Bhubaneswar Film: ‘ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ୍’ ଉଦ୍ଘାଟିତ
"ଭୁବନେଶ୍ୱର: ଓଡ଼ିଶାବାସୀ କଳା, କଳାକାର ଓ ସିନେମାକୁ ବହୁତ ଭଲ ପାଆନ୍ତି ଓ ସମ୍ମାନ କରନ୍ତି।
ସିନେମାରେ ନିଜ କାହାଣୀକୁ ଖୋଜିବାକୁ ସେମାନେ ଚେଷ୍ଟା କରନ୍ତି। "ଭୁବନେଶ୍ୱର ଫିଲ୍ମ ସର୍କଲ" ପକ୍ଷରୁ ଆୟୋଜିତ ତୃତୀୟ "ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ୍"କୁ ଉଦ୍ଘାଟନ କରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏଭଳି ମତପ୍ରକାଶ କରିଛନ୍ତି।
ଏହି ଉତ୍ସବରେ ପ୍ରଦର୍ଶିତ ପ୍ରତ୍ୟେକ ଚଳଚ୍ଚିତ୍ର ଲୋକଙ୍କୁ ସ୍ପର୍ଶ କରିବ ବୋଲି ସେ କହିଥିଲେ।
Advertisment If the river: "ନଦୀକୁ ସଫା ନ ରଖିଲେ ଲାଗିବ ଦଫା" ଅନ୍ୟାନ୍ୟ ଅତିଥି ଭାବେ ନିର୍ଦ୍ଦେଶକ ଅନୀଲ ମେହେତା, ତିଗ୍ମାଂଶୁ ଧୂଲିଆ, ଅଭିନେତା ନୀରଜ କବି, ସବ୍ୟସାଚୀ ମହାପାତ୍ର, ଅମିତ ରାଏ ପ୍ରମୁଖ ଯୋଗଦେଇ ଏହି ଉତ୍ସବ ଦର୍ଶକଙ୍କୁ ସିନେମାର ଆହୁରି ନିକଟତର କରାଇବ ବୋଲି କହିଥିଲେ।
ବିଶେଷ କରି ଅଭିନୟକୁ କ୍ୟାରିୟର କରିବା ପାଇଁ ଚାହୁଥିବା ଯୁବପିଢ଼ିଙ୍କ ପାଇଁ ଏହା ଉପାଦେୟ ହେବ ବୋଲି ମତପ୍ରକାଶ କରିଥିଲେ।
ନିର୍ଦ୍ଦେଶକ ସଞ୍ଜୟ ପଟ୍ଟନାୟକ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ।
ଏହି ଅବସରରେ ଚଳଚ୍ଚିତ୍ର ସହ ସଂଶ୍ଳିଷ୍ଟ ୭ଜଣ ବ୍ୟକ୍ତିବିଶେଷଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା।
Poetry rains: କିମାଶ୍ଚର୍ଯ୍ୟମ୍: ବୋମା ବଦଳରେ କବିତା ବର୍ଷା କାର୍ଯ୍ୟକ୍ରମରେ ବହୁ ଲୋକପ୍ରିୟ ଓ ଚିରସବୁଜ ଚଳଚ୍ଚିତ୍ର ଯେପରିକି "ଲକ୍ଷ୍ମୀ", "ଲହରୀ", "ମାଗୁଣିର ଶଗଡ଼", ଊର୍ଦ୍ଦୁ ଚଳଚ୍ଚିତ୍ର "ହ୍ୱାଇଟ୍ ସ୍ନୋ", ହିନ୍ଦୀ ଚଳଚ୍ଚିତ୍ର "ଦୋ ବିଘା ଜମିନ୍" ପ୍ରଦର୍ଶିତ ହୋଇଥିଲା।
ବହୁ ସଂଖ୍ୟାରେ ସିନେ ପ୍ରେମୀ, କଳାକାର, ଛାତ୍ରଛାତ୍ରୀ ଯୋଗଦେଇ ଏହାକୁ ଉପଭୋଗ କରିଥିଲେ।
ଉତ୍ସବର ଆବାହକ କମିଟିର ସଦସ୍ୟ ସୁବାସ ସାହୁ ଧନ୍ୟବାଦ ଦେଇଥିଲେ।
ଅନ୍ୟତମ ସଦସ୍ୟ ସୁକାନ୍ତ ରଥ ଓ ଦୀକ୍ଷା ତିଵାରି ମଞ୍ଚ ପରିଚାଳନା କରିଥିଲେ। "ଅଭିଜ୍ଞତା ବହୁତ କିଛି ଶିଖାଏ": ନୀରଜ ଅଭିନେତା ନୀରଜ କବି।
ବହୁତ କମ୍ ଲୋକ ଜାଣିଥିବେ କି ସେ ଜଣେ ଓଡ଼ିଆ।
ମୁମ୍ବାଇରେ ଥିଏଟର୍ ପ୍ରତିଷ୍ଠା କରିଛନ୍ତି ଏବଂ ବହୁ ନାଟକ ଓ ଫିଲ୍ମରେ ଅଭିନୟ କରି କଳା ଜଗତର ଏକ ଉଜ୍ଜ୍ବଳ ତାରକା ଭାବେ ପ୍ରତିଷ୍ଠା ଲାଭ କରିପାରିଛନ୍ତି।
ରାଣୀ ମୁଖାର୍ଜୀଙ୍କ ସହ "ହିଚ୍କି" ଚଳଚ୍ଚିତ୍ରରେ ଅଭିନୟ କରିବାଠାରୁ ଆରମ୍ଭ କରି "ତଲ୍ଵାର", "ସେର୍ଦିଲ୍", "ମନ୍ସୁନ୍ ସୁଟ୍ଆଉଟ୍", "ଅବରୋଧ", "ଡିକ୍ଟେଟିଭ୍ ବ୍ୟୋମକେଶ ବକ୍ସି" ଭଳି ଚଳଚ୍ଚିତ୍ର ତାଙ୍କୁ ବଲିଉଡ୍ରେ ପରିଚିତି ଦେଇଛି।
ସେହିପରି ନାଟକ ଜଗତରେ ସେ "ସେକ୍ସପିଅର", "ଟମ୍ ସୋପାର୍ଡ", "ମାରିଭକ୍ସ" ଭଳି ନାଟକରେ ନିଖୁଣ ଅଭିନୟ କରି ପ୍ରଂଶସିତ ହୋଇଛନ୍ତି।
ଶ୍ରେଷ୍ଠ ଅଭିନେତା ଭାବେ ରୁଷିଆରେ ଆୟୋଜିତ "ସାଖାଲିନ ଫିଲ୍ମ ଫେଷ୍ଟିଭାଲ୍", "ଜାଗରଣ ଫିଲ୍ମ ଫେଷ୍ଟିଭାଲ" ଭଳି ବହୁ ଅନ୍ତର୍ଜାତୀୟ ସମ୍ମାନର ଅଧିକାରୀ ହୋଇଛନ୍ତି।
ଏତେ ସବୁ ଖ୍ୟାତି ପରେ ବି ସେ ଓଡ଼ିଆକୁ ଭୁଲି ନାହାନ୍ତି।
୧୯୯୭ରେ ଓଡ଼ିଆ ଚଳଚ୍ଚିତ୍ର "ଶେଷ ଦୃଷ୍ଟି"ରେ ଅଭିନୟ କରିଥିଲେ ଏବଂ ତାହା ଜାତୀୟ ପୁରସ୍କାର ପାଇଥିଲା।
ଆଜି "ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ୍"କୁ ଆସିଥିବା ବେଳେ "ସମ୍ବାଦ" ପ୍ରତିନିଧି ପ୍ରିୟଙ୍କା ରାୟ ତାଙ୍କୁ ଭେଟିଥିଲେ।
ପ୍ରଶ୍ନ: ଅଭିନେତାରୁ ସିନେ ପ୍ରଶିକ୍ଷକ ପର୍ଯ୍ୟନ୍ତ ଯାତ୍ରା କିଭଳି ଥିଲା ?
ଉତ୍ତର: ଅଭିନୟ ଶିଖିବା ପାଇଁ ମୁଁ ଉଭୟ ଏନ୍ଏସ୍ଡି ଓ ଏଫ୍ଟିଆଇଆଇରେ ଚେଷ୍ଟା କରି ବିଫଳ ହୋଇଥିଲି।
କିନ୍ତୁ ମୁଁ ସେତିକିରେ ହାରି ଯାଇନଥିଲି।
ନିଜେ ଶିଖିବା ଆରମ୍ଭ କଲି।
ଏନ୍ଏସ୍ଡିରେ ପଢ଼ୁଥିବା ସାଙ୍ଗମାନଙ୍କଠାରୁ କାର୍ଯ୍ୟସୂଚୀ ଆଣି ନିଜକୁ ପ୍ରଶିକ୍ଷିତ କଲି।
ଅଭିଜ୍ଞତା ବହୁତ କିଛି ଶିଖାଏ।
ଅଭିଜ୍ଞତାରୁ ଯାହା ଶିଖିଛି, ତାହାକୁ ଆଜି ମୁଁ ଛାତ୍ରଛାତ୍ରୀଙ୍କୁ ବାଣ୍ଟୁଛି।
ମୋ ଥିଏଟର୍ ମୋ କର୍ମଶାଳା।
ପ୍ରଶ୍ନ: ଓଡ଼ିଆ ଚଳଚ୍ଚିତ୍ର କିଭଳି ବିଶ୍ୱସ୍ତରୀୟ ହୋଇପାରିବ?
ଉତ୍ତର: ଓଡ଼ିଆ ଚଳଚ୍ଚିତ୍ରକୁ ବିଶ୍ୱସ୍ତରୀୟ କରିବା ପାଇଁ ଗୁଣବତ୍ତା ଉପରେ ବେଶି ଦୃଷ୍ଟି ଦେବାକୁ ପଡ଼ିବ।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଚଳଚ୍ଚିତ୍ର ତୃଣମୂଳର ଲୋକଙ୍କ କଥା କହିବା ଦରକାର।
ଓଡ଼ିଆ ଚଳଚ୍ଚିତ୍ରରେ ଅନ୍ୟ ଅଞ୍ଚଳର ସଂସ୍କୃତି, କଳା, ଲୋକକଥାର କିଛି କିଛି ଛାପ ରହିଲେ, ସେହି ଅଞ୍ଚଳର ଲୋକମାନେ ଓଡ଼ିଆ ଚଳଚ୍ଚିତ୍ର ସହିତ ନିଜକୁ ଯୋଡ଼ିବେ।
ପ୍ରଶ୍ନ: ଓଡ଼ିଆ ସିନେମାକୁ ପୁଣି କେବେ ଫେରିବେ?
ଉତ୍ତର: ଓଡ଼ିଶା ମୋ ଘର।
ମୋର ବାପା ତୁଷାର କବି ଜଣେ ଓଡ଼ିଆ।
ତେଣୁ ମୁଁ ଓଡ଼ିଶା ସହିତ ସବୁବେଳେ ଯୋଡ଼ି ହୋଇରହିଛି।
ସେଭଳି କିଛି କାହାଣୀ ମୋ ମନକୁ ଛୁଇଁଲେ, ମୁଁ ନିଶ୍ଚୟ କାମ କରିବି।"