Bhubaneswar Airport: ଭୁବନେଶ୍ବର ବିମାନବନ୍ଦର ଘରୋଇକରଣ: ଅର୍ଥହୀନ ନିଷ୍ପତ୍ତି, ଓଡ଼ିଶା ସ୍ବାର୍ଥ ବିରୋଧୀ
"ଭୁବନେଶ୍ବର: ଭୁବନେଶ୍ବର ବିମାନବନ୍ଦରକୁ କର୍ଣ୍ଣାଟକର ହୁବଲି ବିମାନବନ୍ଦର ସହ ମିଶାଇ ଲିଜ୍ରେ ଦେବା ସମ୍ପର୍କିତ ପ୍ରସ୍ତାବକୁ କେନ୍ଦ୍ର ସରକାର ଅନୁମୋଦନ ଦେଇଛନ୍ତି।
ଏହି ଉଦ୍ୟମକୁ ନେଇ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ବିଶେଷଜ୍ଞମାନେ ଏହାକୁ ଏକ ଅର୍ଥହୀନ ନିଷ୍ପତ୍ତି ଭାବେ ଅଭିହିତ କରିଛନ୍ତି।
ଘରୋଇକରଣର କୌଣସି ଆବଶ୍ୟକତା ନଥିବା ସେମାନେ କହିଛନ୍ତି। ସେହିଭଳି ଭୁବନେଶ୍ବର ସହିତ ହୁବ୍ଲିର ସମ୍ପର୍କକୁ ନେଇ ମଧ୍ୟ ବିଶେଷଜ୍ଞ ପ୍ରଶ୍ନ କରିଛନ୍ତି। ତେବେ ଅନ୍ୟ ଜଣେ ବିଶେଷଜ୍ଞ ଘରୋଇକରଣ ଉଦ୍ୟମକୁ ସମର୍ଥନ କରିଛନ୍ତି।
ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ସେ କହିଛନ୍ତି।
ଏହି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ନେଇ "ସମ୍ବାଦ"ର ବିଶେଷ ଉପସ୍ଥାପନା:Advertisment Judgement: ଓସିଏ ତୁରନ୍ତ ନିର୍ବାଚନ କରିବା ଉଚିତ: ଓଡ଼ିଶା ହାଇକୋର୍ଟ ହୁବଲି ସହ ଭୁବନେଶ୍ବରର ସମ୍ପର୍କ କଣ?
ମୁଁ ପ୍ରଥମେ ଜାଣିବାକୁ ଚାହୁଛି କର୍ଣ୍ଣାଟକର ହୁବଲି ସହ ଭୁବନେଶ୍ବରର କଣ?
ଭୁବନେଶ୍ବରକୁ କାହିଁକି ତାହା ସହ ଯୋଡ଼ାଯାଉଛି।
ଓଡ଼ିଶାର ସ୍ବତନ୍ତ୍ର ବିମାନ ଚଳାଚଳ ପରମ୍ପରା ରହିଛି।
ଓଡ଼ିଶା ବିମାନ ଚଳାଚଳ କ୍ଷେତ୍ରରେ ଏକ ଅଗ୍ରଗାମୀ ରାଜ୍ୟ।
ଯେତେବେଳେ ଜେଆର୍ଡି ଟାଟା ଏୟାର ଇଣ୍ଡିଆ ଆରମ୍ଭ କରିଥିଲେ, ସେତେବେଳେ ଦେଶରେ ବିଜୁ ପଟ୍ଟନାୟକ କଳିଙ୍ଗ ଏୟାରଲାଇନ୍ସ ଗଢ଼ିଥିଲେ।
ଆମ ସମ୍ପତ୍ତି ଆମ ପାଖରେ ରହୁ।
କର୍ଣ୍ଣାଟକ ପାଖରେ ବହୁତ କିଛି ଅଛି।
ସେମାନେ ହୁବଲିକୁ ବିକାଶ କରନ୍ତୁ।
ଆମେ ଆମ ଲାଭକୁ କାହିଁକି କର୍ଣ୍ଣାଟକ କିମ୍ବା ଅନ୍ୟ କୌଣସି ରାଜ୍ୟ ସହ ବାଣ୍ଟିବୁ?
