Edible Oil: ଅଧିକ ଦାମ୍ରେ ଆମଦାନି ହେଉଛି ଖାଇବା ତେଲ
"ନୂଆଦିଲ୍ଲୀ: ଖାଇବା ତେଲ ଆମଦାନି ମହଙ୍ଗା ହେବା ସହ ଦେଶରେ ତାହାର ଖୁଚୁରା ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିଛି।
ଚଳିତ ବର୍ଷ ମୌସୁମୀ ବର୍ଷା ସ୍ବାଭାବିକଠାରୁ କମ୍ ହେବା ଆଶଙ୍କା କରାଯାଉଥିବାରୁ ତୈଳବୀଜ ଉତ୍ପାଦନ ମଧ୍ୟ କମ୍ ହେବ।
ତାହାର ପ୍ରଭାବରେ ଚଳିତ ବର୍ଷ ଖାଇବା ତେଲ ଦର ଉଚ୍ଚା ରହିପାରେ ବୋଲି କୁହାଯାଉଛି।
Advertisment ଉପଭୋକ୍ତା ବ୍ୟାପାର ବିଭାଗ ତଥ୍ୟ ଅନୁସାରେ ଖାଇବା ତେଲ ଦରରେ ୧୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟିଛି।
ସୋରିଷ ତେଲ ଦର ୧୦.୭୪ ପ୍ରତିଶତ ବଢ଼ି ଲିଟରକୁ ୧୯୩ ଟଙ୍କା ୫୪ ପଇସା, ସୋୟାବିନ ତେଲ ୧୧.୫୩ ପ୍ରତିଶତ ବଢ଼ି ୧୬୩ ଟଙ୍କା ୧୦ ପଇସା ଓ ପାମ୍ ଅଏଲ୍ ୧୨.୮୭ ପ୍ରତିଶତ ବଢ଼ି ୧୪୭ ଟଙ୍କା ୩୭ ପଇସା ହୋଇଛି।
ସୋଲ୍ଭେଣ୍ଟ୍ ଏକ୍ସଟ୍ରାକ୍ଟର୍ସ ଆସୋସିଏସନ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବି ଭି ମେହେଟ୍ଟା କହିଛନ୍ତି ଯେ ପରିବହନ ଓ ବୀମା ଖର୍ଚ୍ଚରେ ବୃଦ୍ଧି, ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ହ୍ରାସ ଏବଂ ତୈଳ ରପ୍ତାନି କରୁଥିବା ଦେଶଗୁଡ଼ିକ ଖାଇବା ତେଲର କଞ୍ଚାମାଲକୁ ଇଥାନଲ ଉତ୍ପାଦନ ପାଇଁ ଦେଉଥିବାରୁ ଆମଦାନି କରାଯାଉଥିବା ଖାଇବା ତେଲ ଭାରତରେ ପହଞ୍ଚିବା ବେଳକୁ ତାହାର ଦାମ୍ ବଢ଼ିଯାଉଛି।
ବିଦେଶରୁ ଅଣାଯାଉଥିବା ଖାଇବା ତେଲ ମୁମ୍ବାଇ ବନ୍ଦରରେ ପହଞ୍ଚିବା ବେଳକୁ ପାମ୍ ଅଏଲ୍ ଦାମ୍ ୧୧ ପ୍ରତିଶତ, ସୋୟାବିନ ୬ ପ୍ରତିଶତ ଓ ସନ୍ଫ୍ଲାୱାର ଅଏଲ୍ ୨୦ ପ୍ରତିଶତ ବଢ଼ି ଟନ୍ ପିଛା ଦର ଯଥାକ୍ରମେ ୧୧୭୦ ଡଲାର, ୧୨୬୭ ଡଲାର ଓ ୧୪୫୫ ଡଲାର ହୋଇଛି।
Gold: ୨୦୨୫-୨୬ରେ ୭୨ ବିଲିଅନ ଡଲାରର ସୁନା ଆମଦାନି ଭାରତ ନିଜ ଆବଶ୍ୟକତାର ୫୮ ପ୍ରତିଶତ ଖାଇବା ତେଲ ଆମଦାନି କରୁଛି।
ସେଗୁଡ଼ିକୁ ମୁଖ୍ୟତଃ ଇଣ୍ଡୋନେସିଆ, ମାଲେସିଆ, ଥାଇଲ୍ୟାଣ୍ଡ, ୟୁକ୍ରେନ, ରୁଷ ଓ ଆର୍ଜେଣ୍ଟିନାରୁ ଅଣାଯାଉଛି।
୨୦୨୪-୨୫ରେ ୧୬.୦୧ ନିୟୁତ ଟନ୍ ଖାଇବା ତେଲ ଆମଦାନି କରାଯାଇଥିଲା।
ସେଥିରୁ ୪୭ ପ୍ରତିଶତ ଥିଲା ପାମ୍ ଅଏଲ୍ ଓ ଅବଶିଷ୍ଟ ତେଲଗୁଡ଼ିକ ଥିଲା ସନ୍ଫ୍ଲାୱାର ଓ ସୋୟାବିନ୍ ତେଲ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।