Berhampur Mandal: ବ୍ରହ୍ମପୁର ମଣ୍ଡଳ କାରାଗାର, ସ୍ପର୍ଶକାତର ଜେଲ୍‌ରେ କର୍ମଚାରୀ ଅଭାବ

Jun 15, 2026 - 07:15
Berhampur Mandal: ବ୍ରହ୍ମପୁର ମଣ୍ଡଳ କାରାଗାର, ସ୍ପର୍ଶକାତର ଜେଲ୍‌ରେ କର୍ମଚାରୀ ଅଭାବ

"ବ୍ରହ୍ମପୁର: ରାଜ୍ୟର ଅନ୍ୟତମ ସମ୍ବେଦନଶୀଳ ଜେଲ୍‌ ହେଉଛି ବ୍ରହ୍ମପୁର ମଣ୍ଡଳ କାରାଗାର।

ଏଠାରେ ବହୁ ଦୁର୍ଦ୍ଦାନ୍ତ ତଥା ହାର୍ଡ଼କୋର୍‌ ଅପରାଧୀଙ୍କ ସମେତ ଅନ୍ତଃରାଜ୍ୟ ମାଫିଆ, ମାଓ ଅଭିଯୁକ୍ତ, ହତ୍ୟା ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ମାମଲାରେ ସଜା ଭୋଗୁଥିବା କଏଦୀ ଅଛନ୍ତି।

ଏକଦା ଗ୍ୟାଙ୍ଗଷ୍ଟର୍‌ ସୟଦ ଉସମାନ୍‌ ଅଲ୍ଲୀ ଓରଫ ଟିଟୋକୁ ଏଠାରେ ରଖାଯିବା ସହ ବର୍ତ୍ତମାନ ଟପ୍‌ ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ରଖାଯାଇଛି।

ସ୍ପର୍ଶକାତର ପ୍ରସଙ୍ଗ ହେଲା, ବ୍ରହ୍ମପୁର ମଣ୍ଡଳ କାରାଗାରରୁ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ଓ ପେସାଦାର ଅପରାଧୀ ଜେଲ୍‌ ଭିତରୁ ନିଜ ଅପରାଧ ନେଟ୍‌ୱର୍କ ଚଳାଇବାର ନଜିର ରହିଛି।

ଜେଲ୍‌ ଭିତରୁ ଅପରାଧିକ ଓ ହତ୍ୟା ଷଡ଼୍‌ଯନ୍ତ୍ରର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ସହ ଜାମିନରେ ଆସି ଅପରାଧ ଦୁନିଆରେ ରାଜ୍‌ ଚଳାଉଥିବା ବହୁ ଉଦାହରଣ ରହିଛି।Advertisment Bhawanipatna District: ଭବାନୀପାଟଣା ଜିଲ୍ଲା କାରାଗାର, କାର୍ଯ୍ୟକ୍ଷମ ହେଉନି ୱାଚ୍‌ ଟାୱାର୍‌ ୧୮୬୩ରେ ନିର୍ମିତ ବ୍ରହ୍ମପୁର ମଣ୍ଡଳ କାରାଗାରରେ ସ୍ବାଧୀନତା ସଂଗ୍ରାମୀ ସହିଦ ଲକ୍ଷ୍ମଣ ନାୟକଙ୍କୁ ଫାଶି ଖୁଣ୍ଟିରେ ଝୁଲାଇ ଦେଇଥିଲେ ବ୍ରିଟିସ ସରକାର।

ସର୍ବଦା ସମ୍ବେଦନଶୀଳ ଏହି କାରାଗାରର ସୁରକ୍ଷା ସବୁବେଳେ ଚିନ୍ତାର କାରଣ ହୋଇଥାଏ।

ବ୍ରହ୍ମପୁର ମଣ୍ଡଳ କାରାଗାରରେ ୯୮ଟି ମଞ୍ଜୁରପ୍ରାପ୍ତ ପଦବି ରହିଥିବା ବେଳେ ବର୍ତ୍ତମାନ ୫୩ ଜଣ ରହିଛନ୍ତି।

କର୍ମଚାରୀ ପଦବି ଖାଲି ପଡ଼ିଥିବା ଯୋଗୁଁ ଜେଲ୍‌ର ସୁରକ୍ଷା ଏବେ କର୍ତ୍ତୃପକ୍ଷଙ୍କ ମୁଣ୍ଡବ୍ୟଥା ବଢ଼ାଇଦେଇଛି।