ନଭି ମୁମ୍ବାଇ ବିମାନବନ୍ଦରକୁ ଆଦାନୀ ଗ୍ରୁପ୍ ବିକାଶ କଲା।
ସେଠାରେ ବହୁ ଫି ବୃଦ୍ଧି କରାଯାଇଛି।
ଘରୋଇ ସଂସ୍ଥା ହାତକୁ ଗଲେ ଭୁବନେଶ୍ବର ବିମାନବନ୍ଦରରେ ମଧ୍ୟ ଫି ସେହିଭଳି ବଢ଼ିଯିବ।
ମୁଁ ଏଭଳି ଘରୋଇକରଣ ଉଦ୍ୟମକୁ ସମ୍ପୂର୍ଣ୍ଣ ବିରୋଧ କରୁଛି।
ଏହା ଓଡ଼ିଶା ସ୍ବାର୍ଥ ବିରୋଧୀ।
ସରକାରରେ ଯିଏ ବି ରୁହନ୍ତୁ ନା କାହିଁକି, ଆମ ପାଣ୍ଠିକୁ ଅନ୍ୟକୁ ଦେବାର କୌଣସି ଅଧିକାର ସେମାନଙ୍କର ନାହିଁ।
ଆମ ପାଣ୍ଠି ଆମ ଲୋକଙ୍କ କାମରେ ଲାଗୁ।
ଓଡ଼ିଶାର ବିକାଶ ହେଉ।
ଗୀତାଞ୍ଜଳି ପାରେଲକର, ଅନ୍ତର୍ଜାତୀୟ ମହିଳା ପାଇଲଟ୍ ନିଷ୍ପତ୍ତି ଗ୍ରହଣୀୟ ନୁହେଁ ବିମାନ ଚଳାଚଳ ହେଉଛି ଏକ ଅତ୍ୟାବଶ୍ୟକ କ୍ଷେତ୍ର।
ଭୁବନେଶ୍ବର ହେଉଛି ଏକ ଲାଭଜନକ ବିମାନବନ୍ଦର।
ଏହାକୁ ଘରୋଇକରଣ କରିବାର କିଛି କାରଣ ନାହିଁ।
ନିଜ କ୍ଷମତାର ୩୦-୩୫ ପ୍ରତିଶତକୁ ଉପଯୋଗ କରି ଏହା ଚାଲୁଛି।
କୋଷ୍ଟ ଗାର୍ଡ ମଧ୍ୟ ଏହି ବିମାନବନ୍ଦରକୁ ବ୍ୟବହାର କରୁଛି।
ତେଣୁ ଏହାର ଘରୋଇକରଣ ଏକ ଅର୍ଥହୀନ ଓ ଅଯୌକ୍ତିକ ନିଷ୍ପତ୍ତି।
ଯଦି ଏଭଳି କରିବାର ଅଛି ତେବେ ପୁରୀରେ କାହିଁକି ବିମାନବନ୍ଦର କରୁଛନ୍ତି?
ଭୁବନେଶ୍ବର ବିମାନବନ୍ଦର ଯେମିତି ଅଛି ସେମିତି ରହିବାକୁ ଦିଆଯାଉ।
ଯଦି କିଛି କରିବାର ଅଛି ତାହା ହେଉଛି ଚାରବାଟିଆ ବିମାନବନ୍ଦରକୁ କାର୍ଯ୍ୟକ୍ଷମ କରିବା ଉପରେ ଧ୍ୟାନ ଦିଆଯାଉ।
ପ୍ରତିରକ୍ଷା ଭଳି ଏକ ଗୁରୁତ୍ବପୂର୍ଣ୍ଣ ବିଭାଗ ଯେଉଁ ବିମାନବନ୍ଦରକୁ ବ୍ୟବହାର କରୁଛି ତାହାକୁ କିଭଳି ଘରୋଇ ସଂସ୍ଥା ହାତକୁ ଟେକିିଦିଆଯିବ?
ଏହା ଆଦୌଁ ଗ୍ରହଣୀୟ ନୁହେଁ।
ଏହି ବିମାନବନ୍ଦର କଣ କ୍ଷତିରେ ଚାଲୁଛି କି?
ଲାଭରେ ଚାଲୁଥିବା ଏକ ବିମାନବନ୍ଦରକୁ କାହିଁକି ଘରୋଇକରଣ କରାଯାଉଛି?
ଅନିଲ ଧୀର, ଗବେଷକ ପ୍ରତିରକ୍ଷା ଦୃଷ୍ଟିରୁ ଭୁବନେଶ୍ବର ଗୁରୁତ୍ବପୂର୍ଣ୍ଣ ଅନେକ କ୍ଷେତ୍ରରେ ଘରୋଇକରଣ ହେଉଛି।
କିନ୍ତୁ ତାହାର ଅର୍ଥ ନୁହେଁ ଯେ ଆମେ କିଛି ଆଗ ପଛ ବିଚାର ନ କରି ଘରୋଇକରଣ କରିଦେବା।
ଭୁବନେଶ୍ବର ବିମାନବନ୍ଦର କୋଲକାତା ଓ ଆନ୍ଧ୍ରପ୍ରଦେଶର ମଧ୍ୟଭାଗ ଭଳି ଏକ ଗୁରୁତ୍ବପୂର୍ଣ୍ଣ ଅଞ୍ଚଳରେ ରହିଛି।
ଚୀନ ଆମର ଏକ ଶତ୍ରୁ ରାଷ୍ଟ୍ର।
ବଙ୍ଗୋପସାଗର ସମ୍ପୂର୍ଣ୍ଣ ଖୋଲାରହିଛି।
ପ୍ରତିରକ୍ଷା ଓ ସୁରକ୍ଷା ଦୃଷ୍ଟିରୁ ଭୁବନେଶ୍ବର ବିମାନବନ୍ଦର ଆମ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।
କୋଷ୍ଟ ଗାର୍ଡର କିଛି ବିମାନ ଏଠାରୁ ପରିଚାଳିତ ହେଉଛି।
ଘରୋଇକରଣ ହେଲେ ପ୍ରତିରକ୍ଷା କ୍ଷେତ୍ରର ସୁରକ୍ଷା ବଜାୟ ରହିପାରିବ କି?
