Bengal IPS officer: ‘ଆସସଲାମୁ ଆଲାଇକୁମ୍’ କହିବାରୁ ଆଇପିଏସ୍ ଅଧିକାରୀଙ୍କ ବଦଳି!
"କୋଲକାତା: ସୋସିଆଲ୍ ମିଡିଆରେ ଏକ ଭିଡିଓରେ "ଆସସଲାମ୍ ଆଲାଇକୁମ୍", "ଇନ୍ଶା ଆଲ୍ଲାହ" ଓ "ଜଜାକାଲ୍ଲାହ" ଭଳି ଇସ୍ଲାମୀୟ ଅଭିବାଦନ ଓ ଶବ୍ଦ ବ୍ୟବହାର କରିବାକୁ ନେଇ ବିବାଦ ମଧ୍ୟରେ ପଶ୍ଚିମବଙ୍ଗର ଆଇପିଏସ୍ ଅଧିକାରୀ ବୁଶ୍ରା ବାନୋଙ୍କ ବଦଳିକୁ ନେଇ ପ୍ରଶ୍ନ ଉଠିଛି।
୨୦୨୧ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ବୁଶ୍ରା ବାନୋ ଖଡ଼ଗପୁରର ଅତିରିକ୍ତ ଏସ୍ପି ଭାବେ କାର୍ଯ୍ୟ କରୁଥିଲେ।
ଦାୟିତ୍ୱ ନେବାର ପ୍ରାୟ ଅଢ଼େଇ ମାସ ପରେ ତାଙ୍କୁ ବଦଳି କରାଯାଇଛି।
ସେପ୍ଟେମ୍ବର ୧୪ରେ ପଶ୍ଚିମବଙ୍ଗ ସରକାର ଜାରି କରିଥିବା ଆଦେଶ ଅନୁଯାୟୀ ବୁଶ୍ରାଙ୍କୁ ଖଡ଼ଗପୁର ଅତିରିକ୍ତ ଏସ୍ପି ପଦରୁ ହଟାଇ ରାଜ୍ୟ ସଶସ୍ତ୍ର ପୁଲିସର ଚତୁର୍ଥ ବାଟାଲିୟନ୍ର ଡେପୁଟି କମାଣ୍ଡାଣ୍ଟ କରାଯାଇଛି।
ଆଦେଶରେ ବଦଳିର କାରଣ "ଜନସ୍ୱାର୍ଥ" ବୋଲି ଦର୍ଶାଯାଇଛି।
ସରକାର ଏହାକୁ ଏକ ନିୟମିତ ପ୍ରଶାସନିକ ବଦଳି ବୋଲି କହିଛନ୍ତି।
ଏହି ପରିବର୍ତ୍ତନ ସହ ଦୁଇଜଣ ପଶ୍ଚିମବଙ୍ଗ ପୁଲିସ ସେବା ଅଧିକାରୀଙ୍କର ମଧ୍ୟ ନୂଆ ନିଯୁକ୍ତି ହୋଇଛି।Advertisment ବିବାଦର ମୂଳରେ ରହିଛି ବୁଶ୍ରାଙ୍କ ସୋସିଆଲ୍ ମିଡିଆ ଭିଡିଓ।
ସେପ୍ଟେମ୍ବର ୧୩ରେ ପ୍ରକାଶିତ ଏହି ଭିଡିଓରେ ସେ ନିଜର ସିଭିଲ୍ ସର୍ଭିସ୍ ପ୍ରସ୍ତୁତି ଓ ଆଇପିଏସ୍ ହେବାର ଯାତ୍ରା ବିଷୟରେ ଛାତ୍ରଛାତ୍ରୀଙ୍କୁ କହିଥିଲେ।
ଭିଡିଓ ଆରମ୍ଭରେ "ଆସସଲାମ୍ ଆଲାଇକୁମ୍" କହିବା ସହ "ଇନ୍ଶା ଆଲ୍ଲାହ" ଶବ୍ଦ ବ୍ୟବହାର କରିଥିଲେ।
ଆଲିଗଡ଼ ମୁସଲିମ୍ ବିଶ୍ୱବିଦ୍ୟାଳୟର ରେସିଡେନ୍ସିଆଲ୍ କୋଚିଂ ଏକାଡେମି ତାଙ୍କ ୟୁପିଏସ୍ସି ପ୍ରସ୍ତୁତିରେ ସହାୟତା କରିଥିବା ସେ କହିଥିଲେ।
