Bihar: ବିହାରରେ ବିଷାକ୍ତ ଗ୍ୟାସ୍ ନେଲା ୪ ଜଣଙ୍କ ଜୀବନ
"ଗୟା: ବିହାରର ଗୟା ଜିଲ୍ଲାରେ ବିଷାକ୍ତ ଗ୍ୟାସ୍ ୪ ଜଣଙ୍କ ଜୀବନ ନେଇ ଯାଇଛି।
ଦୋଭି ଥାନା ଅଧୀନରେ ଗଡ଼ କରମୌନି ଗ୍ରାମରେ ୪ ଜଣ ବ୍ୟକ୍ତି ଏକ କୂଅ ଭିତରେ ପଶିଥିବାବେଳେ ବିଷାକ୍ତ ଗ୍ୟାସ୍ ଯୋଗୁ ସେମାନଙ୍କର ମୃତ୍ୟୁ ହୋଇଯାଇଛି।
ମୃତକମାନଙ୍କୁ ଯଥାକ୍ରମେ ଚାମରି ମାଞ୍ଝୀ , ତାଙ୍କ ପୁଅ ଦିଲଚାନ୍ଦ ମାଞ୍ଝୀ, ବିକାଶ ଚୌଧାରୀ ଏବଂ ବିଜୟ ଚୌଧାରୀ ବୋଲି ଚିହ୍ନଟ କରାଯାଇଛି।Advertisment ଆହୁରି ପଢନ୍ତୁ :America: ପାକିସ୍ତାନଠାରୁ ଆମେରିକା: ୩୬ ଦେଶର ସର୍ଭେରେ ଭାରତକୁ ନେଇ ବିଶ୍ୱର ଧାରଣା ଏସଏସପି ସୁଶୀଲ କୁମାର କହିଛନ୍ତି, ସମସ୍ତ ୪ ଜଣଙ୍କର କୂଅ ଭିତରେ ବିଷାକ୍ତ ଗ୍ୟାସ୍ ଶୁଙ୍ଘି ମୃତ୍ୟୁ ହୋଇଛି।
ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧାରୀ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ମୃତକଙ୍କ ପରିବାର ସଦସ୍ୟଙ୍କ ପାଇଁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି।
ସମ୍ରାଟ ଚୌଧାରୀ ଏକ୍ସରେ ଏକ ପୋଷ୍ଟ୍ କରି କହିଛନ୍ତି, କରମୌନି ଗ୍ରାମରେ ଘଟିଥିବା ଏହି ଘଟଣା ଅତ୍ୟନ୍ତ ହୃଦୟ ବିଦାରକ।
ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ମୋର ସମବେଦନା।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
