Bhadrak road accident ପୃଥକ ଦୁର୍ଘଟଣାରେ, ଜଣେ ମୃତ, ୪ ଗୁରୁତର

Sep 11, 2026 - 21:06
Bhadrak road accident ପୃଥକ ଦୁର୍ଘଟଣାରେ, ଜଣେ ମୃତ, ୪ ଗୁରୁତର

"ଭଦ୍ରକ: ଭଦ୍ରକର ୧୬ ନମ୍ବର ଜାତୀୟ ରଜପଥ ଆଜି (ଶୁକ୍ରବାର) ପୃଥକ ପୃଥକ ଭାବରେ ଦୁଇଟି ଦୁର୍ଘଟଣା ଘଟିଛି।

ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁଘଟିଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି।

Advertisment Accident: ଭାରସାମ୍ୟ ହରାଇ ୨୦ ଫୁଟ୍ ତଳକୁ ଖସିଲା ବଲେରୋ, ୫ ଗୁରୁତର ସୂଚନାନୁସାରେ, ଆଜି ପୂର୍ବାହ୍‌ଣ ୧୦ ଟା ବେକେ ଭଦ୍ରକ  ନେହେରୁ ଷ୍ଟାଡିଅମ ଛକ ନିକଟରେ  ଏକ ପୁଲିସ ଗାଡ଼ି ଅନ୍ୟ ଏକ ଯାତ୍ରୀବାହୀ କାରକୁ ଧକା ଦେଇଥିଲା।

ଏହି ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି।

ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ଦୁର୍ଘଟଣାପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା।

ପୁଲିସପ୍ରଶାସନ ପହଞ୍ଚି ବୁଝାସୁଝା ପରେ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।

Accident: ମାଡ଼ିଗଲା ଅଜଣା ଗାଡ଼ି, ସାଇକେଲ ଆରୋହୀ ମୃତ  ଏହି ଦୁର୍ଘଟଣାର କିଛି ସମୟ ପରେ  ଭଦ୍ରକର ୧୬ ନମ୍ବର ଜାତୀୟ ରାଜପଥର  ବିଷ୍ଣୁପୁର ଛକ ନିକଟରେ ଏକ ବାଇକ ଆରୋହୀଙ୍କ ଏକ ଟ୍ରକ୍ ଚାପି ଦେବାରୁ ଘଟଣା ସ୍ଥଳରେ ଯୁବକଙ୍କର ମୃତ୍ୟୁ ଘଟିଛି।

ମୃତ ଯୁବକ ଜଣେ ଇଲେକ୍ଟ୍ରି ମିସ୍ତ୍ରୀ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ମୃତ ଯୁବକଙ୍କର ନାମ ଓ ତାଙ୍କର ଘର କେଉଁଠି ଜଣାପଡ଼ିନାହିଁ।

ଏହି ଘଟଣା ପରେ ସ୍ଥାନୀୟ ବାସିନ୍ଦା ରାସ୍ତା ଅବରୋଧ କରିଥିଲେ।

ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ରାସ୍ତା ଅବରୋଧ ହୋଇ ରହିଥିଲା।

ଉଭୟ ପଟରେ ଶତାଧିକ ଗାଡ଼ିମୋଟର ଅଟକି ରହିଥିଲା।

ପୁଲିସ ଅଧିକାରୀମାନେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ।

ପରେ ଲୋକମାନେ ରାସ୍ତା ଅବରୋଧ ହଟାଇଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)