ଜାତୀୟ ସୁରକ୍ଷା ସମ୍ପୂର୍ଣ୍ଣ ସୁରକ୍ଷିତ ରହିପାରିବ କି?
ଘରୋଇକରଣ ନିଷ୍ପତ୍ତି ପୂର୍ବରୁ ଏକଥା ବିଚାରକୁ ନିଆଯାଇଛି କି?
ଜାତୀୟ ସୁରକ୍ଷା ସହିତ କୌଣସି ପ୍ରକାର ସାଲିସ କରିବା ଠିକ୍ ନୁହେଁ।
ଯୁଦ୍ଧ ଭଳି ସ୍ଥିତିରେ ଶତ୍ରୁ ରାଷ୍ଟ୍ର ପ୍ରଥମେ ଭିତ୍ତିଭୂମି ଉପରେ ଆକ୍ରମଣ କରିଥାଏ।
ସରକାରଙ୍କ ଅଧୀନରେ ପରିଚାଳିତ ହେଲେ ବିମାନବନ୍ଦର ଯେତିକି ସୁରକ୍ଷିତ ରହିପାରିବ, ଘରୋଇ ସଂସ୍ଥା ସେତିକି ସୁରକ୍ଷା ଦେଇପାରିବ କି?
ପ୍ରତିରକ୍ଷା ଭଳି ଶୃଙ୍ଖଳା ସେମାନେ ଦେଖାଇପାରିବେ କି?
ବିଧ୍ୟାଧର ନାୟକ, ପୂର୍ବତନ ବରିଷ୍ଠ ନୌସୈନିକ CJP: ସେପ୍ଟେମ୍ବର ୫ରେ ସିଜେପିର ପଦଯାତ୍ରା ଘୋଷଣା ସରକାର ପ୍ରତିଶ୍ରୁତି ପୂରଣ କରି ନ ଥିବା ଅଭିଯୋଗ ଲୋକମାନେ ପ୍ରଭାବିତ ହୋଇପାରନ୍ତି ଘରୋଇ ସରକାରୀ ସହଭାଗିତାରେ ବିଭିନ୍ନ ବିମାନବନ୍ଦର ଚାଲୁଛି।
ବିଭିନ୍ନ ସ୍ଥାନରେ ସେହି ଢାଞ୍ଚା ରହିଛି।
ସେହି ଦୃଷ୍ଟିରୁ ଭୁବନେଶ୍ବର ବିମାନବନ୍ଦରକୁ ଘରୋଇ ସଂସ୍ଥାକୁ ଦେବାରେ କୌଣସି ଅସୁବିଧା କିଛି ନାହିଁ।
କିନ୍ତୁ ଭୁବନେଶ୍ବର ବିମାନବନ୍ଦରକୁ ସେମାନେ ଏକ ଲାଭଜନକ ସଂସ୍ଥା ଭାବେ ନେବେ।
ଯଦି ଘରୋଇ ସଂସ୍ଥା ତାହାକୁ ଏକ ବ୍ୟବସାୟିକ ପ୍ରତିଷ୍ଠାନ ହିସାବରେ ଚଳାଇବ ତେବେ ସାଧାରଣ ଲୋକମାନଙ୍କ ଉପରେ ତାହାର ସିଧାସଳଖ ପ୍ରଭାବ ପଡ଼ିବ।
ସେମାନଙ୍କ ପାଇଁ ବହୁ ସେବା ମହଙ୍ଗା ହୋଇଯିବ।
ବଡ଼ ସହରଗୁଡ଼ିକର କଥା ଅଲଗା।
କାରଣ ସେଠାରେ ବହୁ ସଂଖ୍ୟାରେ ଯାତ୍ରୀ ଯାତ୍ରା କରିଥାନ୍ତି।
ତେଣୁ ଖର୍ଚ୍ଚକୁ ସେହି ଯାତ୍ରୀ ସଂଖ୍ୟାରେ ଭାଗ କରିଦେଲେ ତାହାର ପ୍ରଭାବ ଅଧିକ ରହିଥାଏ।
କିନ୍ତୁ ଭୁବନେଶ୍ବରରେ ଯାତ୍ରୀ ସଂଖ୍ୟା କମ୍।
ତେଣୁ ଏଠାକାର ଯାତ୍ରୀମାନଙ୍କ ଉପରେ ଫି"ର ବୋଝ ଅଧିକ ରହିବ।
ଯଦି ବିମାନବନ୍ଦର ସରକାରଙ୍କ ନିୟନ୍ତ୍ରଣରେ ରହିବ ତେବେ ଯାତ୍ରୀମାନଙ୍କ ସ୍ବାର୍ଥ ସୁରକ୍ଷିତ ରହିପାରିବ।
ଡ.
