟ ଦୁର୍ଘଟଣାର ଶିକାର ହୋଇଥିଲେ।

ଧକ୍କା ଏତେ ଜୋରଦାର ଥିଲା ଯେ ବାଇକ୍ ଚାଳକ ଜଣକ ଛିଟିକି ହାଇୱେ ଉପରକୁ ଉଠିଯାଇଥିଲେ।

ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ତିନି ଜଣ ଗୁରୁତର ଆହତ ହୋଇଛନ୍ତି।

ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା କରାଯାଉଛି।

ମୃତକ ଓ ଆହତଙ୍କ ପରିଚୟ ଏଯାଏଁ ଜଣାପଡ଼ିନାହିଁ।

ଅନ୍ୟପଟେ ସିସିଟିଭି ଫୁଟେଜ୍‌ରେ ଦୁର୍ଘଟଣା ପରେ ବୃଦ୍ଧ ବାଇକ୍ ଚାଳକ ଜଣକ ନିଜ ବାଇକ୍‌କୁ ବୁଲାଇ ସେଠାରୁ ଚାଲିଯାଉଥିବା ଦେଖାଯାଇଛି।

ଘଟଣାର ପୂରା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)