Bicycle: ଅବସରପ୍ରାପ୍ତ ଶିକ୍ଷକଙ୍କ ନିଆରା ସାଇକଲ ପ୍ରେମ
"ରାଉରକେଲା (ଦେବବ୍ରତ ଗଡ଼ତିଆ): ସୁନ୍ଦରଗଡ଼ ଜିଲ୍ଲାର ଜଣେ ୭୮ ବର୍ଷୀୟ ଅବସରପ୍ରାପ୍ତ ଶିକ୍ଷକ ଆଜିର ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି।
ସେ ନିଜର ଦୈନନ୍ଦିନ କାର୍ଯ୍ୟ ପାଇଁ କାର୍ କିମ୍ବା ମୋଟରସାଇକଲ ଉପରେ ନିର୍ଭର ନକରି, ଗତ ୫୨ ବର୍ଷ ହେଲା ନିଜର ପୁରୁଣା ସାଇକଲକୁ ବ୍ୟବହାର କରୁଛନ୍ତି।
ଦୀର୍ଘ ବର୍ଷର ଚାକିରି କାଳ ମଧ୍ୟରେ ସ୍କୁଲ୍ ଯିବା ଠାରୁ ଆରମ୍ଭ କରି ବଜାର ସଉଦା କରିବା ପର୍ଯ୍ୟନ୍ତ, ସମସ୍ତ କାମ ସେ ଏହି ସାଇକେଲ୍ ମାଧ୍ୟମରେ ହିଁ କରିଆସିଛନ୍ତି।
ସେ ହେଉଛନ୍ତି ପାଉଲୁସ କେର୍କେଟା।Advertisment ଜୀବନର ଏକ ଅଭିନ୍ନ ଅଙ୍ଗ ୧୯୪୮ ମସିହାରେ ରାଜଗାଙ୍ଗପୁର ବ୍ଲକ କହଚୁଆଁ ଗାଁରେ କେର୍କେଟା ଜନ୍ମଗ୍ରହଣ କରିଥିଲେ।
ରାଜଗାଙ୍ଗପୁର ବ୍ଲକ୍ ଛତାମ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ତୃତୀୟ ଶ୍ରେଣୀ, ମଝାପଡ଼ା ଆବାସିକ ବିଦ୍ୟାଳୟରେ ଚତୁର୍ଥରୁ ସପ୍ତମ ଶ୍ରେଣୀ, କୁତ୍ରା ବ୍ଲକ କୁସୁମଡ଼େଗୀ ଉଚ୍ଚବିଦ୍ୟାଳୟରେ ଅଷ୍ଟମରୁ ଦଶମ ପଢିଥିଲେ।
ଏହାପରେ ବର୍ଷକ ପାଇଁ ମଝାପଡା ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷାଦାନ କରିଥିଲେ।
ତେବେ ୧୯୬୯ ରୁ ୧୯୭୧ମସିହା, ଦୁଇବର୍ଷ କୁନ୍ଦ୍ରୁକେଲା ଠାରେ ସିଟିଟ୍ରେନିଂ ନେବାପରେ ୧୯୭୧ରେ ଡୁମେର୍ତ୍ତା ଏମ୍.ଇ.
ସ୍କୁଲରେ ସ୍ଥାୟୀ ଶିକ୍ଷକ ଭାବେ ଯୋଗ ଦେଇଥିଲେ।
୧୯୭୩ରେ ସେ ଆନ୍ଥୋନିଆ କୁଲ୍ଲୁଙ୍କୁ ବିବାହ କରିଥିଲେ।
ତେବେ ଚାଲିଚାଲି ସ୍କୁଲ ଯିବା ଓ ଘରୋଇ କାମ ପାଇଁ ଅସୁବିଧା ହେବାରୁ ୧୯୭୫ ମସିହାରେ ୪ ଶହ ଟଙ୍କାରେ ଏକ ହର୍କ୍ୟୁଲିସ୍ ସାଇକଲ୍ କିଣିଥିଲେ।
Arrested: କଣାସ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ କଲା ପୁଲିସ୍, ତିନି ଅଭିଯୁକ୍ତ ଗିରଫ ସେ ୧୯୭୭ ମସିହାରେ ବରସୁଆଁସ୍ଥ ଇସ୍ପାତ ଇସ୍ପାତ ବିଦ୍ୟାଳୟରେ ଶିକ୍ଷକ ଭାବେ ଯୋଗଦେଇଥିବାବେଳେ ୨୦୦୮ ମସିହାରେ ପ୍ରଧାନଶିକ୍ଷକ ପଦରୁ ଅବସର ନେଇଥିଲେ।
ତାଙ୍କର ପରିବାର କହିଲେ ବଡ଼ ପୁଆ ହର୍ଷିତ୍, ଦୁଇ ଝିଅ ବାସନ୍ତୀ ଓ କାନ୍ତି।
ସବା ସାନ ଝିଅ କାନ୍ତି ଜଣେ ଦିବ୍ୟାଙ୍ଗ ହୋଇଥିବାରୁ ତାଙ୍କର ଦେଖାରେଖା ଦାୟିତ୍ବ ସମ୍ଭାଳିବା ଅତି କଷ୍ଟକର ହୋଇପଡ଼ିଥିଲା।
ତେବେ ସାନଝିଅ ମଧ୍ୟ ସଫଳତାର ସହ ଏଏସ୍ଓ ଭାବେ ସଚିବାଳୟରେ ଜନସମ୍ପର୍କ ଓ ସୂଚନା ବିଭାଗରେ କାର୍ଯ୍ୟରତ।
ପ୍ରତ୍ୟହ ସ୍କୁଲ ଯିବାଠାରୁ ଆରମ୍ଭକରି ବଜାର ଯିବା ଆଦି ପ୍ରତ୍ୟେକ କାମରେ ସାଇକଲ ହିଁ ଥିଲା ତାଙ୍କର ଏକମାତ୍ର ମାଧ୍ୟମ।
ସମୟ ବଦଳିବା ସହ ବାର୍ଦ୍ଧକ୍ୟ ମଧ୍ୟ ଘାରିଲାଣି, କିନ୍ତୁ ଏବେ ବି ସାଇକଲ ଚଳାଇବା ଛାଡ଼ିନାହାନ୍ତି କେର୍କେଟା।
ଏନେଇ କେର୍କେଟା କହିଛନ୍ତି, ଏହି ବୟସରେ ସମ୍ପୂର୍ଣ୍ଣ ସୁସ୍ଥ ଓ କର୍ମଠ ରହିବାର ମୁଖ୍ୟ କାରଣ ହେଉଛି ନିୟମିତ ସାଇକଲ୍ ଚାଳନା।
ସାଇକଲ୍ କେବଳ ଯାତାୟାତର ମାଧ୍ୟମ ନୁହେଁ, ବରଂ ଜୀବନର ଏକ ଅଭିନ୍ନ ଅଙ୍ଗ ବୋଲି କହିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

