Bike-Borne Miscreants ବ୍ଯାଙ୍କ ସମ୍ମୁଖରୁ ଝାମ୍ପିନେଇଗଲେ ଟଙ୍କାଭର୍ତ୍ତି ବ୍ୟାଗ୍
"ସୁନ୍ଦରଗଡ଼/ବାଲିଶଙ୍କରା: ପୁଲିସକୁ ଖୋଲା ଚାଲେଞ୍ଜ୍ ଦେଇ ଅପରାଧୀମାନେ ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇଚାଲିଛନ୍ତି।
ଆଜି (ଗୁରୁବାର) ବାଲିଶଙ୍କରା ସେଣ୍ଟ୍ରାଲ୍ ବ୍ୟାଙ୍କ୍ ଶାଖା ସମ୍ମୁଖ ଜନଗହଳିପୂର୍ଣ୍ଣ ରାସ୍ତାରେ ଜଣେ ବ୍ୟକ୍ତିଙ୍କୁ ଦୁର୍ବୃତ୍ତମାନେ ଟଙ୍କାଭର୍ତ୍ତି ବ୍ୟାଗ୍ ଲୁଟି ଆଖିପିଛୁଳାକେ ଚମ୍ପଟ ମାରିଛନ୍ତି।Advertisment Crime: ଭଦ୍ରକ ଦିନ ଦ୍ୱିପ୍ରହରରେ ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟ୍ଆଜି ଅପରାହ୍ନ ୩ଟାରେ ତଳସରା ଥାନା ବାଲିଶଙ୍କରାରେ ଜନଗହଳିପୂର୍ଣ୍ଣ ରାସ୍ତାରେ ଥିବା ସେଣ୍ଟାଲ ବ୍ଯାଙ୍କରୁ ପତେଇମୁଣ୍ଡାର ଲଳିତ ମହାକୁଡ଼ ଲକ୍ଷେ ଟଙ୍କା ଉଠାଇଥିଲେ।
ବ୍ଯାଗରେ ରଖି ବାହାରକୁ ଆସି ରାସ୍ତାରେ ପାଦ ଥାପିବା କ୍ଷଣି ଏକ ବାଇକରେ ଦୁଇ ମୁଖାପିନ୍ଧା ଦୁର୍ବୃତ୍ତ ଆସି ସେଠାରେ ପହଞ୍ଚିଥିଲେ।
ଲଳିତଙ୍କ ହାତରେ ଥିବା ଟଙ୍କାଭର୍ତ୍ତି ବ୍ଯାଗ୍ ଝାମ୍ପି ନେଇ ଆଖି ପିଛୁଳାକେ ଛତିଶଗଡ଼ ରାସ୍ତାରେ ଚମ୍ପଟ ମାରିଥିଲେ।
Gang Loot: ଗ୍ୟାଙ୍ଗସ୍ ଅଫ୍ "ଏନ୍ଏଚ୍ ୫୫": ଦୁଇ ମଦ ବ୍ୟବସାୟୀଙ୍କୁ ଲୁଟିଲେ ଦୁର୍ବୃତ୍ତଗଲାବେଳେ ବ୍ଯାଗରୁ ଯୁବକଙ୍କ ଆଧାରକାର୍ଡ, ପାସବୁକ୍ ରାସ୍ତାରେ ଫିଙ୍ଗି ଦେଇଥିଲେ।
ସୂଚନା ପାଇ ତଳସରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଚଲାଇଛି।
୪ ଦିନ ତଳେ ଏହି ଥାନାର ସବଡେଗା ଏସ୍ବିଆଇ ଓ ସମବାୟ ବ୍ଯାଙ୍କରୁ ୫୦ ହଜାର ଟଙ୍କା ଉଠାଇ ଯମୁନା ଗାଁର ଦମ୍ପତି ଘରକୁ ଯାଉଥିବାବେଳେ ୩ଜଣ ଦୁର୍ବୃତ୍ତ ବାଇକରେ ଆସି ରାଶିପତ୍ରା ନିକଟରେ ଅନୁରୂପ ଭାବେ ଟଙ୍କା ଝାମ୍ପି ଫେରାର ହୋଇ ଯାଇଥିଲେ।
ଏହି ଘଟଣାରେ ପୁଲିସ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହୋଇଥିବା ବେଳେ ଆଜିର ଏହି ଘଟଣା ପୁଲିସର ଦକ୍ଷତା ପ୍ରତି ଅପରାଧିଙ୍କ ଖୋଲା ଚାଲେଞ୍ଜ୍ ବୋଲି ସାଧାରଣରେ ଆଲୋଚନା ହେଉଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।