ଭିଡିଓକୁ ନେଇ ହିନ୍ଦୁ ସଂଗଠନର ଆପତ୍ତି ବୁଶ୍ରା ମୂଳତଃ ଉତ୍ତରପ୍ରଦେଶ କନୌଜର ବାସିନ୍ଦା।
ସେ ଆଲିଗଡ଼ ମୁସଲିମ୍ ବିଶ୍ୱବିଦ୍ୟାଳୟରୁ ପିଏଚ୍ଡି କରିବା ପରେ କିଛି ବର୍ଷ ଗଲ୍ଫ୍ ଦେଶରେ କାମ କରିଥିଲେ।
ପରେ ଭାରତ ଫେରି ୨୦୨୧ରେ ୟୁପିଏସ୍ସି ପରୀକ୍ଷାରେ ସଫଳ ହୋଇ ଆଇପିଏସ୍ରେ ଯୋଗ ଦେଇଥିଲେ।
ଭିଡିଓକୁ ନେଇ କିଛି ହିନ୍ଦୁ ସଂଗଠନ ଆପତ୍ତି ଉଠାଇଥିଲେ। "ହିନ୍ଦୁ ଲିଗାଲ୍ ଫଣ୍ଡ୍" ପକ୍ଷରୁ ସେପ୍ଟେମ୍ବର ୧୩ରେ ପଶ୍ଚିମବଙ୍ଗର ଗୃହ ସଚିବଙ୍କ ନିକଟରେ ଅଭିଯୋଗ କରାଯାଇଥିଲା।
ସରକାରୀ ଅଧିକାରୀ ଭାବେ ସେ ସାର୍ବଜନୀନ ଯୋଗାଯୋଗରେ ଧର୍ମନିରପେକ୍ଷତା ରକ୍ଷା କରିବା ଉଚିତ ବୋଲି ସଂଗଠନ ପକ୍ଷରୁ ଯୁକ୍ତି ଦିଆଯାଇଥିଲା।
ବୁଶ୍ରାଙ୍କ ବଦଳିକୁ ନେଇ ବିରୋଧୀ ଦଳର ନେତାମାନେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।
କଂଗ୍ରେସ ସାଂସଦ ଇମ୍ରାନ୍ ପ୍ରତାପଗଢ଼ୀ ଆଇପିଏସ୍ ଆସୋସିଏସନ୍ ଏହି ଘଟଣାକୁ ଧ୍ୟାନ ଦେବାକୁ କହିଛନ୍ତି।
ଟିଏମ୍ସି ବିଧାୟକ କୁନାଲ ଘୋଷ କହିଛନ୍ତି, ସରକାରଙ୍କର ବଦଳି କରିବାର ଅଧିକାର ରହିଛି, କିନ୍ତୁ କୌଣସି ଅସାମ୍ବିଧାନିକ ବା ଅସଂସଦୀୟ କଥା ନ କହିଥିଲେ ବ୍ୟକ୍ତିଗତ ଅଭ୍ୟାସ ଅନୁଯାୟୀ କହିଥିବା ଶବ୍ଦ ପାଇଁ ତାଙ୍କୁ ଦଣ୍ଡିତ କରାଯିବା ଉଚିତ ନୁହେଁ।
ତେବେ ବୁଶ୍ରାଙ୍କ ବଦଳି ଭିଡିଓ ବିବାଦ ସହ ସିଧାସଳଖ ଜଡିତ ବୋଲି ପଶ୍ଚିମବଙ୍ଗ ସରକାର କହିନାହାନ୍ତି।
ସରକାରୀ ଆଦେଶରେ କେବଳ "ଜନସ୍ୱାର୍ଥ"କୁ ବଦଳିର କାରଣ ଦର୍ଶାଯାଇଛି।
ଫାଣ୍ଡି ଅଧିକାରୀ ଓ ସନ୍ଦିଗ୍ଧ ଯୁବତୀଙ୍କୁ ତାଲା ପକାଇ ରଖିଲେ ଗ୍ରାମବାସୀ, ଭାଇରାଲ୍ ହେଲା ଭିଡ଼ିଓ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
