Bear Attack ମା’ ଓ ଦୁଇ ଛୁଆ ଭାଲୁଙ୍କ ଆକ୍ରମଣରେ ଯୁବକ ମୃତ

Jul 13, 2026 - 17:16
Bear Attack ମା’ ଓ ଦୁଇ ଛୁଆ ଭାଲୁଙ୍କ ଆକ୍ରମଣରେ ଯୁବକ ମୃତ

"ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍‌ ଗୁରୁସିଙ୍ଗା ପଞ୍ଚାୟତ ଅନ୍ତର୍ଗତ କୁସୁମୀ ଗ୍ରାମରେ ତିନି ଭାଲୁ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇ ଥିବା ଅଭଯୋଗ ହୋଇଛି।Advertisment Bear Attacks: କେନ୍ଦୁପତ୍ର ତୋଳିବାକୁ ଯାଇ ଭାଲୁ ଆକ୍ରମଣରେ ଯୁବକ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି ସୂଚନା ପ୍ରକାରେ କୁସୁମୀ ଗ୍ରାମର ଫଗନୁ ଗୌଡ଼(୩୭) ଓ ଅନ୍ୟ ଦୁଇ ଜଣ ମିଶି କୁସୁମୀ ଗ୍ରାମର ଶ୍ୱଶାନ ନିକଟରେ ଛେଳି ଚରାଉ ଥିଲେ।

ଅପରାହ୍‌ଣ ପ୍ରାୟ ସାଢ଼େ ଗୋଟାଏ ସମୟରେ ଫଗନୁ ହଠାତ୍‌ ଗୋଟିଏ ମାଇ ଭାଲୁ ଏବଂ ଦୁଇଟି ଛୁଆ ଭାଲୁ ହାବୁଡ଼ରେ ପଡିଯାଇଥିଲେ।ମା" ଭାଲୁଟି ନିଜ ଛୁଆାଙ୍କ ପ୍ରତି ବିପଦ ଥବା ଆଶଙ୍କାରେ ଆକ୍ରମଣ କରିଥିଲା।

ପରେ ଅନ୍ୟ ଦୁଇ ଛୁଆ ଭାଲୁ ମଧ୍ୟ ଏହି ଆକ୍ରମଣରେ ଯୋଗ ଦେଇଥିଲେ।

ଭାଲୁ ଆକ୍ରମଣାତ୍ମକ ରୂପ  ଦେଖି ଦୁଇଜଣ କୌଣସି ମତେ ଜୀବନ ବଞ୍ଚାଇ ଗାଁ  ଭିତରକୁ ଦୌଡ଼ି ଆସିଥିଲେ।

ସେମାନଙ୍କ ଠାରୁ ସୂଚନା ପାଇ ଗ୍ରାମବାସୀ ଜଙ୍ଗଲ ମଧ୍ୟକୁ ଯାଇଥିଲେ।

Bear Attacks Old man Critical: ଝରଣୀ ନୂଆପଡ଼ା ଗାଁର ଘଟଣା:  ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର ଗ୍ରାମର ଲୋକ ଘଟଣା ସ୍ଥଳରେ ପହଞ୍ଚି ଦେଖିବା ବେଳେ ଫଗନୁର ଦେହାନ୍ତ ହୋଇ ଯାଇଥିଲା।

ତିନିଟି ଭାଲୁ ଏଭଳି ଆକ୍ରମଣ କରିଛନ୍ତି ଯେ ଫଗନୁର ଶରୀର ସମ୍ପୂର୍ଣ କ୍ଷତ ବିକ୍ଷତ ହୋଇ ଯାଇଛି।

ଶରୀରରୁ  ମୁଣ୍ଡ ଅଲଗା ହୋଇ ଯାଇଛି।

ଖବର ପାଇ ଝରିଗାଁ ବନ ବିଭାଗ ଓ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।