17 SEPTEMBER 2026

Welcome!

Unlock your personalized experience.
Sign Up

Bishnoi Gang: କାନାଡାକୁ ଶାସନ କରିବୁ, ପୁଲିସଠାରୁ ଅଧିକ ବନ୍ଧୁକ ଅଛି: ବିଷ୍ଣୋଇ ଗ୍ୟାଙ୍ଗ୍‌ର ଚିଠି ଭାଇରାଲ

Sep 17, 2026 - 21:21
Bishnoi Gang: କାନାଡାକୁ ଶାସନ କରିବୁ, ପୁଲିସଠାରୁ ଅଧିକ ବନ୍ଧୁକ ଅଛି: ବିଷ୍ଣୋଇ ଗ୍ୟାଙ୍ଗ୍‌ର ଚିଠି ଭାଇରାଲ

ଚଣ୍ଡୀଗଡ଼: କୁଖ୍ୟାତ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ ପକ୍ଷରୁ କାନାଡାକୁ ନେଇ ଦିଆଯାଇଥିବା ଏକ ଧମକପୂର୍ଣ୍ଣ ଚିଠି ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି। ୨୦୨୫ରେ କାନାଡାର ଆବ୍ବଟ୍ସଫୋର୍ଡ ପୁଲିସ ବିଭାଗକୁ ପଠାଯାଇଥିବା ଏହି ଚିଠିରେ ଗ୍ୟାଙ୍ଗ୍‌ ପକ୍ଷରୁ କାନାଡାରେ ୫ ହଜାରରୁ ଅଧିକ ସଦସ୍ୟ ଥିବା ଏବଂ ସେମାନଙ୍କ ପାଖରେ ପୁଲିସଠାରୁ ଅଧିକ ବନ୍ଧୁକ ଥିବା ଦାବି କରାଯାଇଛି। ଚିଠିରେ କାନାଡାକୁ ‘ଶାସନ କରିବା’ର ଧମକ ମଧ୍ୟ ଦିଆଯାଇଥିବା ‘ଦି ଟ୍ରିବ୍ୟୁନ୍‌’ ରିପୋର୍ଟ କରିଛି।

ଏହି ଚିଠି କାନାଡାର ପ୍ରତିରକ୍ଷା ମନ୍ତ୍ରୀ, ସେନା ଓ ପୁଲିସକୁ ଉଦ୍ଦେଶ୍ୟ କରି ଲେଖାଯାଇଥିବା କୁହାଯାଉଛି। ଚିଠିଟିରେ ଅନେକ ବନାନ ଭୁଲ ଓ ବିରାମଚିହ୍ନର ଅଭାବ ରହିଛି। ଏଥିରେ ଗ୍ୟାଙ୍ଗ୍‌ ନିଜକୁ ବହୁତ ଶକ୍ତିଶାଳୀ ବୋଲି ଦାବି କରିବା ସହ କାନାଡାରେ କେହି ତାଙ୍କୁ ରୋକିପାରିବେ ନାହିଁ ବୋଲି ଧମକ ଦେଇଛି। କାନାଡାର ଇମିଗ୍ରେସନ୍‌ ଆଣ୍ଡ୍‌ ରିଫ୍ୟୁଜି ବୋର୍ଡର ଏକ ଶୁଣାଣି ସମ୍ପର୍କିତ ଦଲିଲରେ ଏହି ଚିଠିକୁ ପ୍ରମାଣ ଭାବେ ରଖାଯାଇଥିଲା। ଲରେନ୍ସ ବିଷ୍ଣୋଇର ଜଣେ ସହଯୋଗୀକୁ ଜୁଲାଇରେ ଦେଶରୁ ବହିଷ୍କାର ଆଦେଶ ଦିଆଯାଇଥିଲା। ସେହି ମାମଲାର ଶୁଣାଣି ସମ୍ପର୍କିତ ଦଲିଲରୁ ଚିଠିଟିର ବିଷୟବସ୍ତୁ ସାମ୍ନାକୁ ଆସିଛି। ଏହି ଘଟଣା ମଧ୍ୟରେ କାନାଡା ବର୍ଡର ସର୍ଭିସେସ୍‌ ଏଜେନ୍ସି ଦ୍ୱାରା ବିଷ୍ଣୋଇ ନେଟୱର୍କ ସହ ସମ୍ପର୍କ ଥିବା କିଛି ଭାରତୀୟଙ୍କୁ ବହିଷ୍କାର କରାଯାଇଛି। ପାଲବିନ୍ଦର ସିଂହ, ଜସମେର ସିଂହ, ଅମିତୋଜ ବାଜୱା ଓ ସାହିବଜୋତ ସିଂହଙ୍କୁ ସଂଗଠିତ ଅପରାଧ ଓ ଚାନ୍ଦା ଆଦାୟ ସହ ଜଡିତ ଅଭିଯୋଗରେ ଇମିଗ୍ରେସନ୍‌ ଆଣ୍ଡ୍‌ ରିଫ୍ୟୁଜି ପ୍ରୋଟେକ୍ସନ୍‌ ଆକ୍ଟ ଅନୁଯାୟୀ ବହିଷ୍କାର କରାଯାଇଛି। ଲରେନ୍ସ ବିଷ୍ଣୋଇର ଘନିଷ୍ଠ ସହଯୋଗୀ କରମବୀର ସିଂହକୁ ମଧ୍ୟ କାନାଡାରୁ ବହିଷ୍କାର କରାଯାଇଛି।

ଆହୁରି ପଢନ୍ତୁ: Police Outpost Video Goes Viral ଫାଣ୍ଡି ଅଧିକାରୀ ଓ ସନ୍ଦିଗ୍ଧ ଯୁବତୀଙ୍କୁ ତାଲା ପକାଇ ରଖିଲେ ଗ୍ରାମବାସୀ, ଭାଇରାଲ୍‌ ହେଲା ଭିଡ଼ିଓ

କାନାଡାର ଏକ ଗୋପନୀୟ ସିବିଏସ୍‌ଏ ଗୁଇନ୍ଦା ରିପୋର୍ଟରେ ବିଷ୍ଣୋଇ ଗ୍ୟାଙ୍ଗ୍‌ ଅନ୍ତର୍ଜାତୀୟ ସ୍ତରରେ ଚାନ୍ଦା ଆଦାୟ ଓ ହିଂସା ପାଇଁ ଯୁବକମାନଙ୍କୁ ବ୍ୟବହାର କରୁଥିବା ଦାବି କରାଯାଇଛି। ୨୦୨୫ ଡିସେମ୍ବରରେ କାନାଡାର ଇମିଗ୍ରେସନ୍‌ ଅଧିକାରୀଙ୍କ ପାଇଁ ପ୍ରସ୍ତୁତ ଏକ ନିର୍ଦ୍ଦେଶିକାରେ ମଧ୍ୟ ଦେଶରେ ବିଷ୍ଣୋଇ ନେଟୱର୍କର କାର୍ଯ୍ୟକଳାପ ବଢ଼ୁଥିବା ନେଇ ସତର୍କ କରାଯାଇଥିବା ରିପୋର୍ଟରେ କୁହାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)