'Bhubaneswar Film Festival: ‘ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ୍‌’ର ଦ୍ୱିତୀୟ ଦିବସ: ଦର୍ଶକଙ୍କୁ ଭେଟିଦେଲା ବହୁଭାଷୀ ଚଳଚ୍ଚିତ୍ର

Jun 27, 2026 - 05:07
'Bhubaneswar Film Festival: ‘ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ୍‌’ର ଦ୍ୱିତୀୟ ଦିବସ: ଦର୍ଶକଙ୍କୁ ଭେଟିଦେଲା ବହୁଭାଷୀ ଚଳଚ୍ଚିତ୍ର

"ଭୁବନେଶ୍ୱର: "ଭୁବନେଶ୍ୱର ଫିଲ୍ମ ସର୍କଲ" ପକ୍ଷରୁ ଆୟୋଜିତ ତୃତୀୟ "ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ୍‌"ର ଦ୍ୱିତୀୟ ଦିବସ ଦର୍ଶକଙ୍କୁ ବହୁଭାଷୀ ଚଳଚ୍ଚିତ୍ର ଭେଟି ଦେଇଛି।

ପୂର୍ବାହ୍ଣରେ କୃଷକଙ୍କ ସଂଘର୍ଷର କାହାଣୀ କହୁଥିବା କନ୍ନଡ ଫିଲ୍ମ "କଣ୍ଡିଲୁ"ରୁ ଆରମ୍ଭ ହୋଇ "ଏ ଷ୍ଟୋରି ଦାଟ୍‌ ରିଫ୍ୟୁଜଡ୍‌ ଟୁ ଡାଏ", "ଵ-ମ୍ୟାନ" ଭଳି ବହୁ ଚର୍ଚ୍ଚିତ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା।

ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ବିମଳ କୁମାର ରଏଙ୍କ କାଳଜୟୀ ସିନେମା "ବନ୍ଦିନୀ" ଦର୍ଶକଙ୍କୁ ବିମୋହିତ କରିଥିଲା।

Advertisment Climate: ଉପଗ୍ରହ ଚିତ୍ରରେ ସାମ୍ନାକୁ ଆସିଲା ମୌସୁମୀର ଦୁର୍ବଳ ସ୍ଥିତି କାର୍ଯ୍ୟକ୍ରମରେ ଚଳଚ୍ଚିତ୍ରର ନିର୍ଦ୍ଦେଶକ ତଥା ଅନ୍ୟାନ୍ୟ କର୍ମକର୍ତ୍ତା ଯୋଗ ଦେଇ ଦର୍ଶକଙ୍କ ସହ ଆଲୋଚନା କରିଥିଲେ।

ସେହିପରି ପ୍ରେସ୍‌ କ୍ଲବ୍‌ରେ ଅଭିନେତା ନୀରଜ କବିଙ୍କ ଦ୍ୱାରା ମାଷ୍ଟରକ୍ଲାସ୍‌ ଆୟୋଜିତ ହୋଇଥିଲା।

ବହୁ ଯୁବପିଢ଼ି, ନବାଗତ ଅଭିନେତା ଏଥିରେ ଯୋଗଦେଇ ଅଭିନୟର ବିଭିନ୍ନ ଦିଗ ସମ୍ୱନ୍ଧରେ ଜାଣିଥିଲେ।

କାର୍ଯ୍ୟକ୍ରମକୁ ନିର୍ଦ୍ଦେଶକ ସଞ୍ଜୟ ପଟ୍ଟନାୟକ, ଉତ୍ସବର ଆବାହକ କମିଟିର ସଦସ୍ୟ ସୁବାସ ସାହୁ, ସୁକାନ୍ତ ରଥ, ଅଶୋକ ପାଲିତ୍‌ ପ୍ରମୁଖ ପରିଚାଳନା କରିଥିଲେ।

Agriculture: ଆଧୁନିକତାରେ ହଜିଯାଉଛି ହଳ-ଲଙ୍ଗଳ"