Bhaigiri In Berhampur: ବ୍ରହ୍ମପୁରରେ 'ଭାଇଗିରି'ର ଛାତିଥରା ଚିତ୍ର, ଗଞ୍ଜେଇ ଗାଡ଼ି ନ ଚଲାଇବାରୁ ଯୁବକକୁ ନିର୍ଦ୍ଧୁମ ମାଡ଼

Jul 12, 2026 - 20:05
Bhaigiri In Berhampur: ବ୍ରହ୍ମପୁରରେ 'ଭାଇଗିରି'ର ଛାତିଥରା ଚିତ୍ର, ଗଞ୍ଜେଇ ଗାଡ଼ି ନ ଚଲାଇବାରୁ ଯୁବକକୁ ନିର୍ଦ୍ଧୁମ ମାଡ଼

ପୁଣି ବ୍ରହ୍ମପୁରରୁ ସାମ୍ନାକୁ ଆସିଲା ସାଂଘାତିକ ଭିଡିଓ। ଭାଇରାଲ ଭିଡିଓରେ ଜଣେ ଯୁବକଙ୍କୁ ପ୍ଲାଷ୍ଟିକ୍ ପାଇପରେ ଅତି ଅମାନୁଷିକ ଭାବେ ମାଡ଼ ମରାଯାଉଛି। ପୀଡ଼ିତ ଜୀବନ ବିକଳରେ ଛାଡ଼ି ଦେବାକୁ ନେହୁରା ହେଉଛନ୍ତି, କିନ୍ତୁ ଅଭିଯୁକ୍ତମାନେ ନିଷ୍ଠୁର ଭାବେ ମାଡ଼ ମାରି ଚାଲିଛନ୍ତି। ଯେଉଁ ଦୃଶ୍ୟକୁ ଖୋଲାଖୋଲି ଦେଖାଇବା ସମ୍ଭବ ନୁହେଁ। ଅଭିଯୋଗ ଅନୁସାରେ, ବ୍ରହ୍ମପୁର ସଦର ଥାନା ଅଞ୍ଚଳର ପ୍ରଶାନ୍ତ ଦାସଙ୍କୁ କିଛି ଯୁବକ ଗଞ୍ଜେଇ ଭର୍ତ୍ତି ଗାଡ଼ି ଚଲାଇବାକୁ କହିଥିଲେ। କିନ୍ତୁ ବେଆଇନ କାରବାରରେ ସାମିଲ ହେବାକୁ ମନା କରିବାରୁ ତାଙ୍କୁ ଅପହରଣ ନେଇଯାଇଥିଲେ। ଆଉ ବନ୍ଦ କୋଠରୀରେ ୩ ଦିନ ଧରି ମାଡ଼ ମରିବା ସହ ବନ୍ଧୁକ ଦେଖାଇ ଧମକ ଦେଉଥିଲେ। ଶେଷରେ ନିସ୍ତୁକ ମାଡ଼ ମାରିବା ପରେ ଦରମରା ଅବସ୍ଥାରେ ବାହାରେ ଛାଡି ଚାଲି ଯାଇଥିଲେ।

ଘଟଣା ପରେ ଭୟଭୀତ ହୋଇ ପ୍ରଶାନ୍ତ ଜଣେ ଯୁବକଙ୍କ ସାହାଯ୍ୟରେ ମେଡିକାଲ୍ ରେ ଭର୍ତ୍ତି ହୋଇଥିଲେ। ସେଠାରୁ ଫେରିବା ପରେ ଏକ ଭିଡିଓ ବାର୍ତ୍ତା ଜରିଆରେ ନିଜ ଜୀବନ ପ୍ରତି ବିପଦ ଥିବା କହିଛନ୍ତି। ନ୍ୟାୟ ପାଇଁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପୋଲିସ ଡିଜି ଏବଂ ମାନବାଧିକାର ସଂଗଠନ ନିକଟରେ ଗୁହାରି କରିଛନ୍ତି। ଅନ୍ୟପଟେ ପରିବାର ଲୋକଙ୍କ ଅଭିଯୋଗ, କେବଳ ପାଇପରେ ପିଟାଯାଇନଥିଲା, ସିଗାରେଟ୍ ଚେଙ୍କ ଦିଆଯିବା ସହିତ ୩ ଦିନ ଧରି ଖାଇବା ଓ ପିଇବାକୁ ମଧ୍ୟ ଦିଆଯାଇନଥିଲା। ପୂର୍ବରୁ ଘଟିଥିବା ଘଟଣା ବିଷୟରେ କାହାକୁ କହିଲେ ମାରିଦେବାକୁ ଅଭିଯୁକ୍ତମାନେ ଧମକ ଦେଇଥିବା ଅଭିଯୋଗ କରିଛନ୍ତି। 

ଏହି ଘଟଣାରେ ସଦର ଥାନାରେ ଲିଖିତ ଏତଲା ହୋଇଛି। ଭାଇରାଲ ଭିଡିଓ ଆଧାରରେ ପୋଲିସ୍ ମୁଖ୍ୟ ଅଭିଯୁକ୍ତ  ଅରୂପକୁ ଗିରଫ କରିଛି। ବ୍ରହ୍ମପୁରରେ ବଢ଼ୁଥିବା ଅପରାଧ ଓ ଦାଦାଗିରିକୁ ନେଇ ପୁଣି ଉଠିଛି ପ୍ରଶ୍ନ। ଏଭଳି ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିବା ପରେ ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ କେବେ ଗିରଫ କରୁଛି ଏବଂ ପୀଡ଼ିତଙ୍କୁ କେବେ ନ୍ୟାୟ ମିଳୁଛି, ତାହା ଉପରେ ସମସ୍ତଙ୍କ ନଜର। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।