Omar Abdullah: ଓମାର ଅବଦୁଲ୍ଲାଙ୍କୁ ୧୦୦ କୋଟି ଟଙ୍କାର ମାନହାନି ମକଦ୍ଦମାର ଧମକ ଦେଲା ବିଜେପି

Jul 13, 2026 - 17:16
Omar Abdullah: ଓମାର ଅବଦୁଲ୍ଲାଙ୍କୁ ୧୦୦ କୋଟି ଟଙ୍କାର ମାନହାନି ମକଦ୍ଦମାର ଧମକ ଦେଲା ବିଜେପି

"ଶ୍ରୀନଗର: ଓମାର ଅଭିଯୋଗ କରିଥିଲେ ଯେ, ତାଙ୍କ ଦଳ ନ୍ୟାସନାଲ କନଫରେନ୍ସ (ଏନ୍‌ସି) ବିଧାୟକମାନଙ୍କୁ ଟଙ୍କା, ମନ୍ତ୍ରିପଦ ଓ ରାଜ୍ୟ ମାନ୍ୟତା ଫେରାଇ ଆଣିବାର ପ୍ରତିଶ୍ରୁତି ଦେଇ ବିବିଜେପି ସୋମବାର ଜମ୍ମୁ ଓ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ଉପରେ ୧୦୦ କୋଟି ଟଙ୍କାର ମାନହାନି ମକଦ୍ଦମା ମାମଲା ରୁଜୁ କରିବାକୁ ଧମକ ଦେଇଛି।

ଜେପି ପ୍ରଲୋଭିତ କରିବାକୁ ଚେଷ୍ଟା କରୁଛି।

ଓମାରଙ୍କ ଅଭିଯୋଗ ଉପରେ ବିଜେପି ତୀବ୍ର ପ୍ରତିକ୍ରିୟା ରଖିଛି।

ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତବ୍ୟ ପ୍ରତ୍ୟାହାର କରିବା ସହିତ ସାତ ଦିନ ମଧ୍ୟରେ ନିଃସର୍ତ୍ତ ସାର୍ବଜନୀନ କ୍ଷମା ପ୍ରାର୍ଥନା କରିବାକୁ ବିଜେପି ନୋଟିସ ଜାରି କରି ଦାବି କରିଛି।Advertisment ମହାରାଷ୍ଟ୍ରରେ "ଲାଡକି ବହିନ୍‌" ଯୋଜନାରୁ ବାଦ୍‌ ପଡ଼ିଲେ ୯୨ ଲକ୍ଷ ମହିଳା ଜମ୍ମୁ-କାଶ୍ମୀର ବିଜେପି ସଭାପତି ତଥା ରାଜ୍ୟସଭା ସାଂସଦ ସତ୍‌ ଶର୍ମାଙ୍କ ପକ୍ଷରୁ ଜାରି କରାଯାଇଥିବା ନୋଟିସରେ ଚେତାବନୀ ଦିଆଯାଇଛି ଯେ, ଅବଦୁଲ୍ଲା ଅଭିଯୋଗ ପ୍ରତ୍ୟାହାର ନ କଲେ ୧୦୦ କୋଟି ଟଙ୍କାର କ୍ଷତିପୂରଣ ମାମଲା ସମେତ ଦେୱାନୀ ଓ ଫୌଜଦାରୀ ମାନହାନି ମାମଲା ରୁଜୁ କରାଯିବ।

ଅବଦୁଲ୍ଲା ଶନିବାର ଶ୍ରୀନଗରଠାରେ ଆୟୋଜିତ ନ୍ୟାସନାଲ କନଫରେନ୍ସର କନଭେନ୍‌ସନ୍‌ରେ ଅଭିଯୋଗ କରିଥିଲେ ଯେ, ଜମ୍ମୁର କେତେଜଣ ନ୍ୟାସନାଲ କନଫରେନ୍ସ ବିଧାୟକଙ୍କୁ ବିଜେପିରେ ମିଶିବା ପାଇଁ ୨୦-୩୦ କୋଟି ଟଙ୍କା ଯଚା ଯାଇଛି।

ଏହାସହିତ ମନ୍ତ୍ରିପଦ ଓ ଜମ୍ମୁ-କାଶ୍ମୀର ପାଇଁ ରାଜ୍ୟ ମାନ୍ୟତା ଦିଆଯିବା ପରି ପ୍ରସ୍ତାଦ ଦିଆଯାଇଛି।

ଯନ୍ତର ମନ୍ତରରେ ପ୍ରତିବାଦ କରି‌ବେ ଓମାର ଅବଦୁଲ୍ଲା ସୁପ୍ରିମ‌କୋର୍ଟରେ ଓକିଲାତି କରୁଥିବା ବିଜେପିର ଜଣେ ବରିଷ୍ଠ ନେତା ଏହି ପ୍ରସ୍ତାବ ଦେଇଥିବା ଓମାର ଅବଦୁଲ୍ଲା କହିଥିଲେ।

ତେବେ ଅଭିଯୋଗଗୁଡ଼ିକୁ ମିଥ୍ୟା, ଭିତ୍ତିହୀନ ଓ ମାନହାନିଜନକ ବୋଲି ବିଜେପି କହିଛି।

ଅବଦୁଲ୍ଲାଙ୍କ ମନ୍ତବ୍ୟ ପ୍ରିଣ୍ଟ, ଇଲେକ୍ଟ୍ରୋନିକ୍ ଓ ସାମାଜିକ ଗଣମାଧ୍ୟମରେ ବ୍ୟାପକ ଭାବରେ ପ୍ରସାରିତ ହୋଇଛି।

ଓମାରଙ୍କ ମନ୍ତବ୍ୟ ଦଳର ପ୍ରତିଷ୍ଠାକୁ ଗୁରୁତର କ୍ଷତି ପହଞ୍ଚାଇଛି।

ତେଣୁ ମୁଖ୍ୟମନ୍ତ୍ରୀ ଓମାର୍‌ ତାଙ୍କ ମନ୍ତବ୍ୟ ପ୍ରତ୍ୟାହାର କରିବା ସହିତ ନିଃସର୍ତ୍ତ କ୍ଷମା ମାଗନ୍ତୁ ବୋଲି ବିଜେପି ଦାବି କରିଛି।

ଅନ୍ୟପକ୍ଷରେ ଓମାର ଅବଦୁଲ୍ଲା ଜମ୍ମୁ-କାଶ୍ମୀର ପାଇଁ ରାଜ୍ୟ ମାନ୍ୟତା ଦାବି କରି ଦିଲ୍ଲୀର ଯନ୍ତର ମନ୍ତରଠାରେ ପ୍ରତିବାଦ କରି‌ବେ ବୋଲି ଘୋଷଣା କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।