Bihar: ବିହାରରେ ମନ୍ଦିର ନିକଟରେ ଭକ୍ତଙ୍କ ଉପରେ କାର୍ ଚଢ଼ିଗଲା: ୫ ମୃତ; ଜଣେ ଆହତ
"ପାଟନା: ବିହାରର ସୁପୌଲ ଜିଲ୍ଲାରେ ଏକ କାର୍ ଧକ୍କାରେ ଅତି କମ୍ରେ ୫ ଜଣଙ୍କ ମୃତ୍ୟୁ ହୋଇଯାଇଛି ଏବଂ ଅନ୍ୟ ଜଣେ ଆହତ ହୋଇଛନ୍ତି।
ମଙ୍ଗଳବାର ସନ୍ଧ୍ୟାରେ ସୁପୌଲ-ପିପ୍ରା ମୁଖ୍ୟ ରାସ୍ତାରେ ଥିବା ବଜରଙ୍ଗବଲୀ ମନ୍ଦିର ନିକଟରେ ଏହି ଦୁର୍ଘଟଣା ଘଟିଛି। "ଝୁଲଣ" ପର୍ବ ଅବସରରେ ପୂଜାପାଠ ପାଇଁ କିଛି ଗ୍ରାମବାସୀ ସେଠାରେ ଏକାଠି ହୋଇଥିବାବେଳେ ଏହି ଦୁଃଖଦ ଘଟଣା ଘଟିଛି।Advertisment ପିପ୍ରା ଥାନା ଏସ୍ଏଚ୍ଓ କିଶୋର କୁମାର କହିଛନ୍ତି, ମଙ୍ଗଳବାର ରାତି ପ୍ରାୟ ୮ଟାରେ ଏକ ଦ୍ରୁତଗାମୀ ଗାଡ଼ି ମନ୍ଦିର ନିକଟରେ ରାସ୍ତା କଡ଼ରେ ଠିଆ ହୋଇଥିବା ୬ ଜଣଙ୍କ ଉପରେ ଚଢ଼ିଯାଇଥିଲା।
ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ମୃତ୍ୟୁ ହୋଇଛି ଓ ଜଣେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।
ମୃତକମାନଙ୍କୁ ସୁରେନ୍ଦ୍ର ଯାଦବ, ତିଲାଇ ଦାସ, ରାଜୁ ଦାସ, ଭୁବନେଶ୍ୱରୀ ଯାଦବ ଓ କୃଷ୍ଣ ମୋହନ ବୋଲି ଚିହ୍ନଟ କରାଯାଇଛି।
ସମସ୍ତେ କଟୈୟା ଗୋଠ ଗ୍ରାମର ବାସିନ୍ଦା।
ମୃତଦେହଗୁଡ଼ିକର ପୋଷ୍ଟମର୍ଟମ୍ କରାଯାଇଛି।
ଆହୁରି ପଢନ୍ତୁ: Cricket: ବୁମ୍ରାଙ୍କ ରାଜୁତି ଶେଷ, ଷ୍ଟାର୍କ ନୂଆ ୧ ନଂ ଟେଷ୍ଟ ବୋଲର ଦୁର୍ଘଟଣା ପରେ ଫେରାର କାର୍ ଚାଳକକୁ ଖୋଜିବା ପାଇଁ ପୁଲିସ ତଲାସୀ ଅଭିଯାନ ଚଳାଇଛି।
ଏହି ଘଟଣାକୁ ନେଇ କ୍ରୋଧିତ ସ୍ଥାନୀୟ ଲୋକମାନେ କିଛି ସମୟ ପାଇଁ ସୁପୌଲ-ପିପ୍ରା ମୁଖ୍ୟ ରାସ୍ତା ଅବରୋଧ କରି ଆନ୍ଦୋଳନ କରିଥିଲେ।
ପରେ ସୁପୌଲ ସଦର ଏସ୍ଡିଓ ମନୋହର କୁମାର ସାହୁ ଓ ଏସ୍ଡିପିଓ ରାଜୀବ ରଞ୍ଜନଙ୍କ ସମେତ ବରିଷ୍ଠ ଅଧିକାରୀମାନେ ପହଞ୍ଚି ଲୋକମାନଙ୍କୁ ବୁଝାଇବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