ବ୍ରହ୍ମପୁର ମଣ୍ଡଳ କାରାଗାରରେ ପୂର୍ବରୁ ୯୨୪ ଅନ୍ତେବାସୀଙ୍କ ପାଇଁ ସ୍ଥାନ ରହିଥିବା ବେଳେ ଏହାର ସଂପ୍ରସାରିତ କୋଠା କାର୍ଯ୍ୟକ୍ଷମ ହେବା ପରେ ୨୦୨୫ ପରେ ଏହାର କଏଦୀ ରହିବା କ୍ଷମତା ୧୧୨୪କୁ ବୃଦ୍ଧି ପାଇଛି।

ବର୍ତ୍ତମାନ ୯୮୦ ଜଣ ପୁରୁଷ ଓ ମହିଳା ଅନ୍ତେବାସୀ ଅଛନ୍ତି।

ଏମାନଙ୍କ ମଧ୍ୟରେ ୩୫୦ ଜଣ ମହିଳା ଓ ପୁରୁଷ କଏଦୀ ଅଛନ୍ତି।

It only becomes: ପାଠକୀୟ ଶ୍ରଦ୍ଧା ମିଳିଲେ ହିଁ ସାର୍ଥକ ଲାଗେ  ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସମେତ ଅନ୍ୟ ଅଭିଯୁକ୍ତମାନେ ଏଠାରେ ଅଛନ୍ତି।

ସୁରକ୍ଷା ଦୃଷ୍ଟିକୋଣରୁ ଏହି ମାମଲାରେ ଅଭିଯୁକ୍ତ ଥିବା ପୂର୍ବତନ ମେୟର ପିଣ୍ଟୁ ଦାଶଙ୍କୁ ଫୁଲବାଣୀ ଜେଲ୍‌କୁ ସ୍ଥାନାନ୍ତର କରାଯାଇଛି।

ଏକଦା ଜେଲ୍‌ ଭିତରୁ ଅନେକ ଥର ମୋବାଇଲ୍‌ ଓ ନିଷିଦ୍ଧ ସାମଗ୍ରୀ ଜବତ ହୋଇଥିବାରୁ ଅନ୍ତେବାସୀଙ୍କ ସୁରକ୍ଷା ପ୍ରତି ଯଥେଷ୍ଟ ଧ୍ୟାନ ଦିଆଯିବା ସହ ନିୟମିତ ଯାଞ୍ଚ କରାଯାଉଥିବା ଜେଲ୍‌ ଅଧୀକ୍ଷକ ଡି.ଏନ୍‌ ବାରିକ ସୂଚନା ଦେଇଛନ୍ତି।

କିଛି କର୍ମଚାରୀ ପଦବି ଖାଲି ରହିଛି।

ଅପରାଧୀଙ୍କ ଗତିବିଧି ଉପରେ ତୀକ୍ଷ୍‌ଣ ଦୃଷ୍ଟି ରଖାଯିବା ସହ ନିୟମିତ ବ୍ୟବଧାନରେ ଜିଲ୍ଲା ଦୌରାଜଜ୍‌, ଜିଲ୍ଲାପାଳ, ଏସ୍‌ପି ଓ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଜେଲ୍‌ ଗସ୍ତ କରି ସ୍ଥିତି ଯାଞ୍ଚ କରୁଛନ୍ତି।

ଅନ୍ତେବାସୀଙ୍କ ମଧ୍ୟରେ ଗୋଷ୍ଠୀ ସୃଷ୍ଟି ଓ ଗଣ୍ଡଗୋଳ କରୁଥିବା କଏଦୀଙ୍କୁ ଅନ୍ୟତ୍ର ରଖାଯାଉଛି, ବୁଝାମଣା କରାଯାଉଛି।

ସ୍ଥିତି ନସୁଧୁରିଲେ ସେମାନଙ୍କୁ ଅଲଗା କକ୍ଷରେ ରଖାଯାଉଛି।

୨୦୨୫ -୨୬ ରେ ପାରୋଲ୍‌ରେ ଯାଇଥିବା ୩୦ ଜଣ ଅନ୍ତେବାସୀ ନିର୍ଦ୍ଧାରିତ ସମୟରେ ଫେରିଥିବା ଜେଲ୍‌ ଅଧୀକ୍ଷକ କହିଛନ୍ତି।

ବ୍ରହ୍ମପୁର ସର୍କଲ୍ ଜେଲ୍‌ର ସୁରକ୍ଷାକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଥିବା ସେ କହିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।