ପ୍ରଭାସ ମିଶ୍ର, ଆସୋସିଏଟ୍ ପ୍ରଫେସର, ଅଜିମ୍ ପ୍ରେମ୍ଜୀ ବିଶ୍ବବିଦ୍ୟାଳୟ ଘରୋଇକରଣ ସ୍ବାଗତଯୋଗ୍ୟ କେନ୍ଦ୍ର ହୁଅନ୍ତୁ କିମ୍ବା ରାଜ୍ୟ ସରକାର।
ସେମାନଙ୍କ କାମ ବ୍ୟବସାୟ କରିବା ନୁହେଁ।
ସେମାନେ କାମ ହେଉଛି ନୀତି ନିର୍ଣ୍ଣୟ କରିବା।
ତେଣୁ ଘରୋଇ ସଂସ୍ଥା ଦ୍ବାରା ବିମାନବନ୍ଦର ପରିଚାଳିତ ହେବା ଏକ ଭଲ ବ୍ୟବସ୍ଥା।
ଆଗ୍ରହୀ ଯୋଗ୍ୟ ବିଡର୍ ଯେଉଁମାନଙ୍କ ପାଖରେ ପ୍ରଚୁର ଅଭିଜ୍ଞତା ରହିଛି ସେମାନଙ୍କୁ ପରିଚାଳନା ଦାୟିତ୍ବ ଦେଇ ସେମାନଙ୍କ ଉପରେ ଯଦି ସରକାର ନିୟନ୍ତ୍ରଣ ରଖିପାରିବେ ତେବେ ଘରୋଇକରଣ ହେବାରେ କୌଣସି ଅସୁବିଧା ନାହିଁ।
ଏମିତିରେ ରାଜ୍ୟରେ ଅନେକଗୁଡ଼ିଏ ବିମାନବନ୍ଦର ମଧ୍ୟରୁ କେବଳ ଭୁବନେଶ୍ବର ଲାଭରେ ଚାଲୁଛି।
ଅନ୍ୟ ସବୁ ବିମାନବନ୍ଦର କ୍ଷତିରେ ଚାଲୁଛି।
ସେହି କ୍ଷତିରେ ଚାଲୁଥିବା ବିମାନବନ୍ଦରଗୁଡ଼ିକ ମଧ୍ୟ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ (ଏଏଆଇ) ପରିଚାଳନା କରୁଛି।
ରାଷ୍ଟ୍ରର କ୍ଷତି ନ ହୋଇ ଓ ଲୋକମାନଙ୍କର କୌଣସି ଅସୁବିଧା ନ ହୋଇ ଯଦି ଘରୋଇକରଣ ହେବ ତେବେ ତାହା କ୍ଷତିକାରକ କିଭଳି ହେବ?
ଦେଶରେ ବିମାନବନ୍ଦର ପରିଚାଳନା କରିବାର ସ୍ବତନ୍ତ୍ର କମ୍ପାନି ରହିଛନ୍ତି।
ସେମାନେ କେବଳ ଭାରତ ନୁହେଁ, ବିଦେଶରେ ମଧ୍ୟ ବିମାନବନ୍ଦର ଚଳାଉଛନ୍ତି।
ସେମାନେ ନିଜ ଅଭିଜ୍ଞତାକୁ ଉପଯୋଗ କରି ଭଲ ଭାବେ ବିମାନବନ୍ଦରକୁ ପରିଚାଳନା କରିପାରିବେ।
ସେଥିରୁ ଉପାର୍ଜନ କରି ସେମାନେ ଦେଶର ଅନ୍ୟ ବିମାନବନ୍ଦରଗୁଡ଼ିକର ସ୍ଥିତି ମଧ୍ୟ ସୁଧାରି ପାରିବେ।
ଜାନକୀଶ ବଡ଼ପଣ୍ଡା, ସ୍ତମ୍ଭକାର